ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ବାସ୍ତବ ବ୍ୟୁରୋ: ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ଗତ ୯ ତାରିଖରେ ଏନ୍‌ ବୀରେନ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି। ଏହା ସହିତ ୧୯୫୧ରୁ ଏପର୍ଯ୍ୟନ୍ତ ମଣିପୁରରେ ଏକାଦଶ ଥର ପାଇଁ ଜାରି ହୋଇଛି ରାଷ୍ଟ୍ରପତି ଶାସନ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, “ରାଜ୍ୟପାଳଙ୍କ ପାଖରୁ ଏକ ରିପୋର୍ଟ ପାଇବା ପରେ ଏବଂ ମୋ ଦ୍ୱାରା ପ୍ରାପ୍ତ ରିପୋର୍ଟ ଓ ଅନ୍ୟାନ୍ୟ ସୂଚନାକୁ ବିଚାର କରିବା ପରେ ମୁଁ ସନ୍ତୁଷ୍ଟ ହେଲି ଯେ ଏପରି ଏକ ସ୍ଥିତି ସୃଷ୍ଟି ହେଇଛି ଯେଉଁଥିରେ ସେହି ରାଜ୍ୟର ସରକାର ଭାରତର ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଚାଲିପାରିବ ନାହିଁ।  “

ଉଲ୍ଲେଖଯୋଗ୍ୟ, ୨୦୨୩ ମେ ୩ରୁ ମଣିପୁରରେ ଆରମ୍ଭ ହୋଇଥିଲା ଜାତିଗତ ହିଂସା । କୁକି ଏବଂ ମୈତେଇ ମଧ୍ୟରେ ଦେଢ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ହିଂସାରେ ୨୩୭ ଜଣଙ୍କ ମୃତ୍ୟୁ ହୋଇଛି । ୧୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନ୍ୟପଟେ ୬୦ ହଜାରରୁ ଅଧିକ ଲୋକ ନିଜ ଘର ଛାଡ଼ି ସୁରକ୍ଷା ଶିବିରରେ ରହିବାକୁ ବାଧ୍ୟ ହେଉଛନ୍ତି । ମଣିପୁରରେ ଗତ ଦେଢ ବର୍ଷରେ ୧୧ ହଜାର ଏଫ୍‌ଆଇଆର୍ ଏବଂ ୫୦୦ରୁ ଅଧିକ ଗିରଫଦାରୀ ହୋଇଛି ।

ସମ୍ବିଧାନର ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେତେବେଳେ ଏକ ରାଜ୍ୟ ସରକାର ସମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ହୃଦବୋଧ ହୁଏ ସେତେବେଳେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଏ ।

ସେୟାର କରନ୍ତୁ

Next Post

ବରଗଡ଼ ପ୍ରବେଶ ପଥର ନାଁ ରଖାଯାଉ ବାଜପେୟୀ ଛକ : ସାଂସଦ ପ୍ରଦୀପ ପୁରୋହିତ...

Fri Feb 14 , 2025
ବରଗଡ୧୪/୨(ନବୀନ କୁମାର ଦାଶ):ବରଗଡ଼ ସହରର ମୁଖ୍ୟ ପ୍ରବେଶପଥର ଛକକୁ ବାଜପେୟୀଙ୍କ ନାଁରେ କରାଯାଉ ।ଏଭଳି ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। କେନ୍ଦ୍ର ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ପ୍ରସ୍ତାବ ଦେଇଛନ୍ତି।ବରଗଡ଼ ସଂସଦୀୟ କ୍ଷେତ୍ର ତଥା ସହରରେ ଥିବା ପ୍ରବେଶ ପଥକୁ ଅଟଳ ବିହାରୀ ବାଜପେୟୀ ଛକ କରାଯାଉ।ଜଣେ ମହାନ ରାଷ୍ଟ୍ରନେତାଙ୍କ ଉଦ୍ଦେଶ୍ୟରେ ଏହା କରାଗଲେ ବରଗଡ଼ ବାସୀଙ୍କ […]

You May Like

Pin It on Pinterest