
ବରଗଡ଼୧୫/୨(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲରମ୍ଭା ମହାବିଦ୍ୟାଳୟ ଓଡିଆ ବିଭାଗ ରେ ଓଡିଆ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି।ଅଧ୍ୟକ୍ଷ ଡ.ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ବରେ ଆଲୋଚକ ବିଶିଷ୍ଟ ସାରସ୍ବତ ସାଧକ ସୈାଭାଗ୍ୟବନ୍ତ ମହାରଣା ଯୋଗଦେଇ ଆଧୁନିକ କବିତା ର ଭିତ୍ତି ଓ ବ୍ୟାପ୍ତି ଉପରେ ଆଲୋଚନା କରିବା ସହ ତାଙ୍କ ରଚିତ କବିତା ଓ ଆଲୋଚନା ପୁସ୍ତକ ପାଠାଗାର କୁ ପ୍ରଦାନ କରିଥିଲେ।
ସମ୍ମାନିତ ଅତିଥି ଭାବରେ ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି ଯୋଗଦେଇ ବ୍ରଜମୋହନ ଓ ଗଙ୍ଗାଧରଙ୍କ କବିତା ଉପରେ ବକ୍ତବ୍ୟ ପ୍ରଦାନ କରି ଥିଲେ।ବିଭାଗ ମୁଖ୍ୟ ଡ.ଶାନ୍ତିଲତା ବାରିକ,ଅଧ୍ୟାପିକା ସଂଘମିତ୍ରା ମହାକୁର, ଯୋଶବନ୍ତୀ ସା,ଅଧ୍ୟାପକ ଡ.ଅଜିତ କୁମାର ନାଥ,ଡ.ରଂଜିତ ପ୍ରଧାନ,ଚୂଳା ରାଜ ମେହେର ମଞ୍ଚାସୀନ ରହି ଆଲୋଚନା ଚକ୍ରରେ ଭାଗନେଇ ଥିଲେ।
ବିଭାଗର ଛାତ୍ରଛାତ୍ରୀ ପ୍ରୀତି ପ୍ରଧାନ,ବର୍ଷା ମେହେର,ସୋନାଲିକା ପ୍ରଧାନ,ସୁରେନ୍ଦ୍ର କୁମାର ଛୁରିଆ,ଅଞ୍ଜଳି ମେହେର,ଇନ୍ଦୁ ମତୀମାହାଣା,ସପ୍ନାରାଣୀ ପଧାନ,ଆକାଶ ଝାଙ୍କର,ଗୁଲଠୁ ମିନ ନିଜନିଜର ଭିତ୍ତି ପ୍ରବନ୍ଧ ପାଠ କରିଥିଲେ।ଶେଷରେ ଯଶୋବନ୍ତୀ ସା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ କବିଙ୍କର ଧର୍ମପତ୍ନୀ ଭାରତୀ ମହାରଣା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।ଏଥିରେ ଓଡିଆ ସମ୍ମାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ।



