ଓଡ଼ିଶା ବଜେଟ୍‌ ୨୦୨୫-୨୬

ବାସ୍ତବ ବ୍ୟୁରୋ: ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଅଟକଳ । ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ । ରାଜ୍ୟରେ ସରକାର ଗଠନ ପରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ବଜେଟର ପ୍ରଥମ ଭାଗରେ ସେ କୃଷି ବଜେଟ୍ ସଂପର୍କରେ ଘୋଷଣା କରିଥିଲେ । କୃଷି କ୍ଷେତ୍ର ପାଇଁ ୨୦୨୫-୨୬ ବଜେଟରେ ମୋଟ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ଧାନଚାଷୀଙ୍କ ଅମଳ ଧାନ କ୍ବିଣ୍ଟାଲ ପିଛା ୩ ହଜାର ୧ ଶହ ଟଙ୍କାରେ କିଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଏହା ଏବେ ସୁଦ୍ଧା ୧୩ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ରାଜ୍ୟରେ ପିଏମ କିଷାନ ଓ ସିଏମ କିଷାନ ମିଶିବା ପରେ ଚାଷୀ ଲାଭ ପାଇବେ । ଏହି ବଜେଟ୍‌ରେ ସମସ୍ତ ହିତାଧିକାରୀ ବା ଚାଷୀଙ୍କ ସମୃଦ୍ଧି ଉପରେ ଧ୍ୟାନ ଦିଆଯିବ ।  ଏଥର ଇନପୁଟ୍‌ ସହାୟତା ପାଇଁ ୨ ହଜାର ୨୦ କୋଟି ପ୍ରସ୍ତାବ ରହିଛି । ସେହିଭଳି ଶ୍ରୀଅନ୍ନ ଯୋଜନା ପାଇଁ ୬୦୦ କୋଟି ଟଙ୍କାର ବଜେଟ କରିଛନ୍ତି ସରକାର । ୨୫୨କୋଟି ଟଙ୍କା ଶୀତଳ ଭଣ୍ଡାର ପାଇଁ ବ୍ୟୟ ବରାଦ କରାଯାଇଛି । ୫୮ ଉପଖଣ୍ଡରେ ନୂତନ ଶୀତଳ ଭଣ୍ଡାର ତିଆରି ହେବ । ଏହି ବ୍ୟୟ ବରାଦରେ ହିଁ ଅଚଳ ପଡ଼ିଥିବା ଶୀତଳ ଭଣ୍ଡାରଗୁଡିକୁ ପୁନଃରୁଦ୍ଧାର କରାଯିବ । OUAT ପାଇଁ ୫୧୧ କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।  ଏହି କ୍ରମରେ ଜଳସେଚନ ପାଇଁ ୧୪ ୮୯୫ କୋଟି ବ୍ୟୟ ବରାଦ ରହିଛି ।  କାନପୁର ଡ୍ୟାମ ଓ ସ୍ପିଲୱେ ଚଳିତ ବର୍ଷ କାମ ସରି ୧୩ ହେକ୍ଟର ଜମି ଜଳସେଚିତ କରାଯିବ ।  ମହାନଦୀ ରିଭର ଫ୍ରଣ୍ଟ୍‌ ବିକାଶ କାର୍ୟ୍ୟକ୍ରମ ଜରିଆରେ ସମ୍ବଲପୁର ଓ କଟକରେ ପର୍ୟ୍ୟଟନ ଓ ସାଂସ୍କୃତିକ କେନ୍ଦ୍ର କରାଯିବ । ହୀରାକୁଦ କେନାଲର ନବୀକରଣ ପାଇଁ ୮୫୦ କୋଟି ଖର୍ଚ୍ଚ ହେଉଛି ।

ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖିଛନ୍ତି ସରକାର । ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪୬ କୋଟି ଖର୍ଚ୍ଚ ହେବ । ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଆମେ ଆତ୍ମନିର୍ଭର ହେବା ଦିଗରେ କାମ କରୁଛୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।  ୨୦୩୬ ସୁଦ୍ଧା ବଢିବ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଆରମ୍ଭ କରିବ ଓଡ଼ିଶା । ବୈଜ୍ଞାନିକ ପ୍ରଣାଳୀରେ ଚାଷ ପାଇଁ ଗୁରୁତ୍ବ ଦିଆଯାଉଛି । ମୁଖ୍ୟମନ୍ତ୍ରୀ କହିଲେ ଆମ ସରକାର ମାଛ ଧରା ବନ୍ଦରର ଆଧୁନୀକିକରଣ ହେଉଛି । 

ବଜେଟ୍ ଉପସ୍ଥାପନ ବେଳେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ଏଥର ରାଜ୍ୟର ସବୁ ରାଜପଥ ୪ ଲେନ୍‌ କରାଯିବ । ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ୍ । ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ ବେଳେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ଏଥର ରାଜ୍ୟର ସବୁ ରାଜପଥ ୪ ଲେନ୍‌ କରାଯିବ । ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ୍ । 

୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ କୋଟି ଟଙ୍କା ଓ ସୁଭଦ୍ରା ସୁରକ୍ଷା ଅଧୀନରେ ୧ ଶହ ୫୩ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ସେହିପରି ଗରିବ ଝିଅମାନଙ୍କ ବିବାହ ପାଇଁ ଏକ ଗଣ ବିବାହ ଯୋଜନା ସଂପର୍କରେ ଘୋଷଣା କରିଛନ୍ତି ସରକାର। ଏହାର ନାଁ ହେଉଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଏହା ମାଧ୍ୟମରେ ଗଣବିବାହ ଆୟୋଜନ କରାଯିବ । ସରକାର ଏବାବଦ ସମସ୍ତ ବ୍ୟୟ ବହନ କରିବେ ଓ କନ୍ୟାକୁ ସରକାରଙ୍କ ପକ୍ଷରୁ ଏକ ଉପହାର ଦିଆଯିବ । ଏହି ଯୋଜନା ପାଇଁ ୧୨ କୋଟିର ବ୍ୟୟବରାଦ କରାଯାଇଛି । ଏହାଛଡ଼ା ମମତା ଯୋଜନା ପାଇଁ ୨୮୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ୨୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।  ମିସନ ଶକ୍ତି ପାଇଁ ୨୭୭୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । 

ଶିକ୍ଷା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କ୍ଷେତ୍ରରେ ସରକାର ଆଗାମୀ ଆର୍ଥିକ ବର୍ଷରେ ୩୧,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବଜେଟ୍ ଗତ ବଜେଟ୍ ତୁଳନାରେ ୧୮ପ୍ରତିଶତ ଅଧିକ। ରାଜ୍ୟ ସରକାର ଆଗାମୀ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରିବାକୁ ଯାଉଛନ୍ତି। ସରକାରଙ୍କ ଲକ୍ଷ୍ୟ ରହିଛି ଯେ, ରାଜ୍ୟରେ ୪୫,୦୦୦ ଶିଶୁବାଟିକା ଖୋଲାଯିବ। ଏହା ପ୍ରାଥମିକ ବିଦ୍ୟାଳୟ ସହିତ ରହିବ। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ବିଦ୍ୟାଳୟ ପଞ୍ଚାୟତସ୍ତରରେ ଖୋଲିବ। ଐତିହ୍ୟ ବିଦ୍ୟାଳୟ ମାଧ୍ୟମରେ ୧୦୦ ବର୍ଷରୁ ଅଧିକ ଦିନ ଧରି ପରିଚାଳିତ ହେଉଥିବା ବିଦ୍ୟାଳୟକୁ ସାମିଲ କରାଯାଇଛି। ଏଥି ପାଇଁ ୫୦ରୁ ଊର୍ଦ୍ଧ୍ବ ବିଦ୍ୟାଳୟକୁ ସ୍ବତନ୍ତ୍ର ପାଣ୍ଠି ଯୋଗାଇ ଦିଆଯିବ। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୬୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ପଞ୍ଚସଖା ଶିକ୍ଷା ସେତୁ ଯୋଜନା ଅଧୀନରେ ବିଦ୍ୟାଳୟ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ସରକାର ଏଥି ପାଇଁ ୧୪୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ସରକାର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଯୋଜନାରେ ସାମିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ମାଧ୍ୟମରେ ହାଇସ୍କୁଲର ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ। ଗଙ୍ଗାଧର ମେହେର ଶିକ୍ଷା ମାନକବୃଦ୍ଧି ଯୋଜନା ପାଇଁ ସରକାର ୧୯୩ କୋଟି ଟଙ୍କାରେ ନବମ ଶ୍ରେଣୀ ପିଲାଙ୍କୁ ସାଇକେଲ ଦେବେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ୟୁନିଫର୍ମ ଦେଦେ। ଏଥି ପାଇଁ ୧୯୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସରକାର ୧୩୯ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

ଗରିବ ଭକ୍ତଙ୍କ ମନସ୍କାମନା ପୂରଣ କରିବାକୁ ନୂଆ ଯୋଜନା ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଆରମ୍ଭ କରାଯାଉଛି । ପ୍ରତ୍ୟେକ ଜିଲ୍ଲା ସଦରମହକୁମାରୁ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ସ୍ୱତନ୍ତ୍ର ବସରେ ଗରିବ ଭକ୍ତମାନେ ମାଗଣାରେ ପୁରୀ ଆସି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ । ଏଥିପାଇଁ ବଜେଟରେ ୩୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ହୋଇଛି । 

ଏଥର ବଜେଟ୍‌ରେ ୧୬ଟି ନୂଆ ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗ୍ରାମୀଣ ବିକାଶ, ପରିବହନ ବିକାଶ, ଚାଷୀଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରିବା ଦିଗରେ ଧ୍ୟାନ ଦେଇଛନ୍ତି ସରକାର । 

୧. ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨ ହଜାର ୬୦୩ କୋଟି
୨. ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟି ବ୍ୟୟ ବରାଦ
୩. ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କା
୪. ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
୫. ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
୬. ଓଡ଼ିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି
୭. ବକୁଳ ବନ ଉନ୍ନୟନ ଯୋଜନା ପାଇଁ ୫୦ କୋଟି ଟଙ୍କା
୮. ଆମ ଶିମିଳିପାଳ ଯୋଜନା ପାଇଁ ୫୦ କୋଟି
୯. ଆଦର୍ଶ ମଣ୍ଡି ବ୍ୟବସ୍ଥା ପାଇଁ ୫୦ କୋଟି
୧୦. ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି
୧୧. ପ୍ରବାସୀ ଓଡ଼ିଆ ଓ- ସଂପର୍କ ପାଇଁ ୧୧୦ କୋଟି
୧୨. ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି
୧୩. ସ୍ୱଚ୍ଛ ଓଡ଼ିଶା ଯୋଜନାରେ ଖର୍ଚ୍ଚ ହେବ ୨୬୧ କୋଟି
୧୪. ଆମେ ପଢ଼ିବା ଆମ ଭାଷାରେ’ ଯୋଜନା ପାଇଁ ୨୫ କୋଟି
୧୫. ଅଟଳ ବସ୍‌ଷ୍ଟାଣ୍ଡ ଯୋଜନା ପାଇଁ ୧ ହଜାର ୨୬୬ କୋଟି
୧୬. ସମୃଦ୍ଧ ସହର ଯୋଜନାରେ ଖର୍ଚ୍ଚ ହେବ ୪୦୮ କୋଟି

ସେୟାର କରନ୍ତୁ

Next Post

ସବୁ କଳ୍ପନା ଜଳ୍ପନାର ଶେଷ ରେଖା ଗୁପ୍ତା ହେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

Wed Feb 19 , 2025
 ବାସ୍ତବ ବ୍ୟୁରୋ: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିଥିବା ବେଳେ ଜଣେ ମହିଳାଙ୍କୁ ତାର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛି । ବହୁ କଳ୍ପନା ଜଳ୍ପନା ପରେ ରେଖା ଗୁପ୍ତା ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକ ପରେ ତାଙ୍କ ନାମ ଘୋଷଣା କରିଛନ୍ତି ପର୍ଯ୍ୟବେକ୍ଷକ । ଆସନ୍ତାକାଲି ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ । ରାମଲୀଳା ମୈଦାନରେ ଭବ୍ୟ […]

You May Like

Pin It on Pinterest