ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ବାସ୍ତବ ବ୍ୟୁରୋ: ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରାମଲୀଳା ପଡ଼ିଆରେ ଶପଥ ଗ୍ରହଣ କରିଛନ୍ତି ରେଖା ଗୁପ୍ତା । ତାଙ୍କ ଶପଥ ପାଠ ସହ ଦିଲ୍ଲୀରେ ବିଜେପି ରାଜ ଆରମ୍ଭ ହୋଇଛି। ଉପ ରାଜ୍ୟପାଳ ଭିକେ ସକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ୬ ଜଣ ବିଜେପି ବିଧାୟକ କ୍ୟାବିନେଟ ସଦସ୍ୟ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। 

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ପରାମର୍ଶକ୍ରମେ ବିଜେପି ବିଧାୟକ ପରବେଶ ବର୍ମା, ଆଶୀଷ ସୁଦ, ମନଜିନ୍ଦର ସିର୍ସା, ରବୀନ୍ଦ୍ର ଇନ୍ଦ୍ରଜ ସିଂହ, କପିଲ ମିଶ୍ରା ଓ ପଙ୍କଜ କୁମାର ସିଂହଙ୍କୁ ଦିଲ୍ଲୀ ସରକାରେ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ପରେବଶ ବର୍ମା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ବାକି ୫ ଜଣ କେବଳ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।

ରାମଲୀଲା ମୈଦାନରେ ହୋଇଥିବା ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ଦିଲ୍ଲୀରେ ସରକାର ଗଠନ ଏବଂ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନ ହୋଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କ୍ୟାବିନେଟର ପ୍ରଥମ ବୈଠକ ପୂର୍ବରୁ ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପାଖରେ ୫ଟି ବିଭାଗ ରଖିଛନ୍ତି । ଅନ୍ୟପଟେ ପରବେଶ ବର୍ମାଙ୍କୁ ୩ଟି ମନ୍ତ୍ରଣାଳୟ ମିଳିଛି ।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପାଖରେ ଗୃହ, ଅର୍ଥ, ସେବା, ଭିଜିଲାନ୍ସ ଏବଂ ଯୋଜନା ମନ୍ତ୍ରଣାଳୟ ରଖିଛନ୍ତି । ଅନ୍ୟପଟେ ଅପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା ପରବେଶ ବର୍ମାଙ୍କୁ ଶିକ୍ଷା, ପିଡବ୍ଲୁଡି ଏବଂ ପରିବହନ ମନ୍ତ୍ରଣାଳୟ ମିଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମନ୍ତ୍ରଣାଳୟ ଭାଗବଣ୍ଟା ନେଇ ଆନୁଷ୍ଠାନିକ ଘୋଷଣା ହେବା ବାକି ରହିଛି । 

ମନଜିନ୍ଦର ସିଂହ ସିରସା- ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ଉଦ୍ୟୋଗ

ରବିନ୍ଦ୍ର କୁମାର ଇନ୍ଦ୍ରରାଜ- ସାମାଜିକ କଲ୍ୟାଣ, ଏସଟି/ଏସଟି, ଶ୍ରମ

କପିଲ୍ ମିଶ୍ରା- ଜଳ, ପର୍ଯ୍ୟଟନ, ସଂସ୍କୃତି

ଆଶିଷ ସୁଦ- ରାଜସ୍ୱ, ପରିବେଶ, ଖାଦ୍ୟ ଏବଂ ସାଧାରଣ ଯୋଗାଣ

ପଙ୍କଜ କୁମାର ସିଂହ- ଆଇନ୍, ଆବାସ, ବିଧାନସଭା ବ୍ୟାପାର

ସେୟାର କରନ୍ତୁ

Next Post

ପ୍ରାକ୍ତନ ଛାତ୍ର ଓ ପ୍ରାକ୍ତନ କର୍ମଚାରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା...

Thu Feb 20 , 2025
ସଂଜୟ ଶତପଥୀ(କଟକ): ଓଡ଼ିଶା ର ସର୍ବପୁରାତନ ଶିକ୍ଷାନୁଷ୍ଠାନ କଟକର ପ୍ୟାରୀମୋହନ ଏକାଡେମୀ ର ପ୍ରାକ୍ତନ ଛାତ୍ର ତଥା ବିଶିଷ୍ଟ ଫଟୋ ସାମ୍ବାଦିକ ଶ୍ରୀ ହୃଦୟନାଥ ଦାଶ ଓ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ପାଣ୍ଡବ ଭାଇ ଙ୍କ ଅକାଳ ବିୟୋଗ ରେ ପ୍ୟାରୀମୋହନ ଏକାଡେମୀ ପୁରାତନ ଛାତ୍ର ସଂସଦ (ପାଓସା) ପକ୍ଷରୁ ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରୀ ତଥା ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଆଭାରାଣୀ ବୋଷ ଙ୍କ ସଭାପତିତ୍ବରେ ବିଦ୍ୟାଳୟ […]

You May Like

Pin It on Pinterest