ଆଜିର ଖାସ୍ ଖବର

୧- ଦିଲ୍ଲୀ ସରକାର ଙ୍କର ନୂଆ covid-19 ଟିକସ। ବିଦେଶୀ ମଦ ଇପରେ ୭୦% ଟିକସ। ୫୦୦ ଟଙ୍କା ମଦ ର ଦାମ ୮୫୦ ହେଲା।

୨-ଜାମ୍ମୁ କାଶ୍ମୀର CRPF କ୍ୟାମ୍ପରେ ଆତଙ୍କି ହାମଲା। ୩ ଯବାନ ସହିଦ। ଭାରତୀୟ ସେନା ର ଜବାବି ଆକ୍ରମଣ ରେ ୨ ଆତଙ୍କୀ ନିପାତ।

୩-ଭାରତରେ ଗୋଟିଏ ଦିନରେ ସର୍ବାଧିକ covid-19 ରୋଗୀ ଚିହ୍ନଟ। ୨୪ ଘଣ୍ଟାରେ ୩୫୦୦ରୁ ଅଧିକ ରୋଗୀ ଚିହ୍ନଟ।

୪-ଖୋର୍ଦ୍ଧା ଜିଲ୍ଲା କୁହୁଡି ନିକଟରେ ଫଳ ବୋଝେଇ ଟ୍ରକ କୁ ପଛରୁ ଧକ୍କା ଦେଲା ପ୍ରବାସୀ ଓଡ଼ିଆ ଙ୍କୁ ନେଇ ଆସୁଥିବା ବସ। ଘଟଣାସ୍ଥଳରେ ଡ୍ରାଇଭର ମୃତ।

୫-ଆଜି ଓଡିଶା ରେ ନୂଆ ୧ ଜଣ covid-19 ରୋଗୀ ଚିହ୍ନଟ। ଏହି ୧ ଜଣ ରୋଗୀ ଗଞ୍ଜାମ ଜିଲ୍ଲା ର ବୋଲି କୁହାଯାଉଛି। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୭୦ ରେ ପହଁଚିଲା।

୬-ସଂଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ଗୋଡ଼ କାଢିବା ମନା । ୧୩ ଦିନ ଯାଏଁ ସାରା ରାଜ୍ୟରେ ୧୨ ଘଣ୍ଟା ପାଇଁ ସବୁ ବନ୍ଦ । ଘରୁ ନବାହାରିବା ଉପରେ ଲାଗିଲା କଡା କଟକଣା ।

୭-ଭୁବନେଶ୍ୱର:କରୋନା ମହାମାରୀ ପାଇଁ ମାସକରେ ରାଜ୍ୟର ୨୩୦୦ କୋଟିର ରାଜସ୍ବ ହାନି।

୮-ଫେରନ୍ତାଙ୍କୁ ରାଜ୍ୟ ସରକାରଙ୍କ ମୁଖପାତ୍ରଙ୍କ ଚେତାବନୀ : ଶୃଙ୍ଖଳିତ ଆଚରଣ କରିବା ସହ ୧୪ ଦିନ ତ୍ୟାଗ ସ୍ୱୀକାର କରନ୍ତୁ । ପ୍ରଶାସନର ଧୈର୍ଯ୍ୟକୁ ପରୀକ୍ଷା କରନ୍ତୁନି । କ୍ୱାରେଣ୍ଟିନ୍ ନିୟମ ଭାଙ୍ଗିଲେ ଖସିବାର କୌଣସି ବାଟ ନାହିଁ ।

୯-ଲକଡାଉନ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀର ଦେହଜୀବୀ, କିଟ୍‌ ଓ କିସ୍‌ ପକ୍ଷରୁ କରାଗଲା ଖାଦ୍ୟ ବଣ୍ଟନ।

୧୦-ରଥ ନିର୍ମାଣ ଆରମ୍ଭ କରିବାକୁ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁରୋଧ, ସବୁ ଗାଇଡ୍‌ ଲାଇନ୍ସ ଅନୁସାରେ କାମ କରିବାକୁ ପ୍ରତିଶ୍ରୁତି।

୧୧-କରୋନା କଟକଣା ଭିତରେ ସୋନିଆଙ୍କ ବଡ ଘୋଷଣା । ଘରକୁ ଫେରୁଥିବା ପ୍ରତ୍ୟେକ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ରେଳ ଯାତ୍ରାର ପୂରା ଖର୍ଚ୍ଚ ବହନ କରିବ କଂଗ୍ରେସ।

୧୨-କ୍ବାରେଣ୍ଟାଇନ ସେଣ୍ଟର ନିୟମ ମାନିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ, ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରପଞ୍ଚ।

୧୩-ଘରକୁ ଫେରିଲେ କିମ୍‌ସ କୋଭିଡ ହସପିଟାଲର ୧୧୦ ନର୍ସ ଓ ପାରାମେଡିକାଲ ଷ୍ଟାଫ୍‌। ସେମାନେ ୧୪ ଦିନ କାର୍ଯ୍ୟ କରିବା ପରେ ୧୪ ଦିନ ସଂଗରୋଧରେ ରହିଥିଲେ।

୧୪-ମଦ ପାଇଁ ମରାମରି,ମଦ ଦୋକାନ ଖୋଲିବା ପରେ ସାରା ଦେଶରୁ ସାମ୍ନାକୁ ଆସିଲା ଅଭାବନୀୟ ଚିତ୍ର । ଦୋକାନ ଆଗରେ ପ୍ରବଳ ଭିଡ, ଗୋଟେ କିଣିବାକୁ ୨ କିଲୋମିଟର ଯାଏଁ ଲମ୍ବା ଲାଇନ । କିଏ ପେଟି ପେଟି ବୋହି ନେଉଛି ତ କିଏ ମଦ ନପାଇ ମାରପିଟ କରୁଛି।

୧୫-ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପର ଉପଯୁକ୍ତ ଜବାବ ଦିଆଯିବ: ସେନାମୁଖ୍ୟ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୭୩: ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

Tue May 5 , 2020
ବାସ୍ତବ ବ୍ୟୁରୋ- ଆଜି ଅପରାହ୍ନରେ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହୋଇଥବା ବ୍ୟକ୍ତିମାନେ ବାଲେଶ୍ୱର ଓ କଟକ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର ଜିଲ୍ଲାର ୨ ଜଣ ଚିହ୍ନଟ ହୋଇଥିବା ୫୦ ବର୍ଷୀୟ ମହିଳା ଓ ୨୬ ବର୍ଷିଅ ଯୁବକ କୋଲକାତାରୁ ଫେରିଥିଲେ ଏବଂ କଟକ ଜିଲ୍ଲାର ତିଗିରିଆ […]

You May Like

Pin It on Pinterest