
ଭୁବନେଶ୍ବର/୩/୨୦୨୫: ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ରଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ବିଶିଷ୍ଟ ସାହିତ୍ୟିକ ତଥା କଣ୍ଠଶିଳ୍ପୀ ଭାରତୀ ଭୂଷଣ ପଟ୍ଟନାୟକ ଙ୍କ ସଭାପତିତ୍ବରେ ୟୁନିଟ ୩ଭୁବନେଶ୍ଵର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
ସଭା ପ୍ରାରମ୍ଭରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ସମାଜସେବୀ ଶ୍ରୀ ବୃହସ୍ପତି ସାମଲ ଯୋଗଦେଇ ତାଙ୍କ ବକ୍ତବ୍ଯରେ ବସନ୍ତର ଆଗମନରେ ପୃଥିବୀରେ ଶାସ୍ବତ ପ୍ରେମର ଭାବଧାରା ପ୍ରବାହିତ ହୋଇଥାଏ।କବି ଲେଖକ ସେମାନଙ୍କ ଅନ୍ତରର ସୁକୋମଳ ସୁରଭିତ ଅଭିବ୍ୟକ୍ତି ମାନଙ୍କୁ ଲେଖନୀ ମୁନରେ ପରିପ୍ରକାଶ କରି ସମାଜରେ ଜାଗରଣ ସୃଷ୍ଟି କରିଥାନ୍ତି ବୋଲି ମତବ୍ଯକ୍ତ କରିଥିଲେ। ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ଆଜି ଆମର ମାତୃଭାଷା ଓ ସାହିତ୍ୟ ଆଶ୍ରୟ ସନ୍ଧାନରେ।ଆଶା ଓ ବିଶ୍ୱାସ ସାହିତ୍ୟିକ ବନ୍ଧୁବର୍ଗ ଏହାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିପାରୁଥିବେ । ଉପଚାର ନିମନ୍ତେ ନିଶ୍ଚୟ ଆଗେଇ ଆସିବେ ପ୍ରତିଶ୍ରୁତି ଆଉ ପ୍ରତିବଦ୍ଧତାରେ ବୋଲି ଆଶାପୋଷଣ କରିଥିଲେ।
ତତ୍ପରେ ପ୍ରଶାସକ ତଥା ସୁସାହିତ୍ଯିକ ଯୋଗେନ୍ଦ୍ର କୁମାର ନାୟକ ଓ କବୟତ୍ରୀ ଗୀତାଞ୍ଜଳି ମହାନ୍ତି ଙ୍କ ସଂଯୋଜନାରେ କବି ସର୍ବଶ୍ରୀ ପ୍ରିୟରଞନ ସାହୁ, ରଜନୀ କାନ୍ତ ପଟ୍ଟନାୟକ, ସନ୍ତୋଷ କୁମାର ଦାସ, ଅଲେଖ ଚରଣ ରାଉତ, ଅନୁସୟା ବାରିକ, ପୀତାମ୍ବର ପରିଡା, ଗୋଦାବରୀଶ କର, ସୁରେଶ ମହାପାତ୍ର, ତରୁଣ କୁମାର ମିଶ୍ର, ପବିତ୍ର ମୋହନ ବାରିକ, ଆର୍ତ୍ତବନ୍ଧୁ ଦାସ, ଦେବରାଜ ବିଶୋଇ, ଲକ୍ଷ୍ମୀଧର ଦାଶ, ରଞ୍ଜିତା ତ୍ରିପାଠୀ, ରୀତା ମିଶ୍ର, ରଶ୍ମିତା ରଥ, ସୌଦାମିନୀ ସାମଲ, ପୂର୍ଣ୍ଣାନନ୍ଦ ମହାନ୍ତି, ଉଷାରାଣୀ ଆଚାର୍ଯ୍ୟ, ଦେବରାଜ ନାୟକ,ପୁଷ୍ପଲତା ମିଶ୍ର, ପୀତାମ୍ବର ଭୋଇ, ଇତିଶ୍ରୀ ପତି, ଗୀତାଞ୍ଜଳି ଦଳେଇ,ପ୍ରଦୀପ ପଟ୍ଟନାୟକ, ବିଜୟ କୁମାର ମିଶ୍ର, ସୁଦୀପ୍ତ ମହାପାତ୍ର, ପ୍ରଣତୀ ପରିଡା, ସ୍ନେହଲତା ପାଢୀ, ଅନନ୍ତ ଚରଣ ସାହୁ, ରୋଜାଲିନ ଜେନା, ଡକ୍ଟର ରାମଚନ୍ଦ୍ର ମହାନ୍ତି, ଶଶୀପ୍ରଭା ଦାସ, ବିଜୟାନନ୍ଦ ଦାସ, ରଶ୍ମିତା ସାହୁ ଓ ନିରୁପମା ରଥ ସ୍ବରଚିତ ଶ୍ରୃତିମଧୁର କବିତା ପାଠ କରିଥିଲେ।
ଉପ-ସଭାପତି ଶ୍ରୀ ନିଖିଳ କୁମାର ବଲବନ୍ତରାୟ ଆସର ପରିଚାଳନା ରେ ସହଯୋଗ କରିଥିଲେ। ସର୍ବଶେଷରେ ଶିକ୍ଷାବିତ୍ ତଥା ସୁସାହିତ୍ଯିକା ସନ୍ଧ୍ୟା ରାଣୀ ପରିଜା ଧନ୍ୟବାଦ ପ୍ରଦାନ କରିଥିଲେ ବୋଲି ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ପ୍ରକାଶ କରିଛନ୍ତି।