ବାସ୍ତବ ବ୍ୟୁରୋ: ଜଷ୍ଟିନ୍ ଟ୍ରୁଡୋଙ୍କ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାପରେ ମାର୍କ କାର୍ନି କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ରବିବାର ଦିନ ଶାସକ ଲିବରାଲ ପାର୍ଟି ମାର୍କ କାର୍ନିଙ୍କୁ ଏହାର ନେତା ଭାବରେ ନିର୍ବାଚିତ କରିଛି । କାର୍ନି ୮୬ ପ୍ରତିଶତ ସଦସ୍ୟଙ୍କ ଭୋଟ ଜିତିଥିଲେ ।
ସୂଚନା ଥାଉକି, ୫୯ ବର୍ଷୀୟ କାର୍ନି ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେବେ । ଯିଏ ଜାନୁଆରୀରେ ଇସ୍ତଫା ଘୋଷଣା କରିଥିଲେ । କିନ୍ତୁ ଆଗାମୀ ଦିନରେ ତାଙ୍କ ଉତ୍ତରାଧିକାରୀ ଶପଥ ଗ୍ରହଣ ନ କରିବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ରହିବେ।
ମାର୍କ କାର୍ନି କାନାଡାର ଉତ୍ତର-ପଶ୍ଚିମ କ୍ଷେତ୍ରର ଫୋର୍ଟ ସ୍ମିଥରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ପିଲାଦିନ ଏଡମୋଣ୍ଟନରେ ବିତାଇଥିଲେ। ଏହା ପରେ ସେ ଆମେରିକା ଯାଇ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ପଢ଼ିଲେ। ପରେ, ମାର୍କ କାର୍ନି ୟୁକେ ଚାଲିଗଲେ, ଯେଉଁଠାରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କଲେ, ତା’ପରେ ୧୯୯୫ ମସିହାରେ ଅର୍ଥନୀତିରେ ପିଏଚଡି କଲେ। ଆପଣଙ୍କୁ କହି ରଖୁଛୁ ଯେ କାର୍ନିଙ୍କୁ ୨୦୦୮ ମସିହାରେ ବ୍ୟାଙ୍କ ଅଫ୍ କାନାଡାର ଗଭର୍ଣ୍ଣର ଭାବରେ ନିଯୁକ୍ତ କରାଯାଇଥିଲା। କାନାଡାରେ ଏହା ପ୍ରଥମ ଥର ଯେ କୌଣସି ରାଜନୈତିକ ପୃଷ୍ଠଭୂମି ନଥିବା ଜଣେ ବାହାର ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୋଇଛନ୍ତି।