ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ, (UCCC )୨୭, ବିଶ୍ୱାଳ ବଗିଚା, ତଳ ତେଲେଙ୍ଗା ବଜାର,କଟକ ସପକ୍ଷରେ ମାନ୍ୟବର ହାଇକୋର୍ଟ ଙ୍କ ଐତିହାସିକ ରାୟ…

ସଂଜୟ ଶତପଥୀ(କଟକ): ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆଜି ଭୁବନେଶ୍ବର ଠାରେ ପ୍ରେସ ମିଟ୍ ମାଧ୍ୟମରେ କିଛି ବିଦ୍ରୋହୀ ସଦସ୍ୟଙ୍କ ଦ୍ବାରା ସମାନ ନାମରେ ନୂଆ ସଙ୍ଗଠନ ଭୁବନେଶ୍ବରଠାରେ କରି ନିଜକୁ ମୂଳ ସଙ୍ଗଠନ କହୁଥିବା ର ପର୍ଦ୍ଦାଫାଶ ହୋଇଥିବା ଉପରେ ତଥ୍ୟ ଓ ରାୟ ର ନକଲ ସାମ୍ବାଦିକମାନଙ୍କୁ ପ୍ରଦାନ ସହ କଟକ ୟୁସିସିସି ହିଁ ପ୍ରକୃତ ଅନୁଷ୍ଠାନ‌ବୋଲି ପ୍ରମାଣ ସାମ୍ବାଦିକମାନଙ୍କୁ ପ୍ରଦାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ରେ ଜୁବୁଲି ସୁନ୍ଦର ରାଏସଂପାଦକ,ୟୁସିସିସି ,କଟକ ଅଜୟ ରାଉତରାୟ, ଉପ ସଭାପତି,ଓଡ଼ିଶା ପ୍ରଯୋଜକ ସଂଘ,କଟକ ଶ୍ରୀଧର ମାର୍ଥାକୋଷାଧ୍ୟକ୍ଷ,ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଆସୋସିଏସନ ,କଟକପ୍ରଯୋଜକ ପ୍ରଣୟ ଜେଠୀ,ପ୍ରଯୋଜକ କୈ।ସିକ ଦାସ,ଅଭିନେତା ଓ ପ୍ରଯୋଜକ ସୋହମ ସିଂ,ପ୍ରଯୋଜକ ଅଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ କୋର୍ଟର ରାୟର ନକଲ ସହ ସମସ୍ତ ପ୍ରଶ୍ନର ଉତ୍ତର ପ୍ରଦାନ‌ କରି ଅତି ଶିଘ୍ର ସଂଘ ର ନିର୍ବାଚନ ହେବ ଓ ଦୋଷୀଙ୍କୁ ନ୍ୟାୟାଳୟରେ ଉପଯୁକ୍ତ ଶାସ୍ତି ମିଳିବ ବୋଲି ଆଶା ପ୍ରକଟ କରିଥିଲେ
 ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ର ଏତାଦୃଶ ସଫଳତା କିଛି ବିଶୃଙ୍ଖଳିତ ମୁଷ୍ଟିମେୟ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀଙ୍କର ଇର୍ଷା ର କାରଣ ପାଲଟିଲା। ସମସ୍ତ ନିୟମ ଉଲ୍ଲଙ୍ଘନ କରି ଯେନତେନ ପ୍ରକାରେ UCCC କୁ ନିଜ ଅକ୍ତିଆରକୁ ନେବା ପାଇଁ ନାନାଦି ଜାଲିଆତି ଓ ବିଶୃଙ୍ଖଳା ସୃଷ୍ଟି କରି ମଧ୍ୟ ବିଫଳ ହେଲେ। ଏପରିକି ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ କୁ ବଦନାମ କରିବା ପାଇଁ ବିଭ୍ରାନ୍ତିକର  ମିଥ୍ୟା ଆରୋପ ଲଗାଇ ବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ପ୍ରଚାର କରି ମିଥ୍ୟା କୁ ସତ୍ୟ ରେ ପରିଣତ କରିବାକୁ ଅପଚେଷ୍ଟା କଲେ। ଏଥିରେ ବିଫଳ ହେବାପରେ  ଚଞ୍ଚକତା କରି ବିଗତ ସରକାରଙ୍କ ଅଧିନରେ କାର୍ଯ୍ୟରତ ପଦସ୍ଥ ଅଧିକାରୀଙ୍କୁ ମିଥ୍ୟା ସତ୍ୟପାଠ ଓ ଦସ୍ତାବିଜ ମାଧ୍ୟମରେ ପ୍ରଭାବିତ କରି ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ନାମରେ ଅନ୍ୟ ଏକ ପ୍ରମାଣପତ୍ର ହାସଲ କରି ନିଜ ନିଜ ଭିତରେ କାର୍ଯ୍ୟକର୍ତ୍ତା ଚୟନ କରି ଗଣମାଧ୍ୟମରେ ପ୍ରଚାର ଆରମ୍ଭ କରି ଚାଲିଲେ ଯାହାକି ସୋସାଇଟି ନୀୟମ ୧୨(ଘ)ର ଘୋର ପରିପନ୍ଥୀ।
 
 ଏହି ମିଥ୍ୟା ଦସ୍ତାବିଜ ଆଧାରିତ ସାର୍ଟିଫିକେଟ ପ୍ରତିବାଦରେ  ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିଲା। ଶେଷରେ ନିରାଶ ହୋଇ ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ, କଟକ ର କାର୍ଯ୍ୟକର୍ତ୍ତା ଶ୍ରୀ ଯୁଗଳ ଦେବତା, ଦିଲ୍ଲୀପ କୁମାର ମିଶ୍ର, ରଣଜିତ କୁମାର ରାଉତ, ଅଜୟ ରାଉତରାୟ,ଜିବେଶ କିଶୋର ସୁନ୍ଦରାୟ, ଶ୍ରୀଧର ମାର୍ଥା ପ୍ରଭୃତି ,ସରକାର ଏବଂ ସଞ୍ଜୟ ନାୟକ (ଟୁଟୁ ନାୟକ), ରବି ପଣ୍ଡା, ଏନ୍ ଗଙ୍ଗାଧର ରେଡ୍ଡୀ, ସୈାଭାଗ୍ୟଲକ୍ଷ୍ମୀ ଯେନା, ସ୍ଥିତ ପଟ୍ଟନାୟକ ଏବଂ ଅନ୍ୟ ମାନଙ୍କୁ ପକ୍ଷଭୁକ୍ତ କରି ମାନ୍ୟବର ମୂଖ୍ୟ ନ୍ୟାୟାଳୟର ଆଶ୍ରୟ ନେଇଥିଲେ।

 ଦିର୍ଘ ଦିନ ଶୁଣାଣି କରିବା ପରେ ମାନ୍ୟବର ନ୍ୟାୟାମୁର୍ତୀ  ଶ୍ରୀଯୁକ୍ତ ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପିଠରେ ତେଇଶ ପୃଷ୍ଠା ସମ୍ବଳିତ ଐତିହାସିକ ରାୟରେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ (ବିଗତ ସରକାରଙ୍କ ସମୟରେ)ତୃଟିପୂର୍ଣ୍ଣ କାର୍ଯ୍ୟ ଶୈଳୀ ଓ ଅନିୟମିତତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ଓ ଭର୍ତ୍ସନା କରିବା ସହିତ,ସଞ୍ଜୟ ନାୟକ ଏବଂ ତାଙ୍କ ସହଯୋଗୀମାନେ ହାତେଇ ଥିବା ମିଥ୍ୟା ଦସ୍ତାବିଜ ଆଧାରିତ ସାର୍ଟିଫିକେଟ କୁ ରଦ୍ଦ କରିବା ସଙ୍ଗେ ସଙ୍ଗେ ୧୯୯୩ ମସିହାରୁ ପଞ୍ଜିକୃତ ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ, କଟକ, କୁ ନ୍ୟାୟିକ ବୈଦ୍ଧତା ପ୍ରଦାନ କରିଛନ୍ତି। 

ବିଗତ ସରକାରଙ୍କ ସମୟରେ ସରକାରୀ ଦପ୍ତର ରେ ଅଧିକାରୀ ମାନଙ୍କ ଦ୍ବାରା ଚାଲୁଥିବା ନାନାଦି ପ୍ରକାର ର ଅନିୟମିତତା, ଭ୍ରଷ୍ଟାଚାର ଓ କେଳେଙ୍କାରୀ ର ଏହା ଏକ ଜ୍ୱଳନ୍ତ ଉଦାହରଣ। ସୋସାଇଟି ଅଧିନିୟମ ୧୨-ଘ (Article 12- D)ଅନୁସାରେ କୌଣସି ଏକ ସରକାରୀ ପଞ୍ଜିକୃତ ସଂସ୍ଥା କାର୍ଯ୍ୟରତ ଥିବା ସମୟରେ ସେଇ ଏକା ନାମ ରେ ଅନ୍ୟ ଏକ ପଞ୍ଜିକୃତ ନମ୍ବର ସହ ସାର୍ଟିଫିକେଟ ଦିଆଯାଇପାରିବ ନାହିଁ ଯାହାକି ଆଇନତଃ ବୈଧ ନୁହେଁ ।
ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ତରଫରୁ ସରକାରୀ ଅଧିକାରୀଙ୍କ ଏଭଳିv ଅନୈତିକ ଓ ଭ୍ରଷ୍ଟାଚାର କାର୍ଯ୍ୟକଳାପ କୁ ତୀବ୍ର ନିନ୍ଦା କରିବା ସଙ୍ଗେ ସଙ୍ଗେ ସମ୍ପୃକ୍ତ ଅଧିକାରୀ ଏବଂ ଉକ୍ତ ଚଞ୍ଚକତାପୁର୍ଣ କାର୍ଯ୍ୟ ରେ ଲିପ୍ତ ଅନ୍ୟ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୁଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବର୍ତ୍ତମାନ ର ସରକାର ଙ୍କ ନିକଟରେ ଦାବି କରାଯାଉଛି।
ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ତରଫରୁ ଆଗତ କରାଯାଇଥିବା ଉକ୍ତ ମାମଲା କୁ ଓଡ଼ିଶା ‌ହାଇକୋର୍ଟ ର ବରିଷ୍ଠ ଆଇନଜୀବି ଶ୍ରୀମତି ପାମି ରଥ ଏବଂ ତାଙ୍କର ସହଯୋଗୀ ଶ୍ରୀ ପି କେ ମହାନ୍ତି ସୂଚାରୁରୂପେ ପରିଚାଳନା କରି ଇଉ ସି ସି ସି(UCCC)କୁ ସଫଳତା ଦେଇଥିଲେ।

ସେୟାର କରନ୍ତୁ

Next Post

ବାର୍ଷିକ ଉତ୍ସବ ତଥା ବିଶ୍ବ ନାଟ୍ୟ ଦିବସ ଅବସରରେ ମଂଚସ୍ଥ ହେଲା ନାଟକ "ବଉଁଶ୍ ବୁଡା"....

Mon Mar 31 , 2025
ବରଗଡ଼୩୧/୩(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଇରପାଲି ଠାରେ ବାର୍ଷିକ ଉତ୍ସବ ପାଲନ ଅବସରରେ ସାଧାରଣ ସଭା,ପୁରସ୍କାର ବିତରଣ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ସାଂସ୍କୁୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି ଅବସରରେ ବିଶ୍ବ ନାଟ୍ୟ ଦିବସ ପାଲନ ପରିପ୍ରେକ୍ଷୀରେ ଅନୁଷ୍ଠାନ ର କଲାକାର ମାନେ ପ୍ରସ୍ତୁତ କରିଥିଲେ ସମଲପୁରୀ ନାାଟକ “ବଉଁଶବୁଡା”।ମନୋଜ କୁମାର ଭୋଇ […]

You May Like

Pin It on Pinterest