ପରଲୋକରେ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାର

ବାସ୍ତବ ବ୍ୟୁରୋ: ପରଲୋକରେ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାର । ଆଜି (ଶୁକ୍ରବାର) ୮୭ ବର୍ଷ ବୟସରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ସାରା ଦେଶ ଦୁଃଖିତ।

୨୪ ଜୁଲାଇ ୧୯୩୭ରେ ହରିକୃଷ୍ଣ ଗିରି ଗୋସ୍ୱାମୀ ଭାବେ ଜନ୍ମଗ୍ରହଣ କରିଥିବା ମନୋଜ କୁମାର ସମସ୍ତ କଳାକାରଙ୍କ ପାଇଁ ଥିଲେ ପ୍ରେରଣା ଥିଲେ। ଅଭିନେତା ୧୯୫୭ ମସିହାରେ ଫିଲ୍ମ ଫ୍ୟାଶନ୍ ମାଧ୍ୟମରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୧୯୬୫ ତାଙ୍କ କ୍ୟାରିୟର ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିଥିଲା । ଏହି ବର୍ଷ ମୁକ୍ତିଲାଭ କରିଥିବା ଶହୀଦ ଚଳଚ୍ଚିତ୍ର ତାଙ୍କ କ୍ୟାରିଅରକୁ ଏକ ବଡ଼ ସଫଳତା ଦେଇଥିଲା । ଏହାପରେ ସେ କେବେ ପଛକୁ ଫେରି ଚାହିଁ ନଥିଲେ । ମନୋଜ କୁମାରଙ୍କ ଫିଲ୍ମଗୁଡ଼ିକ କେବଳ ହିଟ୍ ହୋଇନଥିଲା, ବରଂ ତାଙ୍କ ଗୀତଗୁଡ଼ିକ ମଧ୍ୟ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା ।

ମନୋଜ କୁମାର ସାହାରା, ଚାନ୍ଦ, ହନିମୁନ୍, ପୁରବ୍ ଔର ପଶ୍ଚିମ, ନସିବ, ମେରୀ ଆୱାଜ୍ ସୁନୋ, ନୀଲ କମଲ, ଉପକାର ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ଭାରତୀୟ ସିନେମାରେ ଅବଦାନ ପାଇଁ ମନୋଜ କୁମାରଙ୍କୁ ୧୯୯୨ ମସିହାରେ ପଦ୍ମଶ୍ରୀ ଓ ୨୦୧୫ ମସିହାରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। 

ନିଜ କାମ ଦ୍ୱାରା ସେ ସମସ୍ତଙ୍କ ହୃଦୟ ଜିତିବାରେ ଥିଲେ ପାରଙ୍ଗମ । ତାଙ୍କର ଦେଶପ୍ରେମୀ ଚଳଚ୍ଚିତ୍ର ବ୍ୟତୀତ ସେ “ହରିୟାଲୀ ଅର ରାସ୍ତା”, “ୱୋ କୌନ ଥି”, “ହିମାଳୟ କି ଭଗବାନ ମେନ୍”, “ଦୋ ବଦନ”, “ପଥର୍ କେ ସାନମ୍”, “ନୀଲ କମଲ” ଏବଂ “କ୍ରାନ୍ତି” ଭଳି ଅନେକ ମହାନ ଚଳଚ୍ଚିତ୍ରର ଅଭିନୟ କରିଛନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି।

ସେୟାର କରନ୍ତୁ

Next Post

ଚେନ୍ନାଇକୁ ୨୫ ରନରେ ହରାଇଲା ଦିଲ୍ଲୀ

Sat Apr 5 , 2025
ବାସ୍ତବ ବ୍ୟୁରୋ : ଆଇପିଏଲ ୨୦୨୫ର ୧୭ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୨୫ ରନରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ହିଁ ଦଳ ଜେକ୍ ଫ୍ରେଜର ମାକଗର୍କଙ୍କ ଓ୍ବିକେଟ ହରାଇ ଝଟକା ପାଇଥିଲା । ସେ ଖାତା ଖୋଲିବା ପୂର୍ବରୁ ଆଉଟ […]

You May Like

Pin It on Pinterest