ଅତାବିରା ମହା ବିଦ୍ୟାଳୟ ରେ ଓଡ଼ିଆ ପକ୍ଷର ଦଶମ ଦିବସରେ “ଲୋକକଳା ପାଇଁ ଦିନଟିଏ”….

ବରଗଡ଼୧୧/୪(ବାସ୍ତବ ଟିଭି ନବୀନ କୁମାର ଦାଶ): ଓଡ଼ିଆ ପକ୍ଷ ର ଦଶମ ଦିବସରେ ଓଡ଼ିଆ ବରିଷ୍ଠ କଳାକାର ଙ୍କ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି।ଅଧ୍ୟକ୍ଷ ଅଶ୍ଵିନୀ କୁମାର ପାଧାନ ଙ୍କ ଅଧ୍ୟକ୍ଷତାରେ ରିଙ୍କି ପ୍ରଧାନ ଙ୍କ ସଂଯୋଜନା କ୍ରମେ ୧୨ଜଣ ବର୍ଷୀୟାନ କଳାକାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସୋର୍ଣା ର ମହାରାଜ ସୁଶୀଲ ନାଏକ,କବି ସାହିତ୍ୟକ ଶିକ୍ଷାବିତ୍ ତଥା ଭାଷା ଗବେଷଣା ଓ ଆକାଶ ବାଣୀ ଗୀତିକାର ସରୋଜ କୁମାର ରଥ,ଗାୟକ ଅତାବିରା ତରଣି ସେନ ସ୍ୱାଇଁ,ବ୍ୟଙ୍ଗ କବି ଦେବାହାଲ ମନୋରଞ୍ଜନ ଲୁହା,ଗାୟକ ଓ ନାୟକ ପରମାନ ପୁର ଶୁଭେନ୍ଦୁ ସୁସାରି,ଅଭିନେତା ତଥା ନିର୍ଦ୍ଦେଶକ ଅତାବିରା ନିର୍ମଳ ଚନ୍ଦ୍ର ପ୍ରଧାନ,ଦିପ୍ଲୋ ମାଇନ୍ ଫାଇନ ଆର୍ଟ ପାଳସା ପାଲି ର ସୁବାସ ଚନ୍ଦ୍ର ପ୍ରଧାନ,ସଂଚାର ଗାୟିକା ବାଦିକା ପରମାନ ପୁର ର ମନକାନ୍ତି ପଧାନ,ଗାୟିକା ଅତାବିରା କୁମୁଦିନୀ ସାହୁ,ଅଭିନେତା,ନିର୍ଦ୍ଦେଶକ ତଥା ମଞ୍ଚ ପରିଚାଳକ କୁଲୁଣ୍ଡା ସୁମନ୍ତ ସାହୁ,କର୍ମା ବାଦକ ପଳସା ପାଲି ଉତ୍ତର ଭୁଏ, ପାରମ୍ପରିକ ସମ୍ବଲପୁରୀ ଗୀତ ର ଗୀତି କାର,ଗାୟକ ଏବଂ ସଂଗୀତକାର ଅନ୍ଧାରୀପାଲି ଲରମ୍ଭା ପବିତ୍ର କୁମାର ମହାଣା,କବି କିଶୋର ପାତ୍ର,କବି ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଙ୍କୁ ମାନପତ୍ର,ଉପ ଢୌକନ ସହ ପୁଷ୍ପଗୁଚ୍ଛ ଦେଇ ଅଧ୍ୟକ୍ଷ ଶ୍ରୀ ପଧାନ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇ ଥିଲା।ସମ୍ବର୍ଦ୍ଧିତ କଳାକାର ମାନଙ୍କ ଖୁସି ର ଲହରୀ ଖେଳି ଯାଇଥିବା ବେଳେ ଛାତ୍ର ଛାତ୍ରୀ ମାନେ ଲୋକ କଳା ଉଦ୍ଦେଶ୍ୟ ଉପରେ ସଚେତନ ହୋଇଥିଲେ।

ପରମା ବନ୍ଦ ରଥ,ଅପର୍ଣ୍ଣା ସାହୁ,ଅସ୍ମିତା ଛୁରିଆ, ସଂଧ୍ୟାରାଣି ଜେନା,ଗାୟତ୍ରୀ କାଲୋ, ଗିରିଜା ବରିହା,ଚିନ୍ତାମଣି,ଯୁବରାଜ, ଜନାର୍ଦ୍ଦନ,ଚିତ୍ରସେନ ପ୍ରମୁଖ ଙ୍କ ସକ୍ରିୟ ଉପସ୍ଥିତି ରହିଥିବା ବେଳେ ଅଧ୍ୟକ୍ଷ ଧନ୍ୟବାଦ୍ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ।

ସେୟାର କରନ୍ତୁ

Next Post

ସବୁ ଓଡ଼ିଆ ପରିବାରଙ୍କ ପାଖରେ ପହଞ୍ଚିବ ‘ଆୟୁଷ୍ମାନ ଭାରତ’ କାର୍ଡ....

Fri Apr 11 , 2025
ବାସ୍ତବ ବ୍ୟୁରୋ: ରାଜ୍ୟରେ ବହୁ ପ୍ରତୀକ୍ଷିତ ’ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ’ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ରାଜ୍ୟର ୧ କୋଟି ୩ ଲକ୍ଷ ପରିବାର ପାଇଁ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଓ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଏବଂ ‘ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା’ ଲାଗୁ ହୋଇଯାଇଛି। ଏହି ସ୍ବାସ୍ଥ୍ୟ କାର୍ଡ ଓଡ଼ିଶା ସହିତ ରାଜ୍ୟ ବାହାରେ ଥିବା ୨୯ ହଜାର ଡାକ୍ତରଖାନାରେ କାମ କରିବ। […]

You May Like

Pin It on Pinterest