ପ୍ରଧାନ ମନ୍ତ୍ରୀ ରାସ୍ତାରେ ଚିନ୍ତା ବଢ଼ାଉଛି ଫ୍ଳାଇ ଆସ୍କ୍ ଗୁଣ୍ଡ…

ବରଗଡ଼-୨୭/୦୪/୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଗୋଟେ ପଟେ ରାଇସ ମିଲ ରୁ ବାହାରୁ ଥିବା ପାଉଁଶ(ରାଖଡ)ଗୁଣ୍ଡ ରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ବିଭାଗୀୟ ଙ୍କ ଆଖି ବୁଜା ନୀତି ଓ ନିଷ୍କ୍ରିୟତା ଯୋଗୁଁ କିଛି ଅସାଧୁ ରାଇସ ମିଲର ଏଣେତେଣେ ପାଉଁଶ ପକେଇ ଦେବା ସହ ନିକଟରେ ଥିବା ଲୋକଙ୍କ ବ୍ୟବହାର୍ଯ୍ୟ କେନାଲ ଓ ପୋଖରୀ କୁ ରାଇସ ମିଲ ରୁ ନିର୍ଗତ ନର୍ଦ୍ଧମା ପାଣି ଛାଡି ଦେଇଥିବା ଯୋଗୁଁ ଲୋକେ ବିଭିନ୍ନ ପ୍ରକାର ରୋଗାକ୍ରାନ୍ତ ହେଉଛନ୍ତି।

ଏବେ ପୁଣି ଗାଆଁ ରାସ୍ତା ଠାରୁ ଆରମ୍ଭ କରି ପ୍ରଧାନ ମନ୍ତ୍ରୀ ରାସ୍ତା,ରାଜ୍ୟ ରାଜପଥ, ମୁଖ୍ୟ ଜାତୀୟ ରାଜପଥ କଡରେ ଫ୍ଲାଇ ଆସ୍କ ପକାଇ ଦିଆଯାଉଥିବା ଯୋଗୁଁ ଲୋକେ ଯାତାୟାତ ସମୟରେ ଆଖି ରେ ପଡ଼ି ଦୁର୍ଘଟଣା ର ଶିକାର ମଧ୍ୟ ହେଉ ଛନ୍ତି।କିଞ୍ଚିତ ଉଦାହରଣ ସ୍ୱରୂପ ଅତାବିରା ଏନ୍ଏସି ଅନ୍ତର୍ଗତ ପପଙ୍ଗା କେନାଲ ରୁ ଭାୟା ଲାଦେରପାଲି ବସ୍ତି ଦେଇ ଏନ୍ ଏଚ-୫୩ ପାରି ହୋଇ ଲାଦେର ପାଲି ଛକ ରୁ କାଣ୍ଡ ପାଲି ଦେଇ ପପଙ୍ଗା କେନାଲ ପ୍ରଧାନମନ୍ତ୍ରୀ ରାସ୍ତା ଏନ୍ଏସି ର ଡମ୍ପିଂ ୟାଡ ନିକଟରେ ଫ୍ଳାଇ ଆସ୍କ୍ ଗୁଣ୍ଡ ଯିବା ଆସିବା ଲୋକଙ୍କ ଚିନ୍ତା ବଢ଼ାଇବା ରେ ଲାଗିଛି।ଏହି ରାସ୍ତା ଦେଇ ରାତି ପାହିଲେ ସ୍କୁଲ ପିଲା ଚାଷୀ ତଥା ବହୁ ଲୋକ ଯିବା ଆସିବା କରି ରାସ୍ତା କଡ ସହ ରାସ୍ତାରେ ଫ୍ଲାଇ ଆସ୍କ ପଡ଼ିଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ତୁରନ୍ତ ଏଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ତଥା ଜିଲ୍ଲାପାଳ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।

ସେୟାର କରନ୍ତୁ

Next Post

ମହାନଦୀବିହାରରେ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର...

Sun Apr 27 , 2025
କଟକ(ସଂଜୟ ଶତପଥୀ)ତା୨୭।୦୪ : ମହାନଦୀବିହାର ଡେଭଲପମଂଟ୍ ଆସୋସିଏସନ୍ (ଏମଡିଏ) ଆନୁକୁଲ୍ୟରେ ମହାନଦୀବିହାର ପେନସନର୍ସ ଆସୋସିଏସନର, ବରିଷ୍ଠ ନାଗରିକ ମଂଚ ଏବଂ ମହିଳା ସମିତିର ମିଳିତ ସହଯୋଗରେ ମହାନଦୀବିହାର ସ୍ଥିତ ମହାନଦୀଭବନ ପରିସରରେଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମେଡ଼ିସିନ, ଗ୍ୟାଷ୍ଟ୍ରୋ, ଜେରିଆଟିକ, ଚର୍ମ, କାର୍ଡିଓଲୋଜି, ଦାନ୍ତ, ସ୍ଥିପିଂ ଡିଜଅର୍ଡର, ପେଡିଆଟିକ, ଅର୍ଥୋପେଡିକ ଆଦି ବିଭାଗର ଅଭିଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ରୋଗୀମାନଙ୍କୁ […]

You May Like

Pin It on Pinterest