
ବରଗଡ଼୨୮.୦୪.୨୦୨୫(ନବୀନ କୁମାର ଦାଶ):ଗାଇସିଲେଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତା ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ଗୋୟଲଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା,ଅତି ରିକ୍ତ ଆରକ୍ଷୀ ଅଧିକ୍ଷକ ଶିବ ପ୍ରସାଦ ବିଶ୍ଵାଳ, ଜିଲ୍ଲା ମୁଖ୍ୟ ଚିକିସା ଅଧିକାରୀ ଡ଼ଃ ପ୍ରଶାନ୍ତ କିଶୋର ଦାସ,ଉପଜିଲ୍ଲାପାଳ ଅରୁଗୁଲା ସ୍ନେହା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଭୋଇ,ADEO, ତହସିଲଦାର ଏବଂ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।
ସୂଚନାଯୋଗ୍ୟକି, ଉକ୍ତ ଶିବିରରେ ଜଳସେଚନ,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ ଯୋଗାଣ, ରାସନ କାର୍ଡ,ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା,ରାସ୍ତା ନିର୍ମାଣ,କୃଷି ଆଦି ସମସ୍ୟା ଅଧାରିତ ସମୁଦାୟ ୧୫୧ ଗୋଟି ଅଭି ଯୋଗ ମଧ୍ୟରୁ ୧୦୫ ଗୋଟି ବ୍ୟକ୍ତି ଗତ ଏବଂ ୪୬ ଗୋଟି ସାମୁହିକ ସେଥି ମଧ୍ୟରୁ ୧ ଗୋଟି ଅଭିଯୋଗର ତତକ୍ଷଣାତ ଶୁଣାଣି କରି ଅନ୍ୟvସମସ୍ତ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।