କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ଦେଶରେ ହେବ ଜାତିଭିତ୍ତିକ ଜନଗଣନା

ବାସ୍ତବ ବ୍ୟୁରୋ : ସାରା ଦେଶରେ ଆରମ୍ଭ ହେବାକୁଥିବା ଜନଗଣନା ସହ ଜାତିଭିତ୍ତିକ ଡାଟା ମଧ୍ୟ ଏକାଠି କରାଯିବ । ଏଥିପାଇଁ ଜନଗଣନା ଫର୍ମରେ ଜାତିର ଏକ ଘର ଦିଆଯିବ । ଏହି ଆଧାରରେ ଦେଶରେ କେଉଁ ଜାତିର କେତେ ଲୋକ ଅଛନ୍ତି ତାର ସୂଚନା ଏକାଠି କରାଯିବ ।

କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନିଷ୍ପତ୍ତି ବାବଦ ସୂଚନା ଦେଇଛନ୍ତି । ଅଶ୍ୱିନୀ ବୈଷ୍ଣବ ସାମ୍ୱାଦିକଙ୍କୁ ସମ୍ୱୋଧନ କରି କହିଛନ୍ତି ଯେ ଆଜି ହୋଇଥିବା କ୍ୟାବିନେଟ୍ କମିଟି ଅନ୍ ପଲିଟିକାଲ୍ ଆଫାୟର୍ସରେ ଜାତି ଜନଗଣନା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଐତିହାସିକ ପଦକ୍ଷେପ କୁହାଯାଉଛି, କାରଣ ଏବେ ସୁଦ୍ଧା ଜାତି ଗଣନା ମୂଳ ଜନଗଣନାର ଅଂଶ ନଥିଲା ।

ସରକାରଙ୍କ ପାଇଁ ନୀତି ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବା ସହିତ ଦେଶର ସମ୍ବଳର ସମାନ ବଣ୍ଟନ ସୁନିଶ୍ଚିତ କରିବା ପାଇଁ ଜନଗଣନା ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଜନସଂଖ୍ୟା ନୁହେଁ ବରଂ ଜନସଂଖ୍ୟା, ଅର୍ଥନୈତିକ ସ୍ଥିତି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ମଧ୍ୟ ପ୍ରକାଶ କରେ । 

୧୯୫୧ ମସିହାରୁ ପ୍ରତି ୧୦ ବର୍ଷରେ ଥରେ ଜନଗଣନା କରାଯାଉଥିଲା, କିନ୍ତୁ ୨୦୨୧ରେ କରୋନା ମହାମାରୀ ଯୋଗୁଁ ଜନଗଣନାକୁ ସ୍ଥଗିତ ରଖାଯାଇଥିଲା । ଜାତୀୟ ଜନସଂଖ୍ୟା ପଞ୍ଜିକା (NPR)କୁ ଅପଡେଟ୍ କରିବା କାମ ମଧ୍ୟ ବାକି ରହିଛି । ଜନଗଣନା କେବେଠୁ ଆରମ୍ଭ ସେନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ । ସୂତ୍ର ଅନୁଯାୟୀ, ଜନଗଣନା ତଥ୍ୟ 2026ରେ ପ୍ରକାଶିତ ହେବ ।

ଅନ୍ୟପଟେ କଂଗ୍ରେସ କହିଛି ଯେ ଆମ ପାର୍ଟି ପକ୍ଷରୁ ଲଗାତାର ଦାବି ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ବାସ୍ତବିକ ସ୍ୱାଗତଯୋଗ୍ୟ। ଏବେ ପ୍ରଧାନମନ୍ତ୍ରୀ ଏଥି ପାଇଁ ତାରିଖ ଘୋଷଣା କରନ୍ତୁ। 

ସେୟାର କରନ୍ତୁ

Next Post

ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ...

Thu May 1 , 2025
ବରଗଡ଼(ନବୀନ କୁମାର ଦାଶ):ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କୃଷକ ଦିବସ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସି.ଏମ୍ କିଷାନ ଯୋଜନା ରେ ରାଜ୍ୟର ୫୦,୧୬,୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୪୯,୪୮୨ ସଂଖ୍ୟକ ଭୂମିହୀନ କୃଷି ପରିବାର ଏବଂ ୨,୩୮୨ ଜନଜାତି କୃଷକ ପରିବାରକୁ ୨୦୨୫ ଖରିଫ ଫସଲ ୠତୁ ପାଇଁ ୧୦୨୫ […]

You May Like

Pin It on Pinterest