ଶବ୍ଦ ନୃତ୍ୟର ଶାସ୍ତ୍ରୀୟତା ଉପରେ ଆଲୋଚନା ଚକ୍ର…

ବରଗଡ଼:-୦୫.୦୫.୨୦୨୫(ନବୀନ କୁମାର ଦାଶ)ଶବ୍ଦ ନୃତ୍ୟ ବହୁ ପ୍ରାଚୀନ ନୃତ୍ୟ ଓ ଏହାର ଶାସ୍ତ୍ରୀୟ ପ୍ରମାଣ ମଧ୍ୟ ରହି ଥିବାରୁ ଏହାକୁ ଶାସ୍ତ୍ରୀୟ ନୃତ୍ୟ ର ମାନ୍ୟତା ପାଇଁ ଏକ ଆଲୋଚନା ଚକ୍ରରେ ବହୁ ବିଶିଷ୍ଟ ବକ୍ତା ମତ ପ୍ରକାଶ କରି ଥିଲେ।ବରପାଲି ନିକଟସ୍ଥ କନବାର ଗ୍ରାମରେ ବ୍ରଜେଶ୍ୱରୀ ନୃତ୍ୟ କଳା ସଂଘ, ଶବ୍ଦ ନୃତ୍ୟ ଗବେଷଣା କେନ୍ଦ୍ର ପକ୍ଷରୁ ଶବ୍ଦ ନୃତ୍ୟ କୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଏକ ଆଲୋଚନା ଚକ୍ର ସାନୁଜ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ମା ବ୍ରଜେଶ୍ଵରୀ ଓ ଶବ୍ଦ ନୃତ୍ୟ ର ପ୍ରଚାରକ ସ୍ବର୍ଗତ ଗୁରୁ ଭଗବାନ ସାହୁଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ଯ ଓ ଦ୍ଵୀପ ପ୍ରଜ୍ବଳନ କରା ଯାଇଥିଲା।ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ବାଲ କିଶୋର ଖାଡଙ୍ଗା, ପଦ୍ମଲୋଚନ ସାହୁ,ଚିତ୍ତରଞ୍ଜନ ସାହୁ, କବି ଭିକାରୀ ଚରଣ ପ୍ରଧାନ,ଉଦ୍ଧବ ବାରିକ,ଫଗୁନୁ ଚାଉଁର,ହର୍ଷ ବେହେରା ପ୍ରମୁଖ ଆଲୋଚନା ରେ ଭାଗ ନେଇ ନିକଟ ଭବିଷ୍ୟତ ରେ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର କରାଯିବା ସହ ଶବ୍ଦ ନୃତ୍ୟ କୁ ଶାସ୍ତ୍ରୀୟ ମାନ୍ୟତା ଦାବୀ କୁ ରାଜ୍ୟ ସରକାର ଙ୍କ ଠାରେ ଉପସ୍ଥାପନ କରିବା ପାଇଁ ମତ ପ୍ରକାଶ ପାଇଥିଲା ।

ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରି ଥିଲେ ରାମଜୀ ପ୍ରଧାନ।ପ୍ରାରମ୍ଭ ରେ ଭଗବାନ ସାହୁଙ୍କ ପଟ୍ଟ ଶିଷ୍ୟ ଭାଗବତ ପ୍ରଧାନ(ଭାଗବତିଆ ମାଷ୍ଟ୍ରେ)ଶବ୍ଦ ନୃତ୍ୟ ର ଶାସ୍ତ୍ରୀୟ ପ୍ରମାଣ ଉପସ୍ଥାପନ କରି ଥିଲେ।ସମ୍ପାଦକ ନିରୋଦ ସାହୁ ଧନ୍ୟ ବାଦ ଅର୍ପଣ କରିଥିଲେ।କାର୍ଯକ୍ରମ ରେ ଶବ୍ଦ ନୃତ୍ୟ ଗୁରୁ ପ୍ରଫୁଲ୍ଲ ନାୟକ,ନବ କୁମାର ବାରିକ,ସର୍ବେଶ୍ଵର ଭୋଇ,ବିପିନ ବାରିକ,ହୃଦାନନ୍ଦ ପ୍ରଧାନ,ଭାଗିରଥି ବିଶି, ଗୋପାଳ ଭୋଇ,ଦେବେନ୍ଦ୍ର ନାୟକ, ଉମେଶ ମଲ୍ଲିକ,ପୀତାମ୍ବର ପ୍ରଧାନ , ଗୋପାଳ ବାରିକ,ବିକ୍ରମ ବେହେରା, ମୋହିତ ସାହୁ,ଫକୀର ପ୍ରଧାନ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ସେୟାର କରନ୍ତୁ

Next Post

ସରକାର ଓ ସଂଗଠନର ମିଳିତ ପ୍ରୟାସରେ କୃଷି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହେବ: ମନମୋହନ ସାମଲ...

Mon May 5 , 2025
 ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ସ୍ୱଳ୍ପ ସମୟ ମଧ୍ୟରେ କରିଥିବା କୃଷକ କଲ୍ୟାଣକାରୀ ଯୋଜନା ଏକ ଐତିହାସିକ ପଦକ୍ଷେପ କୃଷି କ୍ଷେତ୍ରରେ ଓଡ଼ିଶା ଏବେ ରପ୍ତାନୀ ରାଜ୍ୟ ଭାବେ ପରିଣତ ହୋଇଛି :କନକବର୍ଦ୍ଧନ ସିଂଦେଓ କୃଷି କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ସବୁ ଲୋକଙ୍କ ପାଖରେ ପହଂଚାଇବାକୁ ଆହ୍ୱାନବାସ୍ତବବ୍ୟୁର(ଭୁବନେଶ୍ୱର)ତା.୫/୫: ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ସ୍ୱଳ୍ପ ସମୟ ମଧ୍ୟରେ […]

You May Like

Breaking News

Pin It on Pinterest