କଲାଦହନାର ରାଜ୍ୟ ସ୍ତରୀୟ ତୃତୀୟ ସ୍ଵନକ୍ଷତ୍ର ଉଚ୍ଛବ ଏବ ପଞ୍ଚମ ସାହିତ୍ୟ ସଂପାନ ଅନୁଷ୍ଠିତ…

ବରଗଡ଼୦୫.୦୫.୨୦୨୫(ନବୀନ କୁମାର ଦାଶ):ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ କଲା ଦହନା ସାଂସ୍କୃତିକ ଅନୁଷ୍ଠାନ,କଟାପାଲି, ବରଗଡ ତରଫରୁ ସମ୍ପାଦକ ତଥା ପ୍ରତିଷ୍ଠାତା କବି ଦିନେଶ ଭୋଇଙ୍କ ସମ୍ପାଦନାରେ ଏବଂ ସଭାପତି କବି ବିକ୍ରମ ସାହୁଙ୍କ ସଭାପତିତ୍ୱରେ ରାଜ୍ୟ ସ୍ତରୀୟ ତୃତୀୟ ସ୍ୱନକ୍ଷତ୍ର ଉଚ୍ଛବ ଏବଂ ପଞ୍ଚମ ସାହିତ୍ୟ ସଂପାନ ଅନୁଷ୍ଠିତ ହୋଇଯାଇଛି ।

ସାହିତ୍ୟ,ନୃତ୍ୟ,ଆଲୋଚନା,ପୁସ୍ତକ ଉନ୍ମୋଚନ ସହ ନବୋଦୟ ଯୁବ ପୀଢ଼ି ମାନଙ୍କ ପାଇଁ ଉତ୍ସାହ ଜନକ ସମ୍ମାନ ସନନ୍ଦ ଏବଂ ପ୍ରୋତ୍ସାହନ ସୂଚକ ସମ୍ବର୍ଦ୍ଧନା ଦିଆଯାଇଥିଲା।ଅନେକ ସୁଦୂର ଜିଲ୍ଲାରୁ ପାଖାପାଖି ୨୧ ଟି ଜିଲ୍ଲାରୁ ଅନେକ କବି କବୟିତ୍ରୀ ମାନେ ଧାଇଁ ଆସିଥିଲେ।ମୁଖ୍ୟ ଅତିଥିରେ ନରେନ୍ଦ୍ର କୁମାର ହୋତା ବରପାଲିରୁ,ମୁଖ୍ୟ ବକ୍ତାରେ ଡ଼ଃ କୈବଲ୍ୟ ମିଶ୍ର ସୁବର୍ଣ୍ଣପୁରରୁ,ସମ୍ମାନିତ ଆଲୋଚକ ରେ ମଦନାନନ୍ଦ ସେଠ,ଝାରସୁଗୁଡାରୁ, ସମ୍ମାନିତ ଅତିଥିରେ ଡ଼ଃ ନିରଞ୍ଜନ ପଣ୍ଡା ସୁବର୍ଣ୍ଣପୁରରୁ,ସମ୍ମାନିତ ବକ୍ତାରେ ଓଡ଼ିଆ ଅଧ୍ୟାପିକା ସୁନିତା ପଣ୍ଡା,ସମ୍ବଲପୁରରୁ ଏବଂ ପ୍ରାରମ୍ଭିକ ଅଭିଭାଷଣ ତଥା ଦ୍ଵିତୀୟ ଅଧିବେଶନର ମଞ୍ଚ ସଞ୍ଚାଳୀକା ତଥା ସଂଯୋଜିକା ଭାବରେ ସଙ୍ଗୀତା ଦୀପ ମହୋଦୟା ଓ ପ୍ରଥମ ଅଧିବେଶନରେ ମଞ୍ଚ ପରିଚାଳନାରେ ଡ଼ଃ ଶ୍ରୀକାନ୍ତ ପଣ୍ଡା, ଭଦ୍ରକରୁ ପ୍ରଥମ ଅଧିବେଶନରେ ନିୟୋଜିତ ହୋଇଥିଲେ।

ପ୍ରଥମ ଅଧିବେଶନରେ କବି ଦିନେଶ ଭୋଇଙ୍କ ଚତୁର୍ଥ ଆଧୁନିକ କବିତା ସଂକଳନ’ନେପଥ୍ୟର ଅସ୍ତରାଗ‘ କବିତା ପୁସ୍ତକ ଉନ୍ମୋଚନ ସହ ତାର ପୃଷ୍ଠଭୂମିର ପାଠକୀୟ ନିର୍ଯ୍ୟାସ ପ୍ରତିପାଦନ କରିଥିଲେ ମୁଖ୍ୟବକ୍ତା ଏବଂ କବିତା ପୁସ୍ତକର ମୂଳ ଭାବନା ଏବଂ କାବ୍ୟିକ ଚିତ୍ରଣ ଉପସ୍ଥାପନା କରିଥିଲେ ଶ୍ରୀମତୀ ସୁନିତା ପଣ୍ଡା ।ଏବଂ କବିତା ପୁସ୍ତକଟିର ସାରଗର୍ଭକ ମର୍ମକୁ ଉପସ୍ଥାପନ କରିଥିଲେ ସମ୍ମାନିତ ଆଲୋଚକ।

ଏହା ସହିତ ଦ୍ଵିତୀୟ ଅଧିବେଶନରେ ସମ୍ମାନିତ ଅତିଥି ରୂପରେ ଡ଼ଃ ତନ୍ମୟୀ ଅଗସ୍ତି, ସୁବର୍ଣ୍ଣ ପୁରରୁ,ଡ଼ଃ ବୈରାଗୀ ଚରଣ ମଲ୍ଲିକ, ଅନୁଗୁଳରୁ ଏବଂ ଶରତ ଚନ୍ଦ୍ର ପାଢ଼ୀ ବରଗଡରୁ ଆସନ ଅଳଙ୍କୃତ କରିଥିଲେ।ଦ୍ଵିତୀୟ ଅଧିବେଶନର ପ୍ରାରମ୍ଭିକ ଅଭି ଭାଷଣରେ ରିଙ୍କୁ ମେହେର,ବଲାଙ୍ଗୀରରୁ ନିୟୋଜିତ ଥିଲେ।ସମ୍ବର୍ଦ୍ଧନା ଉଚ୍ଛବ ମଧ୍ୟ ଅନୁଷ୍ଠିତ ହୋଇଥିଲା।ପ୍ରତି ବର୍ଷ ଦିଆ ଯାଉଥିବା ପ୍ରମୁଖ ଦୁଇଟି ସମ୍ମାନ ଯଥା କଲା କୋଶଲି କଳା ରଥି ସମ୍ମାନରେ ସୁଶୀଲ କୁମାର ମେହେର ମହୋଦୟ ଏବଂ କୋଶଲି ଭାଷା ରଥି ସମ୍ମାନରେ ତହଁକ୍ ସାହିତ୍ୟ କୁଟୁମ୍,ବଲାଙ୍ଗୀରକୁ ସମ୍ମାନିତ କରାଯଇଥିଲା ଏହା ସହିତ ଅନ୍ୟାନ୍ୟ ଜିଲ୍ଲାରୁ ଆସିଥିବା ସମସ୍ତ ଯୁବ ପୀଢ଼ି ତଥା ଆଗାମୀ ଅଧ୍ୟାୟର ଗୋଟେ ଗୋଟେ ମାଇଲ ଖୁଣ୍ଟ,ଭାଷା ସାହିତ୍ୟିକ, ନବୋଦୟ କବି ପୀଢ଼ି ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରରୁ ଲୋକ ନୃତ୍ୟ କଳାକାର ଗଣ ଏବଂ ବରଗଡରୁ କୁନି କୁନି ନୃତ୍ୟ ଶିଳ୍ପୀ ସହ ପ୍ରାରମ୍ଭିକ ନୃତ୍ୟ ପରିବେଷଣରେ କେନ୍ଦ୍ରାପଡ଼ାରୁ ମାନସ କୁମାର ଭଦ୍ର ଓଡିଶୀ ନୃତ୍ୟ କରିଥିଲେ, ସଂଗୀତକାର ମାନେ ସଙ୍ଗୀତ ପରି ବେଷଣ କରିଥିଲେ।କବିତାକାର ମାନେ କବିତା ପାଠ କରିଥିଲେ।ପରିଶେଷରେ କବୟିତ୍ରୀ ସନ୍ତୋଷିନୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭାପତିଙ୍କ ଦ୍ଵାରା ସଭା ସାଙ୍ଗ ହୋଇଥିଲା।

ସେୟାର କରନ୍ତୁ

Next Post

ଆସନ୍ତାକାଲି ରାଜ୍ୟର ୧୨ଟି ଜିଲ୍ଲାରେ ହେବ ମକ୍‌ ଡ୍ରିଲ୍‌

Tue May 6 , 2025
ବାସ୍ତବ ବ୍ୟୁରୋ: ସମ୍ଭାବ୍ୟ ଯୁଦ୍ଧ ପାଇଁ ବିଭିନ୍ନ ରାଜ୍ୟକୁ ମକ୍‌ଡ୍ରିଲର ଅଭ୍ୟାସ୍ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଦେଶବ୍ୟାପୀ ୨୫୯ଟି ସ୍ଥାନରେ ଏହି ମକ୍‌ ଡ୍ରିଲ୍ ବା ସୁରକ୍ଷା ପ୍ରସ୍ତୁତି ଅଭ୍ୟାସ କରାଯିବ। ଏହି ଅଭ୍ୟାସରେ ମୁଖ୍ୟତଃ ବିମାନ ଆକ୍ରମଣ ସାଇରନ୍ ଏବଂ ବ୍ଲାକଆଉଟ୍ ଭଳି ପରିସ୍ଥିତିର ପ୍ରଥମ ସତର୍କତା କେମିତି ଅବଲମ୍ବନ କରାଯିବ ସେ ନେଇ ଅଭ୍ୟାସ ଏବଂ ତାଲିମ ଉପରେ ଧ୍ୟାନ ଦିଆଯିବ। ଓଡ଼ିଶାର […]

You May Like

Pin It on Pinterest