ବାସ୍ତବ ବ୍ୟୁରୋ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ କୋଭିଡ୍-୧୯ ସକ୍ରିୟ ମାମଲା ସଂଖ୍ୟା ୫୭୫୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯୧ ଜଣ ନୂତନ ମାମଲା ରିପୋର୍ଟ ହୋଇଛି ।
ଏହାସହ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ କେତେକ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କେରଳ ଏବଂ ତାମିଲନାଡୁର। ତେବେ କେରଳ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ଭାବରେ ରହିଛି । ଗୋଟିଏ ଦିନରେ ୧୨୭ଟି ନୂତନ କରୋନା ମାମଲା ରିପୋର୍ଟ ହୋଇଛି । ଏହା ପରେ ଗୁଜରାଟରେ ୧୦୨, ପଶ୍ଚିମବଙ୍ଗରେ ୨୬ ଏବଂ ଦିଲ୍ଲୀରେ ୭୩ ଜଣ ଅଛନ୍ତି। ଏହି ରାଜ୍ୟଗୁଡ଼ିକ ମିଶି ସାରା ଦେଶରେ ମୋଟ ୩୯୧ଟି ନୂତନ ମାମଲା ସାମ୍ନାକୁ ଆସିଛି ।