ଜଗତସିଂହପୁର ଛୁଇଁଲା କରୋନା;ପୁଣି ଲେଉଟିଲା କେନ୍ଦ୍ରାପଡ଼ାକୁ

 ବାସ୍ତବ ବ୍ୟୁରୋ-ଜଗତସିଂହପୁର ଛୁଇଁଲା କରୋନା । ଜଗତସିଂହପୁରର ଜିଲ୍ଲାର ନାଉଗାଁ ଅଞ୍ଚଳରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଜଣ ଗୋଟିଏ ପରିବାରର ଓ ଚତୁର୍ଥ ଆକ୍ରାନ୍ତ ସେହି ଗାଁର ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ୪ଜଣ ଯାକ ପୁରୁଷ ହୋଇଥିବା ବେଳେ ସେମାନେ ସୁରତ ଫେରନ୍ତା । ଏହି ୪ ଜଣ ଯାକ ଗୋଟିଏ ସଙ୍ଗରୋଧ ଗୃହରେ ଥିଲେ । କାହା ନିକଟରେ ରୋଗର ଲକ୍ଷଣ ନ ଥିବା କଥା ସ୍ପଷ୍ଟ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଏହାକୁ ମିଶାଇ ଓଡ଼ିଶାରେ ୧୭ଟି ଜିଲ୍ଲା କରୋନା ମାନଚିତ୍ରରେ ଯୋଡ଼ି ହୋଇଯାଇଛି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲରୁ ମଧ୍ୟ ବହୁ ଦିନର ବ୍ୟବଧାନ ପରେ ଜଣେ ଆକ୍ରାନ୍ତ ଠାବ ହୋଇଛନ୍ତି । ତାଙ୍କର ବୟସ ୬୦ ବର୍ଷ ଓ ସେ କୋଲକାତା ଫେରନ୍ତା । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି । ୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଓଡ଼ିଶାରେ ୧୨୨ ଆକ୍ଟିଭ କେସ୍ ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରବାସୀଙ୍କ ପାଇଁ ୬୭୯୮ଟି ପଂଚାୟତରେ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ - ଦେଓରଂଜନ କୁମାର ସିଂହ ।

Wed May 6 , 2020
ବାସ୍ତବ ବ୍ୟୁରୋ-ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ପ୍ରବାସୀ ଫେରନ୍ତାଙ୍କ ପାଇଁ ରାଜ୍ୟର ୬୭୯୮ଟି ପଂଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଯେଉଁ ପ୍ରବାସୀ ଓଡ଼ିଆ ଫେରିଛନ୍ତି ସେମାନେ ନାମ ପଂଜୀକରଣ କରିଛନ୍ତି । ସେହିଭଳି ଯେଉଁମାନେ ଆଗାମୀ […]

You May Like

Breaking News

Pin It on Pinterest