ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ…

କେନ୍ଦ୍ରାପଡ଼ା(ନି.ପ୍ର)୧୨/୬/: ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସି ସ୍ଥାନୀୟ ସଂସ୍କୃତି ଭଵନରେ ହିତାଧିକାରୀମାନଙ୍କୁ ରେସନ କାର୍ଡ ବଣ୍ଟନ କରିଥିଲେ।

ଏହା ପରେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନା ସହିତ ସଫଳତାକୁ ଲୋକଙ୍କ ପାଖକୁ ପହଂଚେଇବାକୁ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଅନୁରୋଧ କରିଛନ୍ତି।ସୂଚନା ଯେ,କେନ୍ଦ୍ରାପଡ଼ା ବ୍ଲକ, କେନ୍ଦ୍ରାପଡ଼ା ମୁନ୍ସିପାଲଟି, ଡେରାବିଶ ଏବଂ ମହାକାଳପଡ଼ା ବ୍ଲକର ମୋଟ ୪୦ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରେସନ କାର୍ଡ ମାନ୍ୟବର ମନ୍ତ୍ରୀ ବଣ୍ଟନ କରିଥିଲେ ।

ସେୟାର କରନ୍ତୁ

Next Post

ଜିଲ୍ଲାସ୍ତରୀୟ ବିକାଶ ମେଳାର ପ୍ରଥମ ଦିବସ: ସମସ୍ତ ବ୍ଲକରେ ଗଡିଲା ବିକାଶ ବାହନ...

Fri Jun 13 , 2025
ବରଗଡ଼୧୨.୦୬.୨୦୨୫(ନବୀନ କୁମାର ଦାଶ):ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ଆୟୋଜିତ ହେଉଛି ଜିଲ୍ଲାସ୍ତରୀୟ ବିକାଶ ମେଳା- ୨୦୨୫ । ସେବା, ସୁଶାସନ ଓ ସଫଳତାର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଖୋଲିଛି ସୁଆଦିଆ ଖାଦ୍ୟର ପସରା ଓ ବିଭିନ୍ନ ବିଭାଗର ସଫଳତା ପ୍ରଦର୍ଶନୀ। ପ୍ରତି ସନ୍ଧ୍ୟାରେ ପ୍ରଦର୍ଶିତ ହେଉଛି ଆକର୍ଷଣୀୟ ସାଂସ୍କୃତିକ […]

You May Like

Pin It on Pinterest