ଜିଲ୍ଲାସ୍ତରୀୟ ବିକାଶ ମେଳାର ପ୍ରଥମ ଦିବସ: ସମସ୍ତ ବ୍ଲକରେ ଗଡିଲା ବିକାଶ ବାହନ…

ବରଗଡ଼୧୨.୦୬.୨୦୨୫(ନବୀନ କୁମାର ଦାଶ):ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ଆୟୋଜିତ ହେଉଛି ଜିଲ୍ଲାସ୍ତରୀୟ ବିକାଶ ମେଳା- ୨୦୨୫ । ସେବା, ସୁଶାସନ ଓ ସଫଳତାର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଖୋଲିଛି ସୁଆଦିଆ ଖାଦ୍ୟର ପସରା ଓ ବିଭିନ୍ନ ବିଭାଗର ସଫଳତା ପ୍ରଦର୍ଶନୀ। ପ୍ରତି ସନ୍ଧ୍ୟାରେ ପ୍ରଦର୍ଶିତ ହେଉଛି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ।

ଏହି କ୍ରମରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରିବା ସହ ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଭଳି ଜନ କଲ୍ୟାଣର ଏକ ମହତ ଉଦ୍ଦେଶ୍ୟ ନେଇ ଆଜି ‘ବିକାଶ ବାହନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଅବସରରେ ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ଠାରୁ ଗଡିଛି ବିକାଶ ବାହାନ। ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ତଥା ଲୋକ ପ୍ରତିନିଧି ଏଥି ନିମିତ୍ତ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଉଦଘାଟନୀ ସମାରୋହରେ ଆଭାସୀ ମାଧ୍ୟମରେ ଯୋଡି ହେବା ସହ ନିଜ ନିଜ ଅଞ୍ଚଳରୁ ବିକାଶ ବାହାନର ଶୁଭାରମ୍ଭ କରିଛନ୍ତି।

ସୂଚନାଯୋଗ୍ୟକୀ, ଏହି ବିକାଶ ବାହାନ ଗୁଡିକ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ପଞ୍ଚାୟତ ପରିଭ୍ରମଣ କରି ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାର ବିଷୟରେ ସଚେତନ କରିବା ସହ ହାତ ପାହାନ୍ତରେ ଆଧାର କାର୍ଡ ପଞ୍ଜିକରଣ,ରାସନ କାର୍ଡ, ଲେବର କାର୍ଡ,ସ୍ୱାସ୍ଥ୍ୟ ବୀମା କାର୍ଡ, ଗୃହ ନିର୍ମାଣ କାର୍ଯ୍ୟଦେଶ, ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ, ବସୁନ୍ଧର ଯୋଜନାରେ ପଟ୍ଟା ବିତରଣ, ଜନ ଧନ ବ୍ୟାଙ୍କ ଆକାଉଣ୍ଟ ଖୋଲିବାଭଳି ଭିଭିନ୍ନ ସରକାରୀ ସୁବିଧା ଯୋଗାଇବା ସହ ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧି ବିଷୟରେ ଲୋକଙ୍କୁ ଅବଗତ କରିବ।

ଏତଦବ୍ୟତ ଲୋକଙ୍କୁ ପାରମ୍ପରିକ ଖାଦ୍ୟ ବିଷୟରେ ସଚେତନ କରିବା ପାଇଁ ଆଜି ସ୍ଥାନୀୟ ଶକ୍ତିନଗର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।

ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଆୟୋଜିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଏବଂ ବିଜେପୁର ବିଧାୟକ ସନତ କୁମାର ଗଡତିଆ ଙ୍କ ସମେତ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ପ୍ରତିଯୋଗିତାରେ ପ୍ରତ୍ୟେକ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗ ଦେଇ ବିଭିନ୍ନ ପ୍ରକାରର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ।

ସେୟାର କରନ୍ତୁ

Next Post

ରାଜ୍ୟସ୍ତରୀୟ ଗୁରୁ ଭଗବାନ ସାହୁ ମହୋତ୍ସବ ଅନୁଷ୍ଠିତ...

Fri Jun 13 , 2025
ବରଗଡ଼୧୨.୦୬.୨୦୨୫(ନବୀନ କୁମାର ଦାଶ):ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ମିଳିତ ଆନୁକୂଲ୍ୟ ରେ ଗତକାଲି ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମୋତ୍ସବ ରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଗୁରୁ ଭଗବାନ ସାହୁ ମହୋତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଅଛି। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଗୁରୁ ଭଗବାନ ସାହୁଙ୍କ ଫଟୋ ଚିତ୍ରରେ […]

You May Like

Pin It on Pinterest