ଶାଶ୍ବତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ

ବାସ୍ତବ ବ୍ୟୁରୋ: ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଧିକାରୀ ଶାଶ୍ବତ ମିଶ୍ରଙ୍କୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ସହ ଇଡ୍‌କୋର ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। 

ସୂଚନାନୁଯାୟୀ, ୫୨ ବର୍ଷୀୟ ଶାଶ୍ବତ ମିଶ୍ର ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଇଞ୍ଜିନିୟରିଂ ଛାତ୍ର ଶ୍ରୀ ମିଶ୍ର ଓଡ଼ିଶା କ୍ୟାଡରର ଆଇଏଏସ୍ ହେଲା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ସଫଳତାର ସହିତ କାର୍ଯ୍ୟ କରିଥିବା ଅଭିଜ୍ଞତା ରହିଛି। ସେ କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ବିଭାଗ, ଶକ୍ତି ବିଭାଗ, ଓଏସ୍ଏସ୍ଏସ୍ସି, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ କାମ କରିଛନ୍ତି।

ସେୟାର କରନ୍ତୁ

Next Post

ଜୁଲାଇ ୬ ଯାଏଁ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା

Tue Jul 1 , 2025
ବାସ୍ତବ ବ୍ୟୁରୋ: ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ବୁଧବାର ପାଇଁ ପାଣିପାଗ ବିଭାଗ ପକ୍ଷରୁ-ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, […]

You May Like

Breaking News

Pin It on Pinterest