ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ ପାଳିତ….

ବରଗଡ଼/ଡୁଙ୍ଗୁରିପାଲି୦୨/୦୭(ନବୀନ କୁମାର ଦାଶ):ଉକିଆ ସାହିତ୍ୟ ପରିବାର ତେଲିଟିକ୍ରା ପ୍ରତିଷ୍ଠାତା ସଂପାଦକ ଉଦ୍ଧବ ବାରିକ ଙ୍କ ଆବାହକତ୍ବ ରେ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଶବ୍ଦନୃତ୍ୟ ପ୍ରଣେତା ଗୋଟିଏ ଦିନ ରେ ନୂଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ ଭାଷା ଆନ୍ଦୋଳନ ର ମହାସାରଥୀ ଗୁରୁ ଶ୍ରୀ ଭଗବାନ ସାହୁ ଙ୍କ ୯୫ତମ ଜନ୍ମବାର୍ଷିକୀ ପାଳନ ଓ ପରେ କବିତା ଆସର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସାରସମାଲ ଗାୟତ୍ରୀ ପୀଠ ରେ ଅନୁଷ୍ଠିତ ହୋଇଯାଇଅଛି।

ସମାଜ ସେବୀ ଭକ୍ତ ଭୋଇଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଗୋକୁଳ ବିହାରୀ ଦାଶ ମୁଖ୍ୟବକ୍ତା କବି ନାଟ୍ୟକାର ଭିକାରୀ ଚରଣ ପଧାନ,ଗୁରୁ ଙ୍କ ଫଟୋ ଚିତ୍ର ଦୀପ ଜ୍ୟୋତି ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା କରି ଥିଲେ।ବରିଷ୍ଠ କବି ସନ୍ତୋଷ ପଧାନ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।କବି ହୃଷୀକେଶ ଡାଙ୍ଗ ଙ୍କ ସଂଯୋଜନା ରେ ବରିଷ୍ଠ କବି ଓ କଳାକାର ଶବ୍ଦ ନୃତ୍ୟ ଗୁରୁ ଗଦାଧର ବରିହା, କବି କାମଦେବ ନାୟକ, ଚୈାଧୁରୀ ତ୍ରିପାଠୀ ସୁରେନ୍ଦ୍ର ପଶାୟତ,ଜୀବର୍ଦ୍ଧନ ପଧାନ, ବାସୁଦେବ ସାହୁ, ଡମ୍ବରୁଧର ସାହୁ,ଜଗ୍‌ତ ଖମାରୀ,ରବିନ୍ଦ୍ର ସାହୁ,ଜୟଲାଲ୍ ନାୟକ, ସଂଜୀବ ଗୁରୁ ଓ ସାମ୍ବାଦିକ ହଲଧର ମେହେର ଆଦି ଅନେକ ଯୋଗଦାନ କରି ଗୁରୁ ଭଗବାନ ସାହୁ ଙ୍କ ଭାଷା କଲା ସଂସ୍କୃତି ପାଇଁ ଅକ୍ଲାନ୍ତ ପରିଶ୍ରମ ର ଭୁରି ଭୁରି ପ୍ରଶଂସା କରିଥିଲେ ଏବଂ ଗୁରୁ ଭଗବାନ ସାହୁଙ୍କୁ ମରଣୋ ତ୍ତର ସମ୍ନାନ ପାଇଁ ଏସଭା ମାଧ୍ୟମରେ ସରକାର ଙ୍କ ଦୃଷ୍ଟି ଗୋଚର କରିଥିଲେ।ପରିଶେଷ ରେ ଅବସରପ୍ରାପ୍ତ ଶିକ୍ଷକ ସଂପଦ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ନିଆରା ଢଙ୍ଗରେ ରକ୍ତଦାନ ଶିବିର ୪୦ୟୁନିଟ ରକ୍ତ ସଂଗ୍ରହ

Wed Jul 2 , 2025
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁମେଲ୍ ସିଂହା ୫୪ନଂ ରାଜ୍ୟ ରାଜପଥ କଡ ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ଭିମ ଆର୍ମୀ ଗୋଡଭଗା ଜୋନ୍ ର ସମସ୍ତ କର୍ମକର୍ତ୍ତା ଙ୍କ ମିଳିତ ଉଦ୍ୟମରେ ଜୋନ୍ ର ସଭାପତି ଟିଙ୍କୁ ଉଗର ଙ୍କ ଜନ୍ମ ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇ ଥିଲା। ଏଥିରେ ଭିମ ଆର୍ମୀ ଗୋଡଭଗା ଜୋନ୍ ର […]

You May Like

Pin It on Pinterest