
ବରଗଡ଼/ବରପାଲି୧୨/୦୭(ନବୀନ କୁମାର ଦାଶ): ଗୁରୁ ପୂର୍ଣ୍ଣିମା ଦିନ ନାଟ୍ୟ ମହର୍ଷି ତଥା ବିଶିଷ୍ଟ ଶବ୍ଦନୃତ୍ୟ ଗୁରୁ ଭାଗବାନ ସାହୁଙ୍କ ୯୫ ତମ ଜୟନ୍ତୀ ଉତ୍ସବ ଭଗବାନ ସାହୁ ସ୍ମୃତି କମିଟି ଓ ଶ୍ରୀ ଶ୍ରୀବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ ତରଫରୁ ବରପାଲି ଗଙ୍ଗାଧର ସ୍ମୃତି ଭବନ ପରିସର ଗଙ୍ଗାଧର କ୍ଲବ ଠାରେ ମହା ସମାରୋହରେ ଡ.ସୁବଳ ଚନ୍ଦ୍ର ମାଝୀ ଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି।
ଏଥିରେ ଅତିଥି ପରିଚୟ ଓ ସଭା ପରି ଚାଳନା କରିଥିଲେ ମହେନ୍ଦ୍ର କୁମାର ମେହେର।ମୁଖ୍ୟ ଅତିଥି ଭାବରେ ବରପାଲି ତହସିଲଦାର ରୁକ୍ମଣ କୁମାର ମେହେର, ସମ୍ମାନିତ ଅତିଥି ଭାବରେ ସମ୍ବଲପୁରୀ ଭାଷା ସାହିତ୍ୟ ର ଗବେଷକ ଉତ୍ପନ୍ନ କୁମାର ଭୋଇ ଓ ମୁଖ୍ୟବକ୍ତା ଭାବରେ ସୁସାହିତ୍ୟିକା ନିବେଦିତା ସାହୁ ଯୋଗଦେଇ ଗୁରୁ ଭାଗବାନ ସାହୁଙ୍କ ବହୁମୂଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ। ସୁରେନ୍ଦ୍ର ବୀର ଭୁବନ ଭୋଇ ଗୁରୁ ବନ୍ଦନା ଗାନ କରି ଥିଲେ। ବିଜୟା ନନ୍ଦ ସାହୁ ଦୀପଂ ଜ୍ୟୋତି ପରମ ବ୍ରହ୍ମ ଶ୍ଲୋକ ଆବୃତ୍ତି କରିଥିଲେ। ବିଷମ୍ବର ଷଣ୍ଢ (ମାଷ୍ଟର ଟିହା)ଭଗବାନ ସାହୁଙ୍କର ସ୍ମୃତି ଉପରେ ଗୋଟିଏ ଗୀତ ଆବୃତି କରିଥିଲେ।
ବୀରେନ୍ଦ୍ର ନାଥ ନାଗ ଅନୁଷ୍ଠାନର ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ଶବ୍ଦନୃତ୍ୟ ଗୁରୁ ଭାଗବତ ପଧାନ ମଞ୍ଚାସୀନ ଥିଲେ।ପ୍ରାକ୍ତନ୍ ଶିକ୍ଷୟିତ୍ରୀ ଘରଯୁଗୀ ଗଡତିଆ କବିତା ପାଠ କରିଥିଲେ।ଏହି ଅବସରରେ ବିଶିଷ୍ଟ ଦଣ୍ଡ ଗୁରୁ ବିଷମ୍ବର ଷଣ୍ଢ ( ଟିହା),ପରମା ନନ୍ଦ ସ୍ଵାଇଁ,ଅମୂଲ୍ୟ କୁମାର ବେହେରା,ଉତ୍ପନ୍ନ କୁମାର ଭୋଇ, କୃଷ୍ଣ ଚନ୍ଦ୍ର ଭୁଏ,କଇଁରା ସାହୁ, କୁନ୍ତୀ ପଧାନ ଆଦି ପ୍ରତିଭା ମାନଙ୍କୁ ଉପଢୌକନ ଓ ମାନ ପତ୍ର ଦେଇ ସମ୍ମାନୀତ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ନକୁଳ ବାରିକ,ହର୍ଷ ବେହେରା,ବସୁଦେବ ପଧାନ, ସାର୍ତ୍ତକ ନାଏକ ପ୍ରମୁଖ ସହ ଯୋଗ କରିଥିଲେ।ଶେଷରେ ବିଶିଷ୍ଟ କଳାକାର ନିରଞ୍ଜନ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।