ବରଗଡ ନାଗରିକ ମଞ୍ଚ ପକ୍ଷରୁ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବରଗଡ଼୧୪/୦୭(ନବୀନ କୁମାର ଦାଶ):ପରିବେଶ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ବରଗଡ ସହରରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ବରଗଡ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ବିଭିନ୍ନ ସାମାଜିକ ସଂଗଠନ,ରାଜନୈତିକ ଦଳ ର ପ୍ରତିନିଧି,ସରକାରୀ ଅଧିକାରୀ, ବୁଦ୍ଧିଜୀବୀ,ଯୁବ ସଂଗଠନ, ମହିଳା ସମିତି ର ପ୍ରତିନିଧି ମାନେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

ବରଗଡ଼ ପୁରୁଣା କଚେରୀ ପ୍ରାଙ୍ଗଣ,ମୁଖ୍ୟ ରାସ୍ତା କଡ଼,ଜର୍ଜ ହାଇସ୍କୁଲ ପଡିଆ ରେ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା। ପୂର୍ବରୁ ପରିବେଶ ସୁରକ୍ଷା ଓ ସାମୁହିକ ବୃକ୍ଷ ରୋପଣ ସମ୍ପର୍କିତ ଆଲୋଚନା ଚକ୍ର ରେ ବରଗଡ ର ସମସ୍ତ ଙ୍କୁ ନେଇ ବୃକ୍ଷ ରୋପଣ କରିବା କୁ ନିଷ୍ପତ୍ତି ହୋଇଥିଲା।ସେହିକ୍ରମେ ରବିବାର ଦିନ ପ୍ରକୃତି ପ୍ରେମୀ ମାନେ ଆସି ବୃକ୍ଷ ଲଗାଇବା ସହ ନାଗରିକ ମଞ୍ଚ ର ସଭାପତି ଭୀଷ୍ମଦେବ ସରଫ ଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ରେ ପୌରା ଅଧ୍ୟାକ୍ଷା କଳ୍ପନା ମାଝୀ, ଆସିଷ୍ଟାଣ୍ଟ କଲେକ୍ଟର ପଣ୍ଡା ସାର, ବିଜେପି ଜିଲ୍ଲା ସଭାପତି ଅରୂପା ସାହୁ, କଂଗ୍ରେସ ଜିଲ୍ଲା ସଭାପତି ହରଦୀପ ସିଂ, ଭରତ ମହାନ୍ତି,ବୀରେନ୍ଦ୍ର ପ୍ରଧାନ, ଆଇନ ଜୀବୀ ରମେଶ ପତି, କିରଣ ମିଶ୍ର, ସୁଶୀଲ ଶତପଥୀ, ଅନୁପ ଶତପଥୀ,ବିରବଲ ମହାକୁଡ଼,ବିକାଶ ଅଗ୍ରୱାଲ, ପୁରନ୍ଦର ଭୋସାଗର ଓ ବିଭିନ୍ନ ସଂଗଠନ ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରି ଥିଲେ।

ସେୟାର କରନ୍ତୁ

Next Post

ବରଗଡ,ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର...

Mon Jul 14 , 2025
ବରଗଡ଼/ପଦ୍ମପୁର୧୪/୦୭(ନବୀନ କୁମାର ଦାଶ): ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା ଙ୍କ ମିଳିତ ଅଧ୍ୟକ୍ଷତା ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା,ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁଣାଲ ମୋତିରାମ […]

You May Like

Breaking News

Pin It on Pinterest