ସବୁ ଚାଷୀଙ୍କର ହେବ EKYC ନକଲି ଚାଷୀ ହେବେ ଚିହ୍ନଟ:ଯୋଗାଣ ମନ୍ତ୍ରୀ

ଭୁବେନଶ୍ବର(ନି.ପ୍ର): ସବୁ ଚାଷୀଙ୍କର ହେବ EKYC । ନକଲି ଚାଷୀଙ୍କୁ ଚିହ୍ନଟ କରିବାକୁ EKYC କରିବେ ସରକାର । ଚଳିତ ମାସ ୧୯ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପଞ୍ଜିକରଣ ସମୟରେ ସମସ୍ତ ଚାଷୀ EKYC କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସୋସାଇଟି ଚାଷୀ ପଞ୍ଜିକରଣ ସମୟରେ EKYC କରାଇ ପାରିବ । ଅନେକ ନକଲି ଚାଷୀ ସରକାରୀ ସୁବିଧା ନେଉଥିବା ନଜରକୁ ଆସିବା ପରେ ବିଭାଗ ଏପରି ପଦକ୍ଷେପ ନେଇଛି । ଦଲାଲି ରୋକିବାକୁ ବିଭାଗ ଏପରି ପଦକ୍ଷେପ ନେଇଛି ।

ବିଭିନ୍ନ ସ୍ଥାନରେ ସମସ୍ୟା ଉପୁଜିବା ପରେ ଚାଷୀ ପଞ୍ଜିକରଣକୁ ସରଳିକରଣ କଲେ ରାଜ୍ୟ ସରକାର । ବାପା କି ଜେଜେବାପାଙ୍କ ନାମରେ ଜମି ଥିଲେ ବି ପୁଅମାନେ କରି ପାରିବେ ପଞ୍ଜିକରଣ । ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜିକରଣ କରିପାରିବେ । ଯଦି ଜଣେ ଭାଇ ସବୁ ଜମି ଚାଷ କରୁଛି ତେବେ ତାଙ୍କୁ ଅନ୍ୟ ଭାଇମାନଙ୍କର ଲିଖିତ ସ୍ୱୀକୃତିନାମା ପଞ୍ଜିକରଣ ସମୟରେ ଦାଖଲ କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

ସେୟାର କରନ୍ତୁ

Next Post

୪୮ ଜଣ IASଙ୍କୁ ଅଦଳବଦଳ ଚଞ୍ଚଳ ରାଣା ହେଲେ ବି.ଏମ୍.ସି କମିଶନର

Wed Jul 23 , 2025
ଭୁବନେଶ୍ବର(ନି.ପ୍ର)୨୨।୭: ରାତି ଅଧରେ ଆସିଲା ବଡ ଖବର IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ଏହି ଅଦଳବଦଳରେ ସଚିବଙ୍କ ସହ କିଛି ଜିଲାର ଜିଲାପାଳ ମଧ୍ଯ ବଦଳି ହୋଇଛନ୍ତି। IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ୪୮ ଜଣ IASଙ୍କୁ ଅଦଳବଦଳ କରିଛନ୍ତି ବଦଳି । ସବୁଠୁ ବଡ଼ କଥା ହେଉଛି ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ BMC କମିଶନର ଭାବେ ନିଯୁକ୍ତି ମିଳିଛି […]

You May Like

Pin It on Pinterest