ଗଛ ଲଗାଅ ପ୍ରକୃତି ବଞ୍ଚାଅ: ଲରମ୍ଭା କଲେଜରେ ବନ ମହୋତ୍ସବ ପାଳିତ…

ବରଗଡ଼୨୭/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ବନମହୋତ୍ସବ ପାଳିତ ହୋଇଯାଇଛି।ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂପ୍ରତି ଜଳବାୟୁ ପରିବର୍ତ୍ତନର ମୁଖ୍ୟ ଭୂମିକା ଗଛହିଁ ଥିବାରୁ ଏକ ସଚେତନତା ସଭା କରାଯାଇ ଥିଲା।ମଣିଷ ମରିଗଲେ ଗଛର କିଛି କ୍ଷତି ହେବ ନାହିଁ ଅଥଚ ଗଛ ମରିଗଲେ ମଣିଷର ବିନାଶ ବୋଲି ମତବ୍ୟକ୍ତ କରାଯାଇ ଥିଲା।

ଚଳିତ ବର୍ଷ କଲେଜ ପରିସରର ପାଠାଗାର ସମ୍ମୁଖ, ପୁରାତନ କୋଠରି,ମହୋଦଧି ଛାତ୍ରାବାସ,ନୂତନ ନିର୍ମାଣ କୋଠରି ଓ ପାଚେରୀ ନିକଟରେ ଶିଶୁ,ଅଁଳା,ଡାଳିମ୍ବ,ମେହେଗାନି, କୃଷ୍ଣଚୂଡ଼ା,ରାଧାଚୂଡା,ଦେବଦାରୁ , ବଉଳ ଆଦି ଚାରା ରୋପଣ କରାଯାଇଛି।ବରଗଡ ଜିଲ୍ଲା ଜଙ୍ଗଲ ବିଭାଗ ତରଫରୁ ଚକୁଳି ଫାର୍ମ ଠାରୁ ଚାରା ସଂଗ୍ରହ କରାଯାଇଥିଲା।କଲେଜର ଜାତୀୟ ସେବା ଯୋଜନାର ଅଧିକାରୀ ଡଃ ଅଜିତ କୁମାର ନାଥ,ଗଣେଶ ସିଂ,ଯୁବରେଡ କ୍ରସ ଅଧିକାରୀ ସୁନୀଳ ପ୍ରଧାନ, ବୀଣା ମେହେର, ଏନ.ସି.ସି ଅଫିସର ପାଟମଞ୍ଜରୀ ସାହୁଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ଏନ.ସି.ସି ଆର୍ମି ଓ ନାଭାଲ, ଏନ. ଏସ.ଏସ, ଯୁବରେଡକ୍ରସ, ଛାତ୍ରାବାସର ଅନ୍ତେବାସୀ ମାନେ ଯୋଗଦେଇ ଥିଲେ।କଲେଜର କର୍ମଚାରୀ ଗିରିଧାରୀ ପୁଟେଲ ଓ ସମାଜସେବୀ ସୁବ୍ରତ ସାଲମା ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ବିଜେପିରେ ଯୋଗ ଦେଲେ ଚାନ୍ଦବାଲୀ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ନାନ୍ଦପୁର ବ୍ଲକର ନିର୍ବାଚିତ ଜନପ୍ରତିନିଧି

Sun Jul 27 , 2025
 ବିଜେଡି ସମର୍ଥିତ ସରପଂଚଙ୍କ ସମେତ ଅନେକ ବିଜେଡି କର୍ମୀଙ୍କ ବିଜେପିରେ ଯୋଗଦାନ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ବରିଷ୍ଠ ନେତୃବୃନ୍ଦ ସ୍ଥାନୀୟ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ସହାୟକ ହେବା ସହିତ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବ ରାଜ୍ୟ ସରକାରଙ୍କ ଜନାଭୀମୁଖୀ କାର୍ଯ୍ୟ ପ୍ରତି ଓଡିଶାବାସୀଙ୍କ ସମର୍ଥନ ବୃଦ୍ଧି ପାଇଚାଲିଛି : ମନମୋହନ ସାମଲ ଭୁବନେଶ୍ୱର(ନି.ପ୍ର)୨୭/୦୭: ରାଜ୍ୟ […]

You May Like

Pin It on Pinterest