
ବରଗଡ଼୨୭/୦୭(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଭେଡେନ ବ୍ଲକ ଅଏଁଲାପାଲି ପାଲି ପଂଚାୟତ ଧୁବେନପାଲି ଠାରେ ଧୁବେନପାଲି ଗ୍ରାମବାସୀ ଓ ଅମୃତ୍ କୁଟୁମ୍ ର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବୀର ସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀ ଡଃ ମନୋଜିତ ବୈଷ୍ଣବ,ଟେକନିସିଆନ ଦେବା ଷିଶ ମିଶ୍ର,ସନ୍ତୋଷ ଟାଡା,ଜନକ ବେହେରା,ପାଏନୁ ଭୋଇ ଓ ସଂଜୀବ ବେରା ପ୍ରମୁଖ ଭ୍ରାମ୍ୟ ମାଣ ଯାନ ଦ୍ଵାରା ରକ୍ତ ସଂଗ୍ରହ କରି ଥିଲେ।ଏହି ସମୟରେ ମୋଟ ଜଣେ ମହିଳା ସମେତ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରି ଥିଲେ।
ପ୍ରଥମେ ଅମୃତ୍ କୁଟୁମ୍ ର ସଭାପତି ଆନଂଦ ସୁନା ସଂଯୋ ଜନା ରେ ସଭା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟବାନ ଦାଶ,ସମ୍ମାନିତ ଅତିଥି ଦେବାଶିଷ ମିଶ୍ର,ଅମୃତ କୁଟୁମ୍ ର ବରିଷ୍ଠ ସଦସ୍ୟ ଭବାନୀ ଶଙ୍କର ପାଢ଼ୀ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ତୁଷବନ୍ତ ବେହେରା,ପ୍ରକାଶ ଦାଶ,ଭୀମ ଦୁବସାଗର, ଶମ୍ଭୁପ୍ରସାଦ ପ୍ରଧାନ,ଭୀଷ୍ମ ସିଂ ଛନ୍ଦ, ଶେଷଦେବ କର୍ଣ୍ଣ, ସୂରଜ ବେହେରା,ପ୍ରହଲ୍ଲାଦ ମେହେର, ଗୋପୀ ମେହେର,ଗୁଲେଖ ଓ ଧୁବେନ ପାଲି ଗ୍ରାମବାସୀ ରକ୍ତ ଦାନ ଶିବିରକୁ ପରିଚାଳନା ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।



