କ୍ୱାରେଂଟିନ ସମୟସୀମା ୨୧ ଦିନକୁ ବଢ଼ାଯାଉ: ଶ୍ରୀନିବାସ ରେଡ୍ଡୀ…

ବାସ୍ତବ ବ୍ୟୁରୋ-ଆଜିର କୋଭିଡ-୧୯ ସ୍ଥିିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ, କ୍ୱାରେଂଟିନ ସମୟସୀମା ୧୪ ଦିନ ବଦଳରେ ୨୧ ଦିନ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ଶ୍ରୀନିବାସ ରେଡ୍ଡୀ ପ୍ରସ୍ତାବ ଦେଇଥିବା, ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେହିପରି କରୋନା ସଂକ୍ରମଣକୁ ରୋକିବାକୁ ହେଲେ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ପ୍ରତିଷେଧକ । ତେଣୁ ରାଜ୍ୟବାସୀ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପଟେ ବର୍ତମାନ ରାଜ୍ୟରେ କରୋନା ମୁକାବିଲା ନେଇ ସ୍ଥିତି କ’ଣ ରହିଛି ଏବଂ ଏହାକୁ କିଭଳି ମୁକାବିଲା କରାଯାଇପାରିବ ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ୧୩ଜଣ ମନ୍ତ୍ରୀ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଶାଖାପାଟନାମ ଗ୍ୟାସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ: ୧୦ ମୃତ ୫୦୦୦ ଅସୁସ୍ଥ

Thu May 7 , 2020
ବାସ୍ତବ ବ୍ୟୁରୋ-ଆଜି ବିଶାଖପାଟଣା ନିକଟସ୍ଥ ଗୋପାଳପଟ୍ଟନମଠାରେ ଥିବା ଏଲଜି ପଲିମର୍ସ କାରଖାନାରେ ହୋଇଥିବା ଗ୍ୟାସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ବିଷାକ୍ତ ଷ୍ଟିରେନ ଗ୍ୟାସ ରଖାଯାଇଥିବା ଟାଙ୍କିର ବଲ୍ବ ଖରାପ ହୋଇଯାଇଥିବାରୁ ଗ୍ୟାସ ନିର୍ଗତ ହୋଇ ଏହି ଦୁର୍ଘଟଣା ଘଟିଲା । ଏହି ଗ୍ୟାସ ଲିକ୍ ଘଟଣା ନିୟନ୍ତ୍ରଣକୁ ଆସିଛି ବୋଲି ଆନ୍ଧ୍ରପ୍ରଦେଶ ଡିଜିପି ସୂଚନା ଦେଇଛନ୍ତି । ସେ କହିଛନ୍ତି […]

You May Like

Pin It on Pinterest