ଶିକ୍ଷକ ବଦଳି କୁ ନେଇ ସ୍କୁଲ ରେ ତାଲା ଧାରଣା ରେ ଛାତ୍ରଛାତ୍ରୀ ତୀବ୍ର ପ୍ରତିବାଦ ଶିକ୍ଷାଦାନ ବାଧାପ୍ରାପ୍ତ….

କଳହାଣ୍ଡି(ନି.ପ୍ର): କଳାହାଣ୍ଡି ଜିଲ୍ଲାର ଏକ ପୁରାତନ ପ୍ରତିଷ୍ଠିତ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁପରାରୋଡ ର ପ୍ରଧାନ ଶିକ୍ଷକ ରଞ୍ଜନ ତ୍ରିପାଠୀ ଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦ ରେ ଗତ ଶନିବାର ଠାରୁ ଚାରିଦିନ ଧରି ଖରା ବର୍ଷା ରେ କୋମଲମତି ଛାତ୍ରଛାତ୍ରୀ ଙ୍କ ଶହ ଗ୍ରାମବାସୀ ଓ ଅଭିଭାବକ ମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଉଥିବା ଦେଖିବାକୁ ମିଳିଛି ।

ଉକ୍ତ ଶିକ୍ଷକ ଜଣକ ତିନିବର୍ଷ ହେବ ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦାୟିତ୍ଵ ନେଇ ସ୍କୁଲ ର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବା ସହ ରୀତିମତ ଅକ୍ଲାନ୍ତ ପରିଶ୍ରମ କରି ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଏକ ଆଦର୍ଶ ଶିକ୍ଷକ ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି କିନ୍ତୁ ଜଣେ ନିର୍ ବିବାଦୀୟ କର୍ତବ୍ୟନିଷ୍ଠା ଶିକ୍ଷକ ଙ୍କୁ ରାଜନୈତିକ ଆକ୍ରୋଶ ରଖି କୌଣସି ଅଭିଯୋଗ ନ ଥାଇ କିମ୍ବା ବଦଳି ପାଇଁ ଲିଖିତ ସହମତି ଦେଇ ନ ଥିବା ଶିକ୍ଷକ ଙ୍କୁ ବଦଲି କରାଯାଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି ।

ସୁଚନା ଅନୁଯାଇ ନର୍ଲା ବ୍ଲକ ରେ ବିଭିନ୍ନ ସ୍କୁଲ ରେ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବିଭିନ୍ନ ଅଭିଯୋଗ ରେ ଅଭିଯୁକ୍ତ ଥିବା କିଛି ଶିକ୍ଷକ ଙ୍କୁ ବଦଳି ନ କରି ଆଦର୍ଶ ଶିକ୍ଷକ ମାନଙ୍କୁ ଆକ୍ରୋଶ ମୂଳକ ଭାବରେ ରାଜନୈତିକ ଚାପାରେ ଅନ୍ୟତ୍ର ବଦଳି କରି ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବାରୁ ଏଭଳି ହୀନ ରାଜନୈତିକ ପ୍ରୟାସ କୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ଅନ୍ୟ ପକ୍ଷରେ ଶିକ୍ଷା ବିଭାଗ ର ଉଚ୍ଚ ପଦସ୍ଥ ଅଧିକାରୀ ମାନେ କୌଣସି ଅଭିଯୋଗ ନ ଥିବା ଜଣେ ଆଦର୍ଶ ଶିକ୍ଷକ ଙ୍କୁ କେଉଁ ଆଧାର ରେ ରାଜନୈତିକ ଚାପାରେ ବଦଳି କରାଯାଇଛି ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ଅଭିଭାବକ ମହଲରେ ଦାବି କରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଯଦି ଏ ସମସ୍ୟା ର ତୁରନ୍ତ ସମାଧାନ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀ ନକରନ୍ତି ତାହେଲେ ଆଗାମୀ ଦିନରେ ପ୍ରତିବାଦ ର ସ୍ୱର ଆହୁରି ଶାଣିତ ହେବ ବୋଲି ଉପସ୍ଥିତ ଅଭିଭାବକ ମାନେ ପ୍ରତିକ୍ରିୟା ରଖିଛନ୍ତି

ସେୟାର କରନ୍ତୁ

Next Post

ହାଇକୋର୍ଟ ଆଇନଜୀବୀ ସୌରଭ ଦାସ ଙ୍କ ଉଦ୍ୟମରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ଙ୍କୁ ଆର୍ଥିକ ସହାୟତା ପ୍ରଦାନ

Thu Jul 31 , 2025
କଳାହାଣ୍ଡିର(ନି.ପ୍ର): ଗତ୧୦/୧୧/୨୦୨୪ ରିଖ ଦିନ ନର୍ଲା ଥାନା ଅନ୍ତର୍ଗତ ବଡଚିଚିଙ୍ଗ ଗ୍ରାମର ସ୍ୱର୍ଗତ ହେମରାଜ ବାଗ ୨୨ ବର୍ଷୀୟ ଯୁବକ ଙ୍କ ଚିପୂଲ୍ ନାଳ ନିକଟରେ ବାଇକ୍ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ମୃତକ ଙ୍କ ବାପା ସଦାନନ୍ଦ ବାଗ ଙ୍କୁ ସହଯୋଗ ର ହାତ ବଢ଼ାଇଥିଲେ ନର୍ଲା ସହରର ଜନ୍ମିତ ଓଡ଼ିଶା ହାଇକୋର୍ଟ ରେ କାର୍ଯ୍ୟରତ ଯୁବ ତଥା ନବାଗତ ଆଇନଜୀବୀ ସୌରଭ ଦାସ […]

You May Like

Pin It on Pinterest