
ବରଗଡ଼୦୧/୦୮(ନବୀନ କୁମାର ଦାଶ):ଦିବ୍ୟ ଜୀବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର କଳାପାଣି ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି।
ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ମିଶ୍ର କାର୍ଯ୍ୟ କ୍ରମ କୁ ଉଦ୍ଘାଟନ କରି ଥଲେ।ସମଲେଶ୍ଵରୀ ବନ୍ଦନା ସହ ଆରମ୍ଭ ହୋଇ,ଦିବସ ପାଳନର ତାତ୍ପର୍ଯ୍ୟ ସମ୍ଫକରୈ ବିନୟ ଭାଇ,ପ୍ରମୋଦ ଭାଇ ଉଦ୍ଵୋଧନ ଦେଇଥିଲେ।ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମ୍ବଲପୁରୀ ବେଶ ପୋଷାକ ରେ ଆସିଥିଲେ।ଏହି ଅବସରରେ ପାରମ୍ପାରିକ ଖାଦ୍ୟ ପେୟ ର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଥିଲା।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ହୋଇପାରିଥିଲା।କଳାପରରିଷଦ ଦାୟିତ୍ୱ ରେ ଥିବା ପ୍ରମୋଦ ଦାସ, ସଞ୍ଜୁ ଅପା,ସୁମନ୍ତ ଭାଇ ଓ ଅନ୍ୟ ସମସ୍ତ ଶିକ୍ଷକ ଭାଇ ଅପା ସହଯୋଗ କରିଥିଲେ।