ଜିଲ୍ଲାସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ….

ବରଗଡ଼/ପଦ୍ମପୁର୦୧/୦୮(ନବୀନ କୁମାର ଦାଶ):ବରଗଡ ଜିଲା ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସମ୍ପୁର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ବି.ଡ଼ି.ଓ. ପ୍ରଫୁଲ୍ଲ କୁମାର ଓଦୁ ଙ୍କ ଅଧ୍ୟକ୍ଷତା ରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି।

ସମାରୋହରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ସ୍ନେହା ଅରୁଗୁଲା ଯୋଗଦାନ କରି ପାଇକମାଳ ବ୍ଲକର ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଚ ପଦକ ହାସଲ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ ତଥା ଆକଂକ୍ଷୀ ହାଟ ର ଉଦଘାଟନ କରି ଭୋକାଲ ଫର ଲୋକାଲ ପରିଦର୍ଶନ ସହ, ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ ଓ ଶ୍ରେଣୀ ପରିଦର୍ଶନ କରିଥିଲେ।ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ ଭାଷା ର ବିଶ୍ଵ ଦରବାର ରେ ଆଦୃତ ହେବା କଥା ବର୍ଣ୍ଣନା କରିଥିଲେ।ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ଗୋବର୍ଦ୍ଧନ ଭୁଏ ଏ.ଡି.ଇ.ଓ.ବିନୟ ପ୍ରକାଶ ସଏ ବି.ଇ.ଓ.ଅଦନ ସୁନା ଜିଲ୍ଲା ଯୋଜନା ଯୁଗ୍ମ ନିର୍ଦ୍ଦେଶକଉଦ୍ଧବ ଚରଣ ନାୟକ ମଞ୍ଚାଷିନ ଥିଲେ।ସତ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବା ସ୍ବାସ୍ଥ୍ୟ,କୃଷି ସହ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ଏଥିସହ ଏଠାରେ ବସିଥିବା ୧୪ଗୋଟି ଆକାଂକ୍ଷୀ ହାଟ ର ଏସ ଏଚ ଜି ଗ୍ରୁପ ମାନଙ୍କୁ ମଧ୍ୟରେ ସମ୍ମାନିତ କରିଥିଲେ ଅତିଥି ମାନେ।

ଆକାଂକ୍ଷୀ ବ୍ଲକ ସଂଯୋଜକ ମଧୁସ୍ମିତା ବେହେରା ଏ.ବି.ଡି.ଓ. ଦେବାଶିଷ ସିନ୍ନା ଓ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ କାର୍ଯକ୍ରମ ସଂଯୋଜନା କରି ଥିଲେ।ଏହି ଅବସର ରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା।ପ୍ରକୃତି ବନ୍ଧୁ ବଡ଼ ଶତପଥୀ ମୁଖ୍ୟ ଅତିଥି ଙ୍କୁ ଏକ ଅଶୋକ ଚାରା ଉପହାର ଦେଇରୋପଣ କରିବା ପାଇଁ ଅନୁରୋଧ କରି ଥିଲେ।ତ୍ରିଲୋଚନ ନାଏକ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ଅଗଷ୍ଟ ୩୧ ରେ ହେବ ନୂଆଁଖାଇ ଭେଟଘାଟ....

Fri Aug 1 , 2025
ବରଗଡ଼ ୦୧/୦୮(ନବୀନ କୁମାର ଦାଶ): ବରଗଡ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ସତ୍ୟ ପଣ୍ଡା ଙ୍କ ଆବାହକତ୍ବରେ ଓ ଲଳିତ ବିଶୀ ଙ୍କ ସଂଯୋଜନାରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ର ୧୯୭୫ ମେଟ୍ରିକ୍ ବ୍ୟାଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଅଛି। ଆସନ୍ତା ଅଗଷ୍ଟ ୩୧ ତାରିଖ ରବିବାର ଦିନ ନୂଆଁଖାଇ ଭେଟ ଘାଟ ପାଇଁ ସମସ୍ତଙ୍କ ପ୍ରସ୍ତାବ […]

You May Like

Pin It on Pinterest