ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ପୁସ୍ତକର ଲୋକାର୍ପଣ…

ଭୁବନେଶ୍ୱର(ନି.ପ୍ର)-ତା ୮/୮:ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ଡ. ରଜନୀ ରଞ୍ଜନ ଦାଶ ଙ୍କ ଲିଖିତ “ସାରଳା ମହାଭାରତରେ ଜ୍ୟୋତିଷ ଚର୍ଚ୍ଚା ” ପୁସ୍ତକ ର ପରିବର୍ଦ୍ଧିତ ସଂସ୍କରଣ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ କେଦାରନାଥ ଗବେଷଣା କେନ୍ଦ୍ରରେ ଲୋକାର୍ପିତ ହୋଇଯାଇଛି ।

ପକ୍ଷୀଘର ପ୍ରକାଶନୀ ର ବନୋଜ ତ୍ରିପାଠୀ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସାରଳା ସାହିତ୍ୟର ବିଶିଷ୍ଟ ଗବେଷକ ଜେଏନୟୁ ର ପ୍ରଫେସର ଡ. ଉଦୟନାଥ ସାହୁ ଏବଂ ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡ. ପ୍ରେମାନନ୍ଦ ମହାପାତ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବରେ ଏବଂ ଡ. ଅଜୟ ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାରଳା ଦାସଙ୍କ ଜ୍ଞାନ ଓ ବହୁଶାସ୍ତ୍ରଦର୍ଶିତା ଉପରେ ବିଶେଷ ଆଲୋଚନା କରିଥିଲେ। ଲେଖକ ଡ.ଦାଶ ନିଜ ଲେଖକୀୟ ଆଭିମୁଖ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଓଡ଼ିଶା ମିରର ର ସମ୍ପାଦକ ଦିଲ୍ଲୀପ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ ।ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ତନୟା ଦାସଗୋସ୍ୱାମୀ।

ସେୟାର କରନ୍ତୁ

Next Post

ଘୋଷଣା ହେଲା ତୃତୀୟ ବର୍ଷା ସାହିତ୍ୟ ସମ୍ମାନ– ୨୦୨୫, ଅଗଷ୍ଟ ୧୭ରେ ବର୍ଷା ଉତ୍ସବ

Sat Aug 9 , 2025
ଭୁବନେଶ୍ବର(ନି.ପ୍ର):ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା, ବର୍ଷା ପବ୍ଲିକେସନ୍ ପକ୍ଷରୁ ତୃତୀୟ ବର୍ଷା ସମ୍ମାନ-୨୦୨୫ ଘୋଷଣା କରାଯାଇଛି। ଆସନ୍ତା ଅଗଷ୍ଟ ୧୭ ତାରିଖରେ ଭାରତୀୟ ବିଦ୍ୟା ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ବର୍ଷା ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ବର୍ଷା ପବ୍ଲିକେସନ, ସବୁବେଳେ ଗୁଣାତ୍ମକ ମାନ ଥିବା ବ‌ହିର ସମ୍ମାନ କରିବା ସହିତ ଏହାର ପ୍ରକାଶ, ପ୍ରଚାର, ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । […]

You May Like

Pin It on Pinterest