
ବରଗଡ଼୧୮/୦୮(ନବୀନ କୁମାର ଦାଶ):ଓଡ଼ିଶା ର କୃଷକ ମାନଙ୍କ ସମସ୍ୟା ଓ ଏହାର ତ୍ୱରିତ ସମାଧାନ ନିମନ୍ତେ ବିଜେଡି ପକ୍ଷରୁ ବରଗଡ଼ ଠାରେ ବିଶାଳ ଚାଷୀ ସମାବେଶ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏହି ଅବସର ରେ ଚାଷୀ ମାନଙ୍କ ପାଇଁ ଜଟିଳ ପଞ୍ଜି କରଣ ବ୍ୟବସ୍ଥା,ଦ୍ଵନ୍ଦ ରେ ଚାଷୀ,ପଞ୍ଜି କରଣ ବ୍ୟବସ୍ଥା କୁ ସରଲୀ କରଣ ସହିତ ପଞ୍ଜି କରଣ ଅବଧି ବୃଦ୍ଧି,ବିଫଳ ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା ରେ କମ୍ପାନୀ ମାନଙ୍କୁ ଲାଭ ଦେଇ ଚାଷୀଙ୍କୁ ଲୁଟ କରା ନ ଯାଉ, ଧାନ ବିକ୍ରି ରେ କଟନି ଛଟନି ଓ ଦଲାଲ ରାଜ୍ ବନ୍ଦ କରିବା,ଅଦି ନିଆ ବର୍ଷାରେ କ୍ଷୟ କ୍ଷତି ହୋଇ ଥିବା ଚାଷୀ ଙ୍କୁ ଇନ୍ ପୁଟ ସବ ସିଡି ତୁରନ୍ତ ପ୍ରଦାନ,ଲକ୍ଷ ଲକ୍ଷ ନାମ ମାତ୍ର ଚାଷୀ,ଭାଗ ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ଙ୍କୁ ସି ଏମ କିଶାନ ଯୋଜନା ରେ ସାମିଲ, ସ୍ଵାମୀ ନାଥନ କମିଟି ଆଧାର ରେ ଧାନ ର ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି , ବିହନ ଓ ସାର ର ଅଭାବୀ ବିକ୍ରି ବନ୍ଦ କରିବା,ଆନୁ ଷଙ୍ଗିକ କୃଷି ଓ ଅର୍ଥ କାରି ଫସଲ ଉପରେ ଗୁରୁତ୍ଵ ପ୍ରଦାନ କରିବା ଭଳି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ଦାବୀ କରି ଜିଲ୍ଲା ପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ର ପତି ଙ୍କ ଉଦ୍ଦେଶ୍ୟ ରେ ବିଜେଡି ଦାବି ପତ୍ର ପ୍ରଦାନ କରିଛି।
ବିରୋଧୀ ଦଳ ଉପନେତା ଙ୍କ ସହିତ ହଜାର ହଜାର ଚାଷୀ ଓ ବିଜେଡି କର୍ମୀ ସ୍ଥାନୀୟ ଗଣେଶ ରାମ ଭବନ ରୁ ଏକ ବିଶାଳ ପଟୁଆର ରେ ବାହାରି ଥାନା ଛକ ଓ କଚେରି ହୋଇ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ।ଏହି ଅବସର ରେ ବରଗଡ଼ ସହର ରେ ଅଦିନିଆ ଧନୁଯାତ୍ରା ପରି ଭିଡ ପରିଲକ୍ଷିତ ହୋଇ ଥିଲା।ବିଜେଡି ର ଏହି ଚାଷୀ ବିକ୍ଷୋଭ ଡାକରା କୁ ଚାଷୀ ମାନଙ୍କ ଅଭୁତ ପୂର୍ବ ସମର୍ଥନ ଦେଖିବାକୁ ମିଳିଥିଲା।ଏହି ସମାବେଶ କୁ ଭଣ୍ଡୁର କରିବା ରାଜ୍ୟ ସରକାର ଙ୍କ ତରଫରୁ ବ୍ୟାପକ ଉଦ୍ୟମ କରାଯାଇ ଜିଲ୍ଲା ପ୍ରଶାସନ ଜରିଆରେ ସମାବେଶ ରେ ଯୋଗ ଦେବା କୁ ଆସୁଥିବା ଚାଷୀ ଙ୍କ ଗାଡ଼ି ଗୁଡ଼ିକୁ ବିଭିନ୍ନ ସ୍ଥାନ ରେ ଅଟକାଇ ହଇରାଣ କରାଯାଇ ଥିଲା ।ଏହି ଘଟଣା କୁ ବିଜେଡି ନେତ୍ରୁ ମଣ୍ଡଳୀ ତୀବ୍ର ନିନ୍ଦା କରିଥିଲେ ।
ଚାଷୀ ମାନଙ୍କ ପୁଞ୍ଜିଭୂତ ଅସନ୍ତୋଷ ର ପ୍ରତିଫଳନ ବରଗଡ଼ ସମାବେଶ ରେ ବେଶ ପ୍ରତି ଫଳିତ ହୋଇ ଥିବା ଦେଖି ବାକୁ ମିଳିଥିଲା।ତେବେ ସରକାର ଙ୍କ ଦମନ ଲୀଳା ଚାଷୀ ଙ୍କୁ ସମାବେଶ କୁ ଆସିବାର ଅଟକାଇ ନ ପାରିବା ଚର୍ଚ୍ଚା ର ବିଷୟ ପାଲଟିଛି।ତେବେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ରେ ଦାବି ପତ୍ର ପ୍ରଦାନ କରି ସ୍ଥାନୀୟ ଗାନ୍ଧୀ ଛକ ରେ ଚାଷୀ ବିରୋଧୀ ଚାଷୀ ଦମନକାରି ଡବଲ ଇଞ୍ଜିନ ସରକାର ବିରୋଧରେ ବିଜେଡି ଗର୍ଜିଥିଲା।
ବିଜେଡି ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ବିକ୍ଷୋଭ ସଭା ରେ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ,ବିଧାୟକ ନଳିନୀ ପ୍ରଧାନ,ବିଧାୟକ ନିରଞ୍ଜନ ପୂଜାରୀ,ବିଧାୟକ ସୁଦର୍ଶନ ହରିପାଲ,ବିଧାୟକ ଦିବ୍ୟ ଶଙ୍କର ମିଶ୍ର ,ବିଧାୟିକା ବର୍ଷା ସିଂ ବରିହା ,ବିଧାୟକ ଅଧିରାଜ୍ ପାଣିଗ୍ରାହୀ,ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ବିଧାୟକ ରୋହିତ ଜେଷଫ ତିର୍କି,ବିଧାୟକ ଯୋଗେଶ ସିଂ ବିଧାୟକ ପ୍ରଦୀପ ଦିସାରି, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ପୂର୍ବତନ ମନ୍ତ୍ରୀ ରୀତା ସାହୁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ,ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଆୟୁବ ଖାନ୍ କିଶୋର ନାଏକ ରାଜେନ୍ଦ୍ର ଛତ୍ରିଆ,ସରୋଜ ମେହେର, ଦୁଷ୍ମନ୍ତ ନାଏକ,ରୋହିତ ପୂଜାରୀ,ନିହାର ବେହେରା, ଆକାଶ ମିଶ୍ର ଗିରି ରାଜ୍ ସିଂ, ନାରାୟଣ ଲୁହା ପୌର ଅଧ୍ୟକ୍ଷା କଳ୍ପନା ମାଝୀ ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ,ପ୍ରଦ୍ୟୁମ୍ନ ତ୍ରିପାଠୀ, କରନ ସିକନ୍ଦର,ମିନାକ୍ଷୀ ମିଶ୍ର,ପ୍ରଫୁଲ୍ଲ କୁମାର ନାଏକ ଉମେଶ ପଣ୍ଡା,ଗୌରହରି ମିଶ୍ର,ବିକ୍ରମ ସିଂ ଦେଓ,ଦେବା ନନ୍ଦ ଗଡତୀଆ,ନାରଦ ବରିହା, ଲମ୍ବୋଦର ନିଆଲ,ସିଦ୍ଧାର୍ଥ ଦାଶ,ମନୋଜ ମହାପାତ୍ର, ହୀରାଲାଲ ବେହେରା,କୁମୁଦିନୀ ନାଏକ କିଶୋର ମିଶ୍ର,ସୁନିଲ କିଶାନ ପ୍ରମୁଖ ବହୁ ବିଜେଡି ନେତ୍ରୁ ମଣ୍ଡଳୀ ଉପସ୍ଥିତ ରହି ବିଜେପି ସରକାର ର ଚାଷୀ ଦମନ ନୀତି କୁ ତୀବ୍ର ସମା ଲୋଚନା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।