ଅର୍ଦ୍ଧ ଅର୍ଦ୍ଧ ଦଗ୍ଧ ଅସହାୟ ମାନସିକ ଅନଗ୍ରସର ମହିଳା ଙ୍କ ଥଇଥାନ କଲା ନିଷ୍ଠା ପରିବାର

ବରଗଡ଼୨୦/୦୮(ନବୀନ କୁମାର ଦାଶ):ସୋହେଲା ରୁ ହଲଦୀ ପାଲି ଛକ ନିକଟ ଜାତୀୟ ରାଜପଥ କଡ଼ରେ ଅତି ଦୟନୀୟ ନଗ୍ନ ଅବସ୍ଥା ରେ ପଡ଼ି ରହିଥିବା ଜଣେ ମାନସିକ ଅନଗ୍ରସର ମହିଳା ଙ୍କୁ ରୁଦ୍ର ପ୍ରତାପ ସାହୁ ଓ ତାଙ୍କ ର କିଛି ବନ୍ଧୁ ଅଶୋକା ଆମ୍ବୁଲାନ୍ସ ସାହାଯ୍ୟ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇବା ସହ ଆମ ନିଷ୍ଠା ପରିବାର କୁ ଖବର ଦେଇ ଥିଲେ। ନିଷ୍ଠା ପରିବାର ତରଫ ରୁ ତାଙ୍କ ର ପ୍ରାଥମିକ ଚିକିତ୍ସା କରାଯାଇଥିଲା।

ତାଙ୍କ ର ମାନସିକ ସ୍ଥିତି ଅତ୍ୟନ୍ତ ଖରାପ ଥିବାରୁ ଏ ନେଇ ସମ୍ବଲପୁର ର ପରିଚୟ ଅନୁଷ୍ଠାନ ର ପ୍ରତିଷ୍ଠାତା ବିପିନ ବିହାରୀ ପଣ୍ଡା ଙ୍କ ସହ ନିଷ୍ଠା ପରିବାର ର ସଭାପତି ଅଶ୍ୱିନୀ ତ୍ରିପାଠୀ ଯୋଗାଯୋଗ କଲା ପରେ ଭଟଲି ପୋଲିସ ର ଅନୁମତି ନେଇ ନିଷ୍ଠା ଆମ୍ବୁଲାନ୍ସ ଦ୍ଵାରା ସମ୍ବଲପୁର ରେ ଥିବା ମିଶନାରି ଆଶା ନିବାସ ରେ ତାଙ୍କ ର ଥଇଥାନ କରାଗଲା। ପରିଚୟ ର ବିପିନ ବିହାରୀ ପଣ୍ଡା,ନିଷ୍ଠା ପରିବାର ର ମମତା ବାଗ,ବରୁଣ ଭାଇ ଉପସ୍ଥିତ ଥିଲେ।ଆଶା ସେ ଶୀଘ୍ର ସୁସ୍ଥ ହେବେ।ଏହି ମହତ୍ କାମ ରେ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଦିଆ ଯାଇଛି।


ସେୟାର କରନ୍ତୁ

Next Post

ରାଜ୍ୟରେ ପ୍ରାୟ ୭ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ,ଏଥର ବି ଅନିଶ୍ଚତା ଭିତରେ...

Fri Aug 22 , 2025
ଭୁବନେଶ୍ୱର(ନି.ପ୍ର):ସାଧାରଣତଃ ରାଜ୍ୟରେ ଦୁର୍ଗାପୂଜା ପୂର୍ବରୁ ନିର୍ବାଚନ କରାଯିବାର ପରମ୍ପରା ଥିବାବେଳେ ଏଯାବତ୍‌ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ନପାଇବା ନେଇ ଆଶାୟୀ ପ୍ରାର୍ଥୀ ଓ ଛାତ୍ର ସଙ୍ଗଠନ ଗୁଡିକ ଚିନ୍ତାରେ ପଡିଛନ୍ତି। ବିଭାଗ ପକ୍ଷରୁ ୨୦୨୫- ୨୬ ଶିକ୍ଷାବର୍ଷର କ୍ୟାଲେଣ୍ଡର ମଧ୍ୟ ପ୍ରକାଶ କରାଯାଇନାହିଁ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିଲା। ପୂର୍ବ ବର୍ଷ କେତେକ ସମସ୍ୟା ପାଇଁ […]

You May Like

Pin It on Pinterest