
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଲେଖିକା ପରିଷଦ ଆନୁକୂଲ୍ୟରେ ଭଟଲି ବ୍ଲକ୍ ଅନ୍ତର୍ଗତ ଗୋପାଳ ପୁର ଆଶ୍ରମ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।
ପରିଷଦ ର ଉପ ସଭାନେତ୍ରୀ ଅନୁସୂୟା ଦେବତା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସାହିତ୍ୟ ସମାରୋହ ରେ ମୁଖ୍ୟ ଅତିଥି ଭାବେ ସତିହାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ନରେନ୍ଦ୍ର ପଧାନ, ସମ୍ମାନିତ ଅତିଥି ଭାବରେ ଭଟଲି ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ଦାଶ ଏବଂ ପରିବେଶବିତ୍ ସଂଜୟ ଖମାରୀ ଯୋଗ ଦେଇ କବିଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କବିଙ୍କ ପ୍ରତିଭା ବିଷୟରେ ଆଲୋକପାତ କରିଥିଲେ।
ପରିଷଦ ର ସଭ୍ୟା କବୟିତ୍ରୀ ସୁଦ୍ରୁମା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଲେଖିକା ପରିଷଦର ସଂପାଦିକା କବୟିତ୍ରୀ ତପସ୍ଵିନୀ ମହାପାତ୍ର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସଂପାଦକୀ ୟ ବିବରଣୀ ଉପସ୍ଥାପନ କରି ଥିଲେ।ଏହି ଉପଲକ୍ଷେ ଆୟୋ ଜିତ ସଙ୍ଗୀତ ପ୍ରତିଯୋଗିତାରେ ପ୍ରତିଭା ନାଏକ,ଜ୍ୟୋତି ଭୁଏ ଓ ଉର୍ମିଳା ବରିହା ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ।ବକ୍ତୃତା ପ୍ରତିଯୋଗିତାରେ ସାଧନା ଭୋସାଗର,ସମ୍ରାଟ ସାହୁ ଓ ଦେବାଂଶୀ ନାଏକ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ମାନ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ଥିଲା।
ଶିକ୍ଷକ ଉଚ୍ଛବ ଭୁଏ ଓ ପ୍ରଧାନ ଶିକ୍ଷକ ରାମ ହନୁମନ୍ତ ରେଡ୍ଡୀ ତଥା ସତିହାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନାଙ୍କୁ ପ୍ରତିଭା ସମ୍ମାନ ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।କାର୍ଯ୍ୟ କ୍ରମ ପରିଚାଳନାରେ ସ୍ଥାନୀୟ ଆଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ଦୀପ୍ତି ତ୍ରିପାଠୀ,ମମତା ସାହୁ,ଶିକ୍ଷକ ଅଷ୍ଟମନ୍ୟୁ ବାରିକ,ଦିଲ୍ଲୀପ ପଧାନଙ୍କ ସମେତ ମହିଳା ସ୍ଵେଚ୍ଛାସେବୀ ମାନସୀ ଷଣ୍ଢ, ସାବିତ୍ରୀ ଭୁଏ,ସବିତା ବାଗ, ସାବିତ୍ରୀ ବାଡା,ପଞ୍ଚମୀ ନାଏକ, ତୁଳସୀ ସା ଏବଂ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଲେଖିକା ପରିଷଦ ବରିଷ୍ଟ ସଭ୍ୟା କୁନୁମତୀ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।



