
ବରଗଡ଼୨୪/୦୮(ନବୀନ କୁମାର ଦାଶ):ରାଜ ଯୋଗିନୀ ଦାଦି ଓ ପ୍ରକାଶ ମଣି ଜୀ ଙ୍କ ସ୍ମୃତି ଅବସର ରେ ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ,ବରପାଲି ଓ ନିଷ୍ଠା ପରିବାର ର ମିଳିତ ଆନୁ କୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ବରପାଲି ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ବରପାଲି ବ୍ଲକ ଅଧ୍ୟକ୍ଷ ଦିନେଶ ଗହୀର ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ବି କେ ସୁରେନ୍ଦ୍ର ହୋତା,ବିକେ ଶିବ କୁମାର,ବିକେ ସୁରେନ୍ଦ୍ର ବେହେରା,ବିକେ ଗୌରୀ,ବିକେ ଅଞ୍ଜଳୀ,ବିକେ ଦମୟନ୍ତୀ,ବିକେ ଅଶୋକ ଭୋଇ,ବିକେ ବାବାଜୀ, ବିକେ ହରୀ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ।
ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରଜାପିତା ବ୍ରହ୍ମ କୁମାରୀ ବରପାଲି ଶାଖା କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ଧନ୍ୟବାଦ ଓ ନମସ୍କାର।



