ଭଟଲି-ରାୟଶୋଭା ସେବାଶ୍ରମ ରେ ଗୁରୁ ଦିବସ…

ବରଗଡ଼/ଭଟଲି୦୫/୦୯(ନବୀନ କୁମାର ଦାଶ): ଭଟଲି ନିକଟସ୍ଥ ରାୟଶୋଭା ସେବାଶ୍ରମ ଓ ରାୟଶୋଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ୨୦୨୫ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କମଳ ଲୋଚନ ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।

ଏହି ଉତ୍ସବରେ ବରଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ ସଂଘମିତ୍ରା ପଟେଲ ଯୋଗଦେଇ ସମାଜରେ ଗୁରୁ ମାନଙ୍କ ମହତ୍ବ କୁ ପ୍ରତି ପାଦନ କରିଥିଲେ।ସେବାଶ୍ରମ ର ପ୍ରଧାନ ସେବିକା ଡକ୍ଟର ରାଧା କ୍ରିଷ୍ଣନ୍ ଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ।ହରି ପ୍ରିୟା ନାଏକ ତଥା ବାଳ ଗୋପାଳ ଭୋଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ପରି ଶେଷରେ ଅରୁନ୍ଧତୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ମୂର୍ଚ୍ଛନା ଓ ଓକାର ମିଳିତ ଆନୁକୁଲ୍ୟରେ ରାଜ୍ଯସ୍ତରୀୟ ଗୁରୁପୂଜନ ଉତ୍ସବ....

Fri Sep 5 , 2025
ଭୁବନେଶ୍ବର(ନି.ପ୍ର):ଓଡ଼ିଶାର ପରମ୍ପରାକୁ ଭୁଲି ବର୍ତ୍ତମାନର ଯୁବପିଢୀ ବିଦେଶୀ ସଂସ୍କୃତିକୁ ଆପଣେଇ ନେଉଥିବା ବେଳେ, ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ (ଓକା)ର ମିଳିତ ଆନୁକୁଲ୍ୟରେ ଓଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ସମ୍ମାନା ଯଣାଇ, ଭୁବନେଶ୍ବର ଜୟଦେବ ଭବନ ଠାରେ ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଉତ୍ସବ ଓ ସ୍ଵର ମହ୍ଳାର କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ […]

You May Like

Pin It on Pinterest