
ବାସ୍ତବ ବ୍ୟୁରୋ- ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି କି ଗଂଜାମ ଜିଲ୍ଲାରୁ ଆଜି ସନ୍ଧ୍ୟାରେ ପୁଣି ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଖୋର୍ଦ୍ଧା ଜିଲ୍ଲାରୁ ମଧ୍ୟ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୨୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଥାଉକି, ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୫୨ ହଜାର ୯୭୪ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ତେବେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଏବେ ମୋଟ ପଜିଟିଭ ସଂଖ୍ୟା ୨୭୧ ଛୁଇଁଲା । ହେଲେ ଆଜି ଗୋଟିଏ ଦିନରେ ରାଜ୍ୟରେ ଦ୍ରୁତଗତିରେ ୫୨କୋରାନା ପଜିଟିଭ ସନ୍ଧ୍ୟା ସୁଦ୍ଧା ଚିହ୍ନଟ ହୋଇଥିବାରୁ ରାଜ୍ୟସରକାରଙ୍କ ଚିନ୍ତା ବଢ଼ାଇଦେଇଛି ।
ଗଂଜାମ ଜିଲ୍ଲାରେ ଆଜି ସକାଳୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ଆଜି ମୋଟ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ୫ ଓ ଭଦ୍ରକର ୨ ପଜିଟିଭ୍ ମଧ୍ୟ ସୁରତରୁ ଫେରିଥିଲେ ।
