
ସଂଜୟ ଶତପଥୀ(କଟକ): ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ଏକ ଅନନ୍ୟ କାର୍ଯ୍ୟକ୍ରମ”ଅଟଳ ଫେଷ୍ଟ୍ ଓ ଅଟଳ ଓଡିଶା ଆଇକନ୍ ଆଓ୍ବାର୍ଡ-୨୫”,ତିନି ଦିନ ଧରି ଚାଲି ଥିବା ମହିଳା ଦିବସର ଆଜି ଅନ୍ତିମ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ସମ୍ମାନିତ ଅତିଥି ବିନୋଦ ଦାଶ ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, କଟକ ଜିଲ୍ଲା ବିଜେପି ଗ୍ରାମୀଣ ସଭାପତି ରାମ ନାରାୟଣ ମହାନ୍ତି ଯୋଗଦେଇ ସ୍ୱଚ୍ଛ ସାଥୀ ଓ ଅଙ୍ଗନୱାଡି ଦିଦି ମାନଙ୍କୁ ଉତ୍ସାହିତ କରିଥିଲେ |
ପୂର୍ବତନ କର୍ପୋରେଟର, ବିଜେପି ନେତା ତଥା ଅଟଳ ସ୍ମୃତି କମିଟିର ପ୍ରତିଷ୍ଠାତା ଓ ଅଧକ୍ଷ ଶ୍ରୀ ଚିତ୍ତରଂଜନ ଦାସଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜି ଅଙ୍ଗନୱାଡି ଦିଦି, ସ୍ଵଚ୍ଛ ସାଥୀ ସମାବେଶ ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହା ପରେ ସ୍ଵାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହେବ।ଏହି ପ୍ରତିଯୋଗୀମାନଙ୍କୁ କୌଣସି ପଂଞ୍ଜୀକୃତ ଅର୍ଥ ଦେବାକୁ ପଡ଼ିନଥିଲା। ବିଜେତାମାନଙ୍କୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଅଟଳ ଓଡିଶା ଆଇକନ୍ ଆୱାର୍ଡ ସମାରୋହରେ ପୁରସ୍କୃତ କରାଯିବ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ଅନୁଷ୍ଠାର ଅଟଳ ସ୍ମୃତି କମିଟିର ସଭାପତି- ପ୍ରହଲ୍ଲାଦ ଖଣ୍ଡେଲୱାଲ, ସାଧାରଣ ସଂପାଦକ- କିଶୋର ମହାନ୍ତି, ରଶ୍ମିତା ମିଶ୍ର, ଗୀତା ଦାଶ, ଗୀତାଞ୍ଜଳୀ ବେହୁରା ,ଚନ୍ଦ୍ର ଶେଖର ବିଶ୍ଵାଳ, ସ୍କନ୍ଦନ ମହାନ୍ତି, ବିଜୟ ମହାରଣା, ପୁଷ୍ପିତା ମହାପାତ୍ର, ମଧୁସ୍ମିତା ରାୟ ଚୌଧୁରୀ,ସୁଜାତା ଭରଦ୍ୱାଜ,ମାନସୀ ଦାସ,ସ୍ଵର୍ଣଲତା ସେଠୀ, ଅମ୍ବିକା ଦାସ,ଲୋପା ମିଶ୍ର,ମନୋରମା ଦାସ,ସୁଶାନ୍ତ ସାହୁ,ସୁଶୀଲ ସ୍ୱାଇଁ,ସଦାନନ୍ଦ ବିଶ୍ଵାଳ,ଶର୍ମିଲା ରାଉତରାୟ ,ପ୍ରମୁଖ ଉପସ୍ଥିତ ରହିଥିଲେ।