ବାସ୍ତବ ବ୍ୟୁରୋ: ଆସାମ ଏକ ୫.୮ ତୀବ୍ରତାର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପର ପ୍ରଭାବ ଉତ୍ତର-ପୂର୍ବର ଆଉ କିଛି ରାଜ୍ୟ ଓ ପଶ୍ଚିମବଙ୍ଗରେ ବି ଅନୁଭୂତ ହୋଇଥିଲା ।
ସୂଚନା ଅନୁଯାୟୀ, ଅପରାହ୍ଣ ୪ଟା ୪୧ ମିନିଟ ସମୟରେ ଏହି ଭୂମିକମ୍ପ ଆସିଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଅନ୍ୟ ଏକ ଜିଲ୍ଲା ଉଦଲଗୁରିରେ ଭୂପୃଷ୍ଠରୁ ପାଞ୍ଚ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି। ଆସାମ ବ୍ୟତୀତ ଭୁଟାନ ଏବଂ ପଶ୍ଚିମବଙ୍ଗର ଉତ୍ତର ଭାଗରେ ମଧ୍ୟ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଗୌହାଟିରେ ଭୂମିକମ୍ପର ତୀବ୍ରତା ୫.୮ ମାପ କରାଯାଇଛି। ତଥାପି, ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ଆହତ ଏବଂ କୌଣସି ସମ୍ପତ୍ତି କ୍ଷତିର ଖବର ନାହିଁ।
ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କହିଛନ୍ତି କି କୌଣସି ଗୁରୁତର କ୍ଷତି କିମ୍ବା ଜୀବନ ହାନିର କୌଣସି ରିପୋର୍ଟ ମିଳିନାହିଁ।