“ସାଢେ଼ ୪ ଘଣ୍ଟା ପରେ ଶିକ୍ଷା ବିଭାଗ ର ନିଦ ଭାଙ୍ଗିଲା”

ଶିକ୍ଷକ ମାନଙ୍କ ଗଣ୍ଡଗୋଳ କୁ ନେଇ ପାଠପଢା ରୁ ବଞ୍ଚିତ ଛାତ୍ରଛାତ୍ରୀ ପ୍ରତିଶ୍ରୁତି ପରେ ଧାରଣା ରୁ ଓହରିଲେ

ବରଗଡ଼ ୧୬.୦୯.୨୦୨୫(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁମେଲ୍ ସିଂହା ପଞ୍ଚାୟତ ଅଧିନରେ ଥିବା ଦଧିବାମନ ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ ମାସ ହେଲା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ସହ ଶିକ୍ଷକ ମାନଙ୍କ ମନ ମତାନ୍ତର ହେବା ଯୋଗୁଁ ଛାତ୍ରଛାତ୍ରୀ ଙ୍କ ପାଠପଢା ବାଧାପ୍ରାପ୍ତ ହେବାସହ ବିଦ୍ୟାଳୟ ର ଶିକ୍ଷାନୀତି ବାଟ ରେ ପଡ଼ି ଦାଣ୍ଡରେ ଗଡୁଛି।

ବାରମ୍ବାର ପରିଚାଳନା କମିଟି ଓ ଶିକ୍ଷକ ମାନଙ୍କ ମଧ୍ୟରେ ଅନେକ ସଭା ସମିତି ହୋଇ ଆସୁଥିଲେ ସୁଦ୍ଧା କୌଣସି ସମସ୍ୟା ର ବାଟ ଖୋଲି ନଥିଲା।ଫଳରେ ଛାତ୍ର ଛାତ୍ରୀ ଓ ଅବିଭାବକ/ଅବିଭା ବିକା ମାନେ ବିଦ୍ୟାଳୟ ସହ ଗ୍ରାମର ମୁଖ୍ୟରାସ୍ତା ବନ୍ଦ କରି ଦେଇ ଯେ ପର୍ଯ୍ୟନ୍ତ ନୂତନ କମିଟି ସହ ନୂତନ ଶିକ୍ଷକ ନିଯୁକ୍ତି କରା ନଯିବ ସେ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବ ଓ ଜିଲ୍ଲା ଶିକ୍ଷା ବିଭାଗ ଠିକ୍ ଭାବରେ ଯଦି ପାଠପଢା ନକରିବେ,ଅସାଧୁ ଦୁଇ ଶିକ୍ଷକ ମାନଙ୍କୁ ହଟାଇ ନୂତନ ଶିକ୍ଷକ ନିଯୁକ୍ତି ନଦେବେ ଓ ନୂତନ କମିଟି କରା ନଯିବ ତାହେଲେ ଟିସି ନେଇ ଅନ୍ୟତ୍ର ବିଦ୍ୟାଳୟକୁ ଚାଲି ଯିବା ଅଣ୍ଟା ଭିଡ଼ି ଜିଲ୍ଲା ଶିକ୍ଷା ବିଭାଗକୁ କଡା ଚେତାବନୀ ଦେଇଥିଲେ।

ଏନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ଶିକ୍ଷା ବିଭାଗ କୌଣସି ଠୋସ ପଦକ୍ଷେପ ନନେବା ଫଳରେ ଛାତ୍ରଛାତ୍ରୀ ଅଭି ଭାବକ/ଅଭିଭାବିକା ମାନଙ୍କ ମହଲରେ ତୀବ୍ର ଉତ୍ତେଜନା ଦେଖା ଦେଇ ଥିଲା।ଏପରିକି ବିଦ୍ୟାଳୟ ର ଗେଟ୍ ନଥିବା ଯୋଗୁଁ ସ୍କୁଲ ପରିସରରେ ମଧ୍ୟରେ ଗାଈ ଗୋରୁ ତଥା ହିଂସ୍ର ଜନ୍ତୁ,ବୁଲା କୁକୁର ଙ୍କ ଆଶ୍ରୟ ସ୍ଥଳୀ ପାଲଟି ଥିବାବେଳେ ନିଜ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିକ୍ରିୟା ସ୍ୱରୂପ ଆସନ୍ତା ୧୫ଦିନ ମଧ୍ୟରେ ବିଦ୍ୟାଳୟ ର ଗେଟ୍ ତିଆରି ହୋଇଯିବ ବୋଲି ସମସ୍ତଙ୍କ ସମ୍ମୁଖରେ ପ୍ରତିଶ୍ରୁତି ଦେଇଥିଲେ।

ଦୀର୍ଘ ସାଢେ଼ ୪ଘଣ୍ଟା ଦେଶର ଭବିଷ୍ୟତ ଗାଆଁ ଦାଣ୍ଡରେ ବସିଲା ପରେ ଘଟଣା ସ୍ଥଳ ରେ ବ୍ଲକ୍ ସହ ଜିଲ୍ଲା ଶିକ୍ଷା ଅଧିକାରୀ ପହଞ୍ଚି ପିଲା ମାନଙ୍କ ବୁଝାସୁଝା କରି ପିଲାଙ୍କ ଅବ୍ୟବସ୍ଥିତ ପରିସ୍ଥିତି ଭିଆଇ ଥିବା ହିନ୍ଦୀ ଶିକ୍ଷକ ପ୍ରମୋଦ ପ୍ରଧାନ ଓ ଖେଳ ଶିକ୍ଷକ ତ୍ରୈଲୋ କ୍ୟ ନାଏକ ଙ୍କ ବଦଳରେ ଅନ୍ୟ ଦୁଇ ଶିକ୍ଷକ ଦେବାର ପ୍ରତିଶୃତି ଦେବା ପରେ ରାସ୍ତାରେ ଅଡି ରହିଥିବା ପିଲା ଧାରଣା ରୁ ଓହରି ଥିଲେ।ତେବେ ଏଠି କୋମଳମତି ପିଲାଙ୍କ ପ୍ରତି ଅବହେଳା କାହିଁକି ?ଏ ଅନ୍ୟାୟ କାହିଁକି ?କାହାର ଅବହେଳା ରେ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି ବୋଲି ଅନେକ ପ୍ରଶ୍ନ।

ପିଲାଙ୍କ ପାଇଁ ସରକାର ବାହା ଦୁର ହାତ ଖୋଲି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ କିଛି ସରକାର ଙ୍କ ଆଇନ ରୁ ଉର୍ଦ୍ଧ୍ବରେ ଥିବା ସରକାରିଆ ବାବୁ ମାନଙ୍କ ଖାମଖିଆଲି ଯୋଗୁଁ ଏବେ ବି ସ୍କୁଲ ରେ ଛାତ୍ରଛାତ୍ରୀ ଅସୁରକ୍ଷିତ ମଣୁଛନ୍ତି।ମାଁ ବାପା ଛାତିର କଳିଜା କୁ “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଆଖ୍ୟା ଦେଇ ନିଜ ପିଲା ଦି ଅକ୍ଷର ପାଠ ପଢ଼ି ମଣିଷ ପରି ମଣିଷ ଟିଏ କରିବା ପାଇଁ ସ୍କୁଲ କୁ ଛାଡ଼ିଥାନ୍ତି।ସେ ନେଇ ସରକାର ଙ୍କ ପକ୍ଷରୁ ମଧ୍ୟ ପିଲା ପଢ଼ିବା ଠାରୁ ଆରମ୍ଭ କରି ଉତ୍ତମ ଭିତ୍ତିଭୂମି,ପୋଷାକ, ଜୋତା,ମଧ୍ୟାହ୍ନ ଭୋଜନ ଭଳି କେତେ ନାଇଁ କେତେ ଯୋଜନା ରେ ସାମିଲ କରି ଛୋଟ ରୁ ବଡ ଦରମାଖିଆ ଦକ୍ଷଶୀଳ ଅଧିକାରୀ ସହ ଶିକ୍ଷକ ଶିକ୍ଷୟିତ୍ରୀ ଖଞ୍ଜି ଗୋଟିଏ ବି ପିଲା ଯେଭଳି ଅପାଠୁଆ ଓ ପୁଷ୍ଟିହୀନତା ନହେବେ ତାର କଡାକଡି ବ୍ୟବସ୍ଥା କରି ଚାରିଆଡେ଼ ବିକାଶ ର ବିଜୟ ବାନା ଉଡ଼ାଇ ବେନର ପୋଷ୍ଟର କାନ୍ଥ ବାଡ ସହ ବଡ ବଡ ପରଦା ରେ ଡିଣ୍ଡିମି ବାଡୋଉ ଥିବା ବେଳେ ନୂଆଁ ସରକାର ବିଦ୍ୟାଳୟ ମାନଙ୍କରେ କୋମଳ ମତି ଶିଶୁ ମାନଙ୍କ ପାଇଁ ବାଲ୍ ବାଟିକା ଆରମ୍ଭ କରିଥିଲେ ହେଁ ପ୍ରକୃତରେ ଅସଲ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଅଲଗା “ଯଥା ପୂର୍ବମ ତଥା ପରମ୍’ ଅବସ୍ଥା'”।

କାହା ସ୍ୱାର୍ଥରେ ଏବେବି ବର୍ଷା ଦିନେ ଟିଣ ଚଦର ର ଟପ୍ ଟପ୍ ଶଦ୍ଧ ସାଙ୍ଗକୁ ଖରା ଦିନେ ସିଝିବା ସହ ବର୍ଷା ଦିନେ ଭଙ୍ଗା ଦଦରା ଆଜବେଷ୍ଟ ସହ ଅତଡା ଖସା ଶ୍ରେଣୀ କୋଠରୀ ରେ ଭିଜିବା ସୁନିଶ୍ଚିତ ହୋଇ କେତେ ବେଳେ ଯେ କେଉଁ ଅଘଟଣ ନଘଟିବ କିଏ କହିବ ?କେଉଁଠି ଅସୁର କ୍ଷିତ ପାଚେରୀ କାନ୍ଥ କୁ ଶିକ୍ଷକ ଅଭାବ ରେ ସ୍କୁଲ ମାନଙ୍କ ରେ ତାଲା ଠୁଙ୍କୁଛନ୍ତି ତ ଆଉ କେଉଁଠି ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଛାତ୍ରଛାତ୍ରୀ ତଥା ଦେଶର ଭବିଷ୍ୟତ ଆଜି ସ୍କୁଲ ଛାଡ଼ି ଗାଆଁ ଦାଣ୍ଡ କୁ ଓହ୍ଲା ଇବା ଭଳି ପରିସ୍ଥିତି କୁ ସାମ୍ନା କରି କିଛି ଅସାଧୁ ଗୁରୁ ମାନଙ୍କ ପାଇଁ ଆଜି ଗୁରୁ ସମାଜ କୁ କଳଙ୍କିତ କରୁଛି।ତେବେ ଦେଖା ଯାଉ ଏନେଇ ଡବଲ ଇଞ୍ଜିନ ସରକାର ଙ୍କ କେଉଁ ପଦକ୍ଷେପ ରହୁଛି ନାଁ ସେମାନଙ୍କୁ ପୁଣି ଥଇଥାନ କରି ତାଙ୍କ ପୁରସ୍କାର ଘୋଷଣା କରାଯାଉଛି।

ସେୟାର କରନ୍ତୁ

You May Like

Pin It on Pinterest