
ସଂଜୟ ଶତପଥୀ(କଟକ):ଓଡ଼ିଶା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓଡ଼ିଶା ଉତ୍କଳ ବାହିନୀ ପକ୍ଷରୁ କଟକର ମର୍କତ ନଗରସ୍ଥିତ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠାନ ର ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ପ୍ରଥମ ପର୍ଯ୍ୟାୟରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କ ୭୫ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘ ନିରାମୟ ଓ ସୁସ୍ଥ ଜୀବନ ର କାମନା କରାଯିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଓଡ଼ିଶା ଉତ୍କଳ ବାହିନୀ ପକ୍ଷରୁ ସର୍ବସାଧାରଣ ରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ବୈଠକ ର ଦ୍ବିତୀୟ ପର୍ଯ୍ୟାୟ ରେ ଆଗାମୀ ଦଶହରା ରେ କଟକର ଭସାଣି ଉତ୍ସବରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକ ର ଗୌରୀଶଙ୍କର ପାର୍କ ନିକଟରେ ଓଡ଼ିଶା ଉତ୍କଳ ବାହିନୀ ମଞ୍ଚରେ ଭଷାଣୀ ଲାଗି ଯାଉଥୂବା କଟକ ସହରର ସମସ୍ତ ସାହି ମେଢ଼ ଓ ସାମିଲ୍ ଥୂବା ସମସ୍ତ ପୁଜା କମିଟି ର ସଭାପତି ଓ ସମ୍ପାଦକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ କଟକ ର ସୁନାମଧନ୍ୟ ବ୍ୟକ୍ତି ବିଶେଷ, ପ୍ରଶାସନିକ ଅଧିକାରୀ, ପୋଲିସ୍ ଅଧିକାରୀ, କଟକ ମହାନଗର ଶାନ୍ତି କମିଟି, ବିଭିନ୍ନ ଦଳର ରାଜନେତା ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଆବାହକ ଶ୍ରୀ ମହାନ୍ତି ମତ ରଖିଥିଲା ବେଳେ ଏହା ସର୍ବସମ୍ମତି କ୍ରମେ ବୈଠକ ରେ ଗୃହୀତ ହୋଇଥିଲା।
ଏହି ବୈଠକରେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସଦସ୍ୟମାନଙ୍କୁ ବିଭିନ୍ନ ଦାୟିତ୍ଵ ଅର୍ପଣ କରାଯାଇଥିଲା। ଏହି ବୈଠକରେ ଶ୍ରୀ ମୁନା ଦ୍ବିବେଦୀ, ଶ୍ରୀ ସଞ୍ଜିବ ରାଜପୁତ, ଶ୍ରୀ ବିଜୟ ବେହେରା, ଶ୍ରୀ ବିଚିତ୍ରାନନ୍ଦ ଦାସ, ଶ୍ରୀ ସନ୍ତୋଷ କୁମାର ନାୟକ, ଶ୍ରୀ ଦେବେନ୍ଦ୍ର କୁମାର ଦାସ, ଶ୍ରୀ ବିନୋଦ କୁମାର ପତି,ଶ୍ରୀ ଆଲୋକେଶ ରାୟ, ଶ୍ରୀ ଜୟନ୍ତ କୁମାର ପତି ଓ ଶ୍ରୀ ଚନ୍ଦ୍ରଶେଖର ସାହୁ ଙ୍କ ସହ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।