ରାଜ୍ୟ ଭାଗବତ ଟୁଙ୍ଗି ପ୍ରଚାର ସମିତିର ନୂତନ କର୍ମକର୍ତ୍ତା ଚୟନ…


ଭୁବନେଶ୍ବର(ନି.ପ୍ର): ଅଗ୍ରଣୀ ସଂଗଠନ ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡ଼ିଶା ତରଫରୁ ଭୁବନେଶ୍ୱର ନଅ ନମ୍ବର ଲେନ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମିତିର ସଭାପତି ବାବାଜି ସ୍ବାଇଁ (ନଙ୍ଗୁଳି ବାବା) ଙ୍କ ଅଧ୍ୟକ୍ଷତା ରେ ଏକ ରାଜ୍ୟ ସ୍ତରୀୟ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇ,ନୂତନ କର୍ମକର୍ତ୍ତାଙ୍କ ଚୟନ କରାଯାଇଛି।

ଏହି ସଭାରେ ଓଡିଶାରୁ କୋଣ ଅନୁକୋଣରୁ ଭଗବତ ପ୍ରେମିମାନେ ଯୋଗ ଦେଇ ଥିଲେ।ଉକ୍ତ ସଭାରେ ନିୟମ ଅନୁଯାୟୀ ପରିଚାଳନା କମିଟି ଚୟନ କରାଯାଇଛି। ତତ୍ ପରେ ଏକ ୯ ଦଫା ଦାବିପତ୍ର ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଓ ସଚିବ ଙ୍କୁ ପ୍ରଦାନ କରାଯାଇଥିଲା ।ଓଡ଼ିଶାରେ ଭାଗବତ ଟୁଙ୍ଗି ମାନଙ୍କର ପଡିରହିଥିବା ଅନୁଦାନ ରାଶି ତୁରନ୍ତ ଯୋଗାଇ ଦେବା, କଳାକାର ମାନଙ୍କର ବିଭିନ୍ନ ସମସ୍ୟା ସି ଟି ଏମ ଏସ ମାଧ୍ୟମରେ ପ୍ରୋଗ୍ରାମ କରିଥିବା ସାଂସ୍କୃତିକ ଦଳ ମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରିବା ଓ ବ୍ଲକ କଳା ସଂସ୍କୃତି ସଂଘ,ଜିଲ୍ଲା କଳା ସଂସ୍କୃତି ସଂଘ କୁ କାର୍ଯ୍ୟକ୍ଷମ କରିବା ଇତ୍ୟାଦି ବିଷୟରେ ଦାବିପତ୍ରରେ ବିଭାଗ ନିର୍ଦ୍ଦେଶକଙ୍କୁ ଦାବି କରାଯାଇଛି।
ନୂତନ କର୍ମକର୍ତ୍ତା ଚୟନ
ସମିତିର ସଭାପତି- ପୂଜ୍ୟ ନଙ୍ଗୁଳି ବାବା(ଜଗତସିଂହପୁର), ଉପ ସଭାପତି – ସିଦ୍ଧେଶ୍ୱର ନାୟକ (କଟକ), ମନୋଜ ଦାସ (କେନ୍ଦୁଝର), ଘନଶ୍ୟାମ ପ୍ରଭୁ (କୋରାପୁଟ), ସୁବ୍ରତ ରାଉତ (କେନ୍ଦ୍ରାପଡ଼ା),ଶ୍ରୀକର ମିଶ୍ର (ବଲାଙ୍ଗୀର) ମୁଖ୍ୟ ଉପଦେଷ୍ଟା- ଶଶଧର ପଣ୍ଡା (ଭଦ୍ରକ),ସାଧାରଣ ସମ୍ପାଦକ – ଜ୍ଞାନ ରଞ୍ଜନ ରାଉତ(କେନ୍ଦ୍ରାପଡ଼ା), ସମ୍ପାଦକ – ସୁଧାଂଶୁ ଶେଖର ସାହୁ (ଜଗତସିଂହପୁର), କୋଷାଧ୍ୟକ୍ଷ – ପ୍ରଶାନ୍ତ ଶେଖର ପଟ୍ଟନାୟକ(ଜଗତସିଂହପୁର), ସହ କୋଷାଧ୍ୟକ୍ଷ – ମେନନ ଦାସ(କେନ୍ଦ୍ରାପଡ଼ା), ଉପଦେଷ୍ଟା – ଲିଙ୍ଗରାଜ ଚଇନି (ଭୁବନେଶ୍ବର),ରାଜ୍ୟ ସଂଯୋଜକ – ବସନ୍ତ କୁମାର ଦାସ (କେନ୍ଦ୍ରାପଡ଼ା), ଆଇନ ପରାମର୍ଶ ଦାତା – ଅଶୋକ କୁମାର ସାମନ୍ତରାୟ(ଜଗତସିଂହପୁର),ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଗଲା ।

ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡ଼ିଶାର ପୂର୍ବତନ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସ ଙ୍କ ନାମରେ ପରିଚାଳିତ ହେଉଥିବା ଜମା ବହି ସଭାପତି ବାବାଜି ସ୍ବାଇଁ ଓ ସମ୍ପାଦକ ସୁଧାଂଶୁ ଶେଖର ସାହୁ ଙ୍କ ନାମରେ ପରିଚାଳିତ ହେବା ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା ଓଡ଼ିଶାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସଧାରଣ ସଭ୍ୟ ପଦରେ ନିଯୁକ୍ତି କରାଗଲା।ପରିଶେଷରେ ଘନଶ୍ୟାମ ପ୍ରଭୁ ସମସ୍ତ ଭକ୍ତ ମାନଂକୁ ସମ୍ବର୍ଦ୍ଧନା ଜଣାଇବା ସହ ସଭା ସାଙ୍ଗ ହୋଇଥିଲା।

ସେୟାର କରନ୍ତୁ

Next Post

ମହାଗୌରୀ ବେଶ,କରଞ୍ଜ ବୃକ୍ଷ ମୂଳେ ପୂଜା ପାଇଲେ ମାଁ ଦୂର୍ଗା

Tue Sep 30 , 2025
ବରଗଡ଼୨୯/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଦୂଲମ ପୁର ପଞ୍ଚାୟତ ଗୋଡଭଗା- ତୁରୁମ୍ ୫୪ନଂ ରାଜ୍ୟ ରାଜପଥ କଡ଼ ସତ୍ୟା ଏକାଡେମୀ,ଦୂଳମ୍ ପୁର ରେ ବାପ ଅଜା ଅମଳରୁ କରଞ୍ଜ ବୃକ୍ଷ ମୂଳେ ପୂଜା ପାଇ ଆସୁଛନ୍ତି ମାଁ ଦୁର୍ଗା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜୟ ମାଁ ଦୂର୍ଗା ପୂଜା କମିଟି ସତ୍ୟା ଏକାଡେମୀ, ଦୂଳମପୁର ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ହଜାର ହଜାର […]

You May Like

Pin It on Pinterest