ବାଙ୍ଗାଲୋରରେ ରାମଲୀଳା ମନ୍ଚନ କାର୍ଯ୍ୟକ୍ରମ…

ବାଙ୍ଗାଲୋର(ନି.ପ୍ର)୦୩/୧୦: ବାଙ୍ଗାଲୋର ୟଲଙ୍କା- ଚୋଖନହଲ୍ଲି ଅଞ୍ଚଳ ରେ ଥିବା ପ୍ରୋଭିଡେଣ୍ଟ ହାରମୋନି ଠାରେ ରାମଲୀଳା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ଅଣ କୁଶଳୀ କଳାକାର ମାନେ ଗତ ତିନି ମାସ ହେବ ବିଭିନ୍ନ ଭୂମିକା ରେ ଅଭିନୟ ଶିକ୍ଷା କରି ରାମ ଚନ୍ଦ୍ରଙ୍କ ଜନ୍ମୋତ୍ସବ ଠାରୁ ବନ ବାସ,ଭରତଙ୍କ ରାଜ୍ୟାଭିଷେକ, ଶ୍ରୀରାମ ଙ୍କ କଠଉକୁ ଭରତ ମୁଣ୍ଡ ରେ ବୋହି ସିଂହାସନରେ ଅଭିଷିକ୍ତ କରାଇବା,ରାବଣ ସୀତାଙ୍କୁ ହରଣ କରିବା,ରାମ – ରାବଣ ଯୁଦ୍ଧ,ସୀତାଙ୍କ ଅଗ୍ନି ପରୀକ୍ଷା,ଲବକୁଶ ଜନ୍ମ,ଶେଷ ରେ ସୀତା ଙ୍କ ଭୂଲୋକ କୁ ପ୍ରବେଶ ଆଦି ଅଭିନୟ ନବାଗତ କଳାକାର ମାନଙ୍କ ଦ୍ବାରା ଖୁବ ଉଚ୍ଚ କୋଟୀର ହୋଇଥିଲା।

ହଜାର ହଜାର ଦର୍ଶକମାନଙ୍କୁ ନବାଗତ କଳାକାର ମାନଙ୍କ ଅଭିନୟ ବେଶ ମନକୁ ଛୁଇଁଥିଲା ।ଲଗାତାର ଚତୁର୍ଥ ବର୍ଷ ହେବ ଏହି କାର୍ଯ୍ୟକ୍ରମ ଏହିଠାରେ ଅନୁଷ୍ଠିତ ହୋଇ ଭାଇ ଚାରାର ନିଦର୍ଶନ ସୃଷ୍ଟି କରୁଥିବା ସ୍ଥାନୀୟ ଦର୍ଶକ ମାନଙ୍କ ଠାରୁ ପ୍ରକାଶ।

ସେୟାର କରନ୍ତୁ

Next Post

ରାଜ୍ୟ ବିଜେପି ସରକାର ଙ୍କ ବିଫଳତା ଓ ଅପାରଗତା କୁ ଜନ ସାଧାରଣ ଙ୍କ ପାଖରେ ପହଞ୍ଚାଇବ -ବିଜେଡି

Sat Oct 4 , 2025
ବରଗଡ଼୦୪/୧୦(ନବୀନ କୁମାର ଦାଶ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇ ଯାଇଛି। ବରଗଡ ଜିଲ୍ଲା ସଭାପତି ସୁଶାନ୍ତ କୁମାର ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରି ଥିଲେ।ଏହି ଅବସର ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟ […]

You May Like

Pin It on Pinterest