ମେଡିସିନରେ ୩ଜଣଙ୍କୁ ନୋବେଲ ପୁରସ୍କାର

ବାସ୍ତବ ବ୍ୟୁରୋ: ଆଜି ମେଡିସିନ ରେ ନୋବେଲ ପୁରସ୍କାର ପାଇଁ ତିନି ଜଣ ଡାକ୍ତରଙ୍କୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆମେରିକାର ସିଆଟଲ ସହରରେ ରହୁଥିବା ମ୍ୟାରୀ ଇ. ବ୍ରୁଙ୍କୋ, ସାନ ଫ୍ରାନ୍ସିସ୍କୋର ଫ୍ରେଡ୍ ରାମସଡେଲ୍ ଏବଂ ଜାପାନର ଶିମୋନ୍ ସାକାଗୁଚିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବ୍ରୁଙ୍କୋ ଇନଷ୍ଟିଚ୍ୟୁଟ୍ ଅଫ୍ ସିଷ୍ଟମ୍ସ ବାୟୋଲୋଜିରେ କାମ କରୁଥିବା ବେଳେ ରାମସଡେଲ୍, ସୋନୋମା ବାୟୋଥେରାପିଉଟିକ୍ସ ସହିତ ଏବଂ ସାକାଗୁଚି ଜାପାନର ଓସାକା ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରନ୍ତି।

ନୋବେଲ ପୁରସ୍କାରର ଏକ୍ସ ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ପୋଷ୍ଟରେ ଲେଖାଯାଇଛି, “ମ୍ୟାରୀ ଇ. ବ୍ରୁଙ୍କୋ, ସାନ ଫ୍ରାନ୍ସିସ୍କୋର ଫ୍ରେଡ୍ ରାମସଡେଲ୍ ଏବଂ ଜାପାନର ଶିମୋନ୍ ସାକାଗୁଚି ପ୍ରତିରକ୍ଷା ପ୍ରଣାଳୀ କିପରି ନିୟନ୍ତ୍ରିତ ରଖାଯାଏ ତାହା ଉପରେ ଗବେଷଣା କରିଛନ୍ତି। ‘ପେରିଫେରାଲ୍ ଇମ୍ୟୁନ୍ ଟଲରେନ୍ସ’ (ପାରିପାର୍ଶ୍ବିକ ରୋଗପ୍ରତିରୋଧକ ସହନଶୀଳତା) ସମ୍ବନ୍ଧୀୟ ସେମାନଙ୍କର ଆବିଷ୍କାର ପାଇଁ ଏହି ତିନି ଜଣଙ୍କୁ ସମ୍ମାନିତ କରାଯାଇଛି।”

ସେୟାର କରନ୍ତୁ

Next Post

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ...

Wed Oct 8 , 2025
କୁନ୍ଦୁରା୭/୧୦ (ନି.ପ୍ର.):କୁନ୍ଦୁରା ବ୍ଳକ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଭିଜିଲାନ୍ସ୍ ଜାଲରେ। ସୁଚନାମତେ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟର ବକେୟା ବିଲ କରିଦେବା ବାବଦକୁ କୋଡ଼ିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଜୟପୁର ଭିଜିଲାନ୍ସ ବିଭାଗ । କୁନ୍ଦୁରା ଅଞ୍ଚଳର ପ୍ରଫୁଲ୍ଲ କୁମାର ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କୋଡ଼ିଏ ହଜାର ଟଙ୍କା ନେଉଥିଲେ।ଠିକ୍ ସେହି ସମୟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା […]

You May Like

Pin It on Pinterest