ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଜିଲ୍ଲାର ୧୨୭ ଜଣ ତୀର୍ଥଯାତ୍ରୀଙ୍କ ଅଯୋଧ୍ୟା ଏବଂ ବାରଣାସୀ ଯାତ୍ରା…

ବରଗଡ଼୦୭/୧୦(ନବୀନ କୁମାର ଦାଶ): ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସମ୍ବଲ ପୁର ଠାରୁ ଅଯୋଧ୍ୟା ଏବଂ ବାରଣାସୀ ଅଭିମୁଖେ ଆଧ୍ୟାତ୍ମିକ ଯାତ୍ରାରେ ବରଗଡ ଜିଲ୍ଲାର ୧୨୭ ଜଣ ବରିଷ୍ଠ ନାଗରିକ ତଥା ତୀର୍ଥଯାତ୍ରୀଙ୍କ ଯାତ୍ରାର ଶୁଭାରମ୍ଭ ହୋଇଛି।

ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଏବଂ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ସୁରେଶ୍ଵର ଶତପଥୀ,ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ ଶତ ପଥୀ ଉପସ୍ଥିତ ରହି ଯାତ୍ରାର ଶୁଭାରମ୍ଭ କରିଥିଲେ।

ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ସିଂଙ୍କ ତତ୍ୱାବ ଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ଡୋଲା ମଣି ଶତପଥୀ ମଞ୍ଚ ପରିଚାଳନା କରିଥିଲେ।ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ସହଯୋଗ କରିବା ପାଇଁ ୪ ଜଣ ଏସକୋର୍ଟ ଅଫିସ ର ନିୟୋଜିତ ରହିଥିବା ଜଣାପଡିଛି।

ସେୟାର କରନ୍ତୁ

Next Post

ଗଜ ଲକ୍ଷ୍ମୀ ପୂଜା ମହୋତ୍ସବ ଅବସର ରେ ହାସ୍ୟ କବି ସମ୍ବିଲନୀ...

Wed Oct 8 , 2025
ବରଗଡ଼୦୭/୧୦(ନବୀନ କୁମାର ଦାଶ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଆନ୍ଧ୍ର କେମ୍ଫ ଠାରେ ଶ୍ରୀରାମ ବଣିକ ସଂଘ ଦ୍ୱାରା ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଅବସର ରେ କଳସ ଶୋଭା ଯାତ୍ରା ଖୁବ୍ ଧୁମ୍ ଧାମରେ ପାଳନ କରାଯାଇଥିଲା। ଏହି ଅବସର ରେ ଛୋଟ ଛୋଟ ଛୁଆ ମାନଙ୍କ ଦ୍ଵାରା ନୃତ୍ୟ ପ୍ରଦର୍ଶନ କରାଯାଇ ଥିଲା ଓ ପରେ ପରେ ଏକ ହାସ୍ୟ କବି ସମ୍ବିଲନୀ ଅନୁଷ୍ଠିତ ହୋଇ ଥିଲା। ଏହି […]

You May Like

Pin It on Pinterest