ଉତ୍କଳ ସାହିତ୍ୟ ସମାଜର ନିର୍ବାଚନ ରେ ପୁଣି ବାଜି ମାରିଲେ ଡଃ ଗୋବିନ୍ଦ ଚାନ୍ଦ

କଟକ(ସଂଜୟ ଶତପଥୀ):ଆଜି ଓଡ଼ିଶାର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ନିର୍ବାଚନ କଟକ ର ଉତ୍କଳ ସାହିତ୍ୟ ସମାଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅନୁଷ୍ଠାନ ର ସମ୍ମାନଜନକ ସଭାପତି ପଦ ଲାଗି ଓଡିଶା ର ୩ ଜଣ ବିଶିଷ୍ଟ ବ୍ୟକ୍ତି ଯଥା ଡଃ ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଓ ଡଃ ଭାବଗ୍ରାହୀ ରାଉତ ପ୍ରତିଦ୍ବନ୍ଦିତା କରୁଥିବାବେଳେ ସମସ୍ତ ଙ୍କୁ ପଛରେ ପକାଇ ନିଜର କର୍ତ୍ତବ୍ୟନିଷ୍ଠ ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ଯୋଗୁଁ ଡଃ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସର୍ବାଧିକ ଭୋଟ ରେ ବିଜୟୀ ହୋଇ ଉତ୍କଳ ସାହିତ୍ୟ ସମାଜର ସଭାପତି ପଦ ଅଳଙ୍କୃତ କରିବାରେ ସଫଳ ହୋଇଛନ୍ତି। ବାସ୍ତବ ପରିବାର ପକ୍ଷରୁ ଡଃ ଚାନ୍ଦ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସହ ଆଗାମୀ ଦିନରେ ଓଡ଼ିଶାର ସାହିତ୍ଯ , ସଂସ୍କୃତି ଓ କଳା ର ଉନ୍ନତି ଦିଗରେ ଦୃଷ୍ଟି ଦେବେ ବୋଲି ଆଶା ରଖୁଛୁ।

ସେୟାର କରନ୍ତୁ

Next Post

ପ୍ରାକ୍ତନ ପ୍ରଧାନ ଶିକ୍ଷକ ସାମ୍ୟବାଦୀ ନେତା କୃଷ୍ଣ ମୋହନ ରାଉତ ଙ୍କ ଏକାଦଶାହ ରେ ସ୍ମୁତି ସଭା ଓ ଭଜନ ସମାରୋହ...

Mon Oct 13 , 2025
କେନ୍ଦ୍ରାପଡ଼ା(ନି.ପ୍ର):କେନ୍ଦ୍ରାପଡ଼ା ଜିଲ୍ଲା ର ବିଶିଷ୍ଟ ଶିକ୍ଷା ବିତି ବରିଷ୍ଠ ସାମ୍ୟବାଦୀ ନେତା କୃଷ୍ଣ ମୋହନ ରାଉତ ଙ୍କ ଅକାଳବିୟୋଗ ରେ ଜନ୍ମମାଟି ପଟ୍ଟାମୁଣ୍ଡାଇ ବ୍ଲକ ର ଔପଦା ଲକ୍ଷ୍ମୀ କୃଷ୍ଣ ନିବାସ ରେ ରାଉତ ପରିବାରବଂଧୁ ବର୍ଗ ଙ୍କ ଦ୍ଵାରା ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଓ କାଳ ପ୍ରତିଷ୍ଠାନ ଧ୍ରୁବ ଅର୍ଣ୍ଣପୂର୍ଣ୍ଣl କଳା ପରିଷଦ ର ସଭାପତି ସମାଜ ସେବି ନଳିନୀ କାନ୍ତ ସ୍ୱାଇଁ ଙ୍କ ସଭାପତିତୂ ରେ ଅନୁଷ୍ଠିତ […]

You May Like

Breaking News

Pin It on Pinterest