ଡ.ସଚି ଦାସଙ୍କ ୯୧ତମ ଜନ୍ମଦିବସରେ’ଇନ୍ଦ୍ରପୁରୀରେ ସଚି’ନାଟକ ପରିବେଷିତ…

ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର):ଅକ୍ଟୋବର ୧୫: ଓଡ଼ିଆ ନାଟକ ଜଗତର ଅନନ୍ୟ ବ୍ୟକ୍ତିତ୍ୱ ତଥା ବରିଷ୍ଠ ନାଟ୍ୟକାର,ନିର୍ଦ୍ଦେଶକ ଓ କୁଶଳୀ ମଞ୍ଚକଳାକାର ଡ଼.ସଚି ଦାସଙ୍କ ୯୧ତମ ଜନ୍ମଦିନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି।
ଏହି ଶୁଭ ଅବସରରେ ଡ଼ଃ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ, ତାଙ୍କ ନାମରେ ନାମିତ ନାଟକ “ଇନ୍ଦ୍ରପୁରୀରେ ସଚି” ପରିବେଷଣ କରାଯାଇଥିଲା। ଏହି ନାଟକ ମାଧ୍ୟମରେ ଡ଼ଃ ଦାସଙ୍କ ନାଟ୍ୟ ଜୀବନୀ ଓ ଅବଦାନକୁ ପୁନଶ୍ଚ ସ୍ମରଣ କରାଯାଇଥିଲା ।ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମୁଖ୍ଯ ବକ୍ତା ଭାବେ ଓଡ଼ିଆ ଭାଷା,ସାହିତ୍ୟ ଓ ସସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଦେବ ପ୍ରସାଦ ଦାଶ ଯୋଗ ଦେଇଥିଲେ।ଅତିଥିମାେନ ସାରଗର୍ଭକ ଭାଷଣ ମାଧ୍ୟମରେ ଡ଼ଃ ସଚି ଦାସଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଡ଼ଃ ଦାସଙ୍କର ଜୀବନୀ ଏବଂ ଓଡ଼ିଆ ମଞ୍ଚକଳା ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ଶ୍ରୀଯୁକ୍ତ ପଟ୍ଟନାୟକ ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ଡ଼ଃ ଦାସଙ୍କ ନାଟ୍ୟକୃତି ଏବଂ ସାଧନାକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ସ୍ମରଣିକା ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ଡ଼.ସଚି ଦାସ ଓଡ଼ିଆ ନାଟକ କ୍ଷେତ୍ରରେ ଏକ ପରିଚିତ ନାମ। ସେ କେବଳ ଜଣେ ସଫଳ ନାଟ୍ୟକାର ନୁହଁନ୍ତି, ବରଂ ଜଣେ ଦକ୍ଷ ନିର୍ଦ୍ଦେଶକ ଏବଂ ପ୍ରଭାବଶାଳୀ କୁଶଳୀ ମଞ୍ଚକଳାକାର ଭାବରେ ମଧ୍ୟ ସୁପରିଚିତ। ତାଙ୍କର ନାଟ୍ୟକୃତିଗୁଡ଼ିକ ଓଡ଼ିଶାର କଳା ଓ ସଂସ୍କୃତିକୁ ସମୃଦ୍ଧ କରିଛି।
ଏହିପରି ଏକ ସ୍ମରଣୀୟ ଜନ୍ମଦିନ ଉତ୍ସବରେ ଶତାଧିକ ନାଟ୍ୟପ୍ରେମୀ, କଳାକାର ଏବଂ ବୁଦ୍ଧିଜୀବୀ ଯୋଗ ଦେଇ ଡ଼ଃ ଦାସଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସେୟାର କରନ୍ତୁ

Next Post

ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଗଙ୍ଗାଧର ସମ୍ମାନ....

Wed Oct 15 , 2025
ବରଗଡ଼୧୫/୧୦(ନବୀନ କୁମାର ଦାଶ):ଜାତୀୟ କଳା, ସଂସ୍କୃତି, ସାହିତ୍ୟ ଏବଂ ନାଟକ,ଭୁବନେଶ୍ୱର ତରଫରୁ ଅଷ୍ଟମ ରାଜ୍ୟସ୍ତରୀୟ ନୂଆଖାଇ ଭେଟଭାଟ ବୁଦ୍ଧ ମନ୍ଦିର ଅଡିଟୋରିୟମ ହଲ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଡଃ ମଙ୍ଗୁଲୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ବର୍ଦ୍ଧନା ନୂଆଖାଇ ଓ କବିତାରେ ଛନ୍ଦବୋଧର ଆବଶ୍ୟକତା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା।ସଭାପତି ଡ଼ା.ନବକିଶୋର ଶତପଥୀ ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟିକ ମନୋଜ କୁମାର ସାହୁ,ମୁଖ୍ୟ ବକ୍ତା ବିଶିଷ୍ଟ […]

You May Like

Pin It on Pinterest