
ବରଗଡ଼୧୫/୧୦(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଟୋପ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରମାଣ ପୁର ରେ କେନ୍ଦ୍ର ସାଧନ ସଂଯୋଜକ କୃତାର୍ଥ ଚନ୍ଦ୍ର ଭୁଏ ଙ୍କ ତତ୍ତ୍ଵାବଧାନ ତଥା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରେନ ଭୋଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା।
ଏହାର ଉଦ୍ଘାଟନୀ ସମାରୋହ ରେ ସଭାପତି ବିରେନ୍ ଭୋଇ, ମୁଖ୍ୟଅତିଥି ବିଦ୍ୟାଳୟ ପରି ଚାଳନା କମିଟୀ ର ସଭାପତି ସୁବ୍ରତ ବେହେରା,ସମ୍ମାନିତ ଅତିଥି ଭାବେ ମୋତିଲାଲ ଦେବତା,ସୁରେନ୍ଦ୍ର ମଲ୍ଲିକ,ରବି ପ୍ରଧାନ,ପ୍ରଶାନ୍ତ କୁମାରପ୍ରଧାନ, ଶକୁନ୍ତଳା ମିଶ୍ର,ଲଲିତା ପ୍ରଧାନ, ଲକ୍ଷ୍ମଣ ସାହୁ,ରବି ବନଛୋର , ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଶିକ୍ଷକ ମନୋରଞ୍ଜନ ମିଶ୍ର ଅତିଥି ପରିଚୟ ତଥା ମଞ୍ଚ ପରିଚାଳନା କରିଥିଲେ।ଶିକ୍ଷକ ଗୋକୁଳାନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏଥିରେ କ୍ଲଷ୍ଟରର ୧୬୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଥିଲେ।ଉଦଯାପନୀ ଉତ୍ସବ ରେ ମୁଖ୍ଯ ଅତିଥି ରୂପେ ବ୍ଳକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମ ପରି ଚାଳନା କରିଥିଲେ ଲଳିତ କୁମାର ଭୋଇ ଓ ସୁମନ୍ତ ସାହୁ। ଶିକ୍ଷକ ସୁଶାନ୍ତ ତ୍ରିପାଠୀ ଧନ୍ୟ ବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିଂହପାଲିର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ଏଥିରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରି ଚାଳନା କମିଟିର ସଦସ୍ଯ ତଥା ପରମାଣପୁର ର ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ।



