
ଭୁବନେଶ୍ବର(ନି.ପ୍ର): ପ୍ରତ୍ୟେକ ପର୍ବ ପର୍ବାଣୀରେ ଜୀ ସାର୍ଥକର ସମସ୍ତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ସୁପରହିଟ ଫିଲ୍ମ ସବୁ ଓଡିଆ ଦର୍ଶକଙ୍କ ମନ ଜିତିବାରେ ସବୁବେଳେ ସଫଳ ହୋଇଛି ।
ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଭାବରେ ପରିଚିତ ଜୀ ସାର୍ଥକରେ ଆସନ୍ତା ୨୬ ଅକ୍ଟୋବର ସନ୍ଧ୍ୟା ୬.୩୦ରେ ୱାର୍ଲ୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି ଓଡିଆ ବ୍ଲକବଷ୍ଟର ଫିଲ୍ମ ‘ଅନନ୍ତା‘ । ଏଥି ପୂର୍ବରୁ ଜୀସାର୍ଥକର ଏକାଧିକ ଫିଲ୍ମକୁ ଦର୍ଶକ ଦେଇଛନ୍ତି ଭଲ ପାଇବା, ତେଣୁ ଓଡ଼ିଶାର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଏହି ଫିଲ୍ମ ଜୀ ସାର୍ଥକରେ ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିବ ବୋଲି ଫିଲ୍ମର ଟିମ୍ କହିଛି ।
ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ସୃଷ୍ଟି “ରାଣ୍ଡୀ ପୁଅ ଅନନ୍ତା” ଅବଲମ୍ବନରେ ତିଆରି ଏହି ଫିଲ୍ମ ‘ଅନନ୍ତା’ର ମୌଳିକ କାହଣୀଟି ଗତ ରଜ ସମୟରେ ଦର୍ଶକଙ୍କୁ ହଲକୁ ଟାଣିଥିଲା କାରଣ କାହାଣୀରେ ଥିଲା ମାଆ-ପୁଅର ଏକ ଅଦ୍ଭୁତ ଆତ୍ମୀୟତା l ଅନେକ ଦର୍ଶକ ଏହି ଚଳଚିତ୍ର “ଅନନ୍ତା” କୁ ଦେଖି ଭାବୁକ ହୋଇଥିଲେ ଓ କିଛି ଫିଲ୍ମ ହଲରେ ମଧ୍ୟ କାନ୍ଦି ପକାଇଥିଲେ । ତେବେ ଅନନ୍ତା ଚଳଚ୍ଚିତ୍ର ବଡ଼ ପରଦରେ ଅପୂର୍ବ ସଫଳତା ପରେ ପ୍ରଥମଥର ଫିଲ୍ମର ୱାର୍ଲ୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି କେବଳ ଜୀ ସାର୍ଥକରେ ଆସନ୍ତା ୨୬ ଅକ୍ଟୋବର (ରବିବାର) ସନ୍ଧ୍ୟା ୬.୩୦ରେ ।
ଏହି ଫିଲ୍ମରେ ସବ୍ୟସାଚୀଙ୍କ ବିପକ୍ଷରେ ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିଥିଲେ । ଏହି ଫିଲ୍ମ ସହ ପ୍ରଥମ ଥର ପାଇଁ ଏହି ଯୋଡ଼ିକୁ ମିଳିଥିଲା ଦର୍ଶକଙ୍କ ଜବରଦସ୍ତ ଭଲପାଇବା । ଏମାନଙ୍କ ବ୍ୟତୀତ କୁନା ତ୍ରିପାଠୀ, ଜ୍ୟୋତିର୍ମୟୀ ପଣ୍ଡା, ପୃଥ୍ଵୀରାଜ ନାୟକ ଓ ତାପସ ସରଘରିଆ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସବ୍ୟସାଚୀ ମହାପାତ୍ର ଓ କୁମାର ସି.ଦେବ ମହାପାତ୍ର ।
ଜୀ ସାର୍ଥକ ସବୁବେଳେ ଓଡିଆ ଦର୍ଶକଙ୍କ ଚିନ୍ତାଧାରାକୁ ସବୁବେଳେ ଧ୍ୟାନରେ ରଖି ନୂଆ ଓ ଭିନ୍ନ କାହାଣୀ ସହିତ ଫିଲ୍ମ ସବୁ ଆଣିଥାଏ । ସେହିପରି ଏକ ଫିଲ୍ମ ହେଉଛି ‘ଅନନ୍ତା’ l ତେବେ ଏହା କେବଳ ଏକ ସାଧାରଣ ଫିଲ୍ମ ନୁହେଁ -ମୌଳିକ କାହାଣୀ ଏବଂ ଗାଁର ନିଚ୍ଛକ ଛବି ଏଥିରେ ପ୍ରତିଫଳିତ ହୋଇଥିବା ବେଳେ ଛୋଟରୁ ବଡ଼ ଦର୍ଶକ ଫିଲ୍ମକୁ ବେଶ ପସନ୍ଦ କରିବେ । ଆମର ସବୁ ଫିଲ୍ମ ପରି ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କ ମନ ଜିତିବା ସହ ଓଡିଆ ସାହିତ୍ୟକୁ ଆହୁରି ଆଗକୁ ନେବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ।



