ସଂବଲପୁର ବିଶ୍ବବିଦ୍ୟାଳୟ ର ଆନ୍ତଃ ମହାବିଦ୍ୟାଳୟ ୨୦୨୫ ଫୁଟବଲ ପ୍ରତିଯୋଗିତା…

ବରଗଡ଼(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଭେଡେନ ଆଂଚଳିକ କିଷାନ ମହାବିଦ୍ୟାଳୟ ର ରଂଜିତା ଖେଳ ପଡିଆ ଠାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଆନ୍ତଃ ମହା ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣା ମେଣ୍ଟ ଉଦ୍ଘାଟିତ ହୋଇଯାଇଛି।

ଆଜି୨୪/୧୦ ଶୁକ୍ରବାର ଦ୍ଵିତୀୟ ଦିବସରେ ୭ ଟି ମହାବିଦ୍ୟାଳୟ ର ଛାତ୍ର ମାନେ ଅଂଶଗ୍ରହଣ କରିଥିଲେ।ଏହା ମହାବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଳା ସାହୁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଛି।ଆଜି ଦ୍ଵିତୀୟ ଦିବସରେ ୧୪ ଟି ମହାବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ।ଦ୍ଵିତୀୟ ଦିବସରେ ସମ୍ମାନିତ ଅତିଥି ଭାବେ ଭେଡେନ ର ପୂର୍ବତନ ଖେଳାଳି ମାନଙ୍କୁ ନିମନ୍ତ୍ରଣ କରାଯାଇ ସେମାନଙ୍କୁ ପୁଷ୍ପମାଲ୍ୟ ଓ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ,ମହାବିଦ୍ୟାଳୟ ଅଧ୍ୟକ୍ଷା ମଞ୍ଜୁଳା ସାହୁ।

ଖେଳାଳି ମାନେ ହେଲେ ଗୋପିକୃଷ୍ନ ରଥ, ଧୃବଚରଣ ବେହେରା,ସରୋଜ କୁମାର ରଥ,ସୁରେନ୍ଦ୍ର ବନଛୋର, ସତ୍ୟନାରାୟଣ ରଥ,ହରିହର ମେହେର।ମଧ୍ୟାନ୍ତରରେ ମହା ବିଦ୍ୟାଳୟ ର ଅଧ୍ୟକ୍ଷା ଓ ଅତିଥି ମାନେ ଖେଳାଳି ମାନଙ୍କ ସହିତ ପରିଚୟ ପ୍ରଦାନ ସହିତ କର ମର୍ଦ୍ଦନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ମହା ବିଦ୍ୟାଳୟର କ୍ରିଡା ସଂସଦ ର ଉପସଭାପତି ଅଧ୍ୟାପକ ରଂଜନ କୁମାର ଦାଶଙ୍କ ପରିଚାଳନା ରେ ଅନୁଷ୍ଠିତ ହେଉଛି।ଧାରାବିବରଣୀ ପ୍ରଦାନ କରିଥିଲେ,ଅଧ୍ୟାପକ ସନ୍ତୋଷ କୁମାର ନାୟାର ଓ ସୂର୍ଯ୍ୟ କୁମାର ଦେହେରୀ।

ଖେଳ ପରିଚାଳନାରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରି ଥିଲେ।ଭେଡେନ ଜୋନ (ଏ) ଫାଇନାଲ ୨୬,୧୦,୨୫ ଓ ଗ୍ରାଣ୍ଡ ଫାଇନାଲ ଭେଡେନ ଜୋନ ଓ ସୁନ୍ଦରଗଡ ଜୋନ ର ବିଜେତା ମାନଙ୍କ ମଧ୍ୟରେ ଆସନ୍ତା ୨୮, ୧୦,୨୫ ତାରିଖ ଅନୁଷ୍ଠିତ ହେବ।

ସେୟାର କରନ୍ତୁ

Next Post

ନିରୋଗ ରହିବା ପାଇଁ ଚାଲିବା ଅତ୍ୟନ୍ତ ଜରୁରୀ:ଡାକ୍ତର ସୁବଳ କିଶୋର କର

Sat Oct 25 , 2025
ବରଗଡ଼(ନବୀନ କୁମାର ଦାଶ):ପ୍ରତ୍ୟହ ଭୋର ରୁ ଚାଲିବା ଦେହ,ମନ, ଶରୀର ପାଇଁ ଅତ୍ୟନ୍ତ ଜରୁରୀ।ତେବେ ଯଦି ଖାଲି ପାଦରେ ଘାସ ଉପରେ ଚାଲିବା ଚକ୍ଷୁ ରୋଗ, ଯକୃତ ରୋଗ,ମଧୂମେହ,ହୃଦ ରୋଗ ଭଳି ଜଟିଳ ରୋଗରୁ ଉପଶମ ମିଳିଥାଏ ବୋଲି ଡାକ୍ତର ସୁବଳ କିଶୋର କର, ଡାକ୍ତର ଘନଶ୍ୟାମ ନାଥ ପ୍ରକାଶ କରିଛନ୍ତି। ବରଗଡ଼ ରେ ଖାଲି ପାଦରେ ଚାଲିବା କଷ୍ଟକର କାରଣ କଣ୍ଟା,ଭଙ୍ଗାରୁଜା କାଚ, ଗୋଡ଼ି ପଥର ଆଦି ପାଦରେ […]

You May Like

Pin It on Pinterest